Indian Herb
ଲମ୍ବା ଓ ଘନ କେଶ ପ୍ରତି ଅଧିକାଂଶଙ୍କର ଦୁର୍ବଳତା । ତେବେ କେଶ ଝଡିବା ଆଜିର ସମୟରେ ଅଧିକାଂଶଙ୍କର ଏକ ମୁଖ୍ୟ ସମସ୍ୟା । କେଶର ଘନତ୍ଵ ପାଇଁ ମହୌଷଧି ଫଳ ହେଉଛି ଅଁଳା । ଆଣ୍ଟିଆକ୍ସିଡାଣ୍ଟ ଓ ଭିଟାମିନ ସି’ ଭରପୂର ଅଁଳା ନିୟମିତ ଖାଇଲେ ଅକାଳ କେଶ ପାଚିବ। ସମସ୍ୟା ଓ କେଶ ଝଡା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥାଏ ।
-
ପ୍ରତିଦିନ ସକାଳୁ ଖଳିପେଟରେ ଗୋଟିଏ କିମ୍ବା ଦୁଇଟି ଅଁଳା ଖାଇଲେ ତାହାର ଉତ୍ତମ ପ୍ରଭାବ ଉଭୟ କେଶ – ତ୍ଵଚା ଉପରେ ପଡେ ।
-
ଏହ। ସହ ଅଁଳାକୁ ଗୁଣ୍ଡ କରି ତାହାକୁ କେଶମୂଳରେ ଲଗାଇଲେ ମଧ୍ୟ ତାହା ଘନତ୍ଵ ବଢାଇଥାଏ ।
-
ଅଁଳା ଗୁଣ୍ଡ ୧ ଚାମଚ ଉଷୁମ ପାଣି ସହ ସେବନ କାଲେ ମଧ୍ୟ କେଶର ବିଭିନ୍ନ ସମସ୍ୟା ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ ।
-
ଅଁଳା ଗୁଣ୍ଡ ୨ ଚାମଚରେ ଶୁଦ୍ଧ ନଡିଆ ତେଲ ମିଶାଇ କେଶରେ ଲଗାଇଲେ ରୁପି ସମସ୍ୟା ଦୂର ହୁଏ ।
-
ଏହାର ମିଶ୍ରଣ କେଶରେ ଲଗାଇଲେ ତାହା ଉତ୍ତମ କଣ୍ଡିସନର ଭାବେ କମ କରେ ।
-
ନିୟମିତ ଭାବେ ୩ – ୪ ମାସ ଅଁଳା ଫଳ ଖାଇବା ଦ୍ଵାରା ତାହାର ପ୍ରଭାବ କେଶ ଉପରେ ପଡିଥାଏ ।
Add Comment