ଟମାଟୋ କୁ ଆମେ ମୁଖ୍ୟତଃ ସବୁ ପ୍ରକାର ବ୍ୟଞ୍ଜନରେ ବ୍ୟବହାର କରିଥାଉ।ଏହି ଟମାଟୋ ଦ୍ଵାରା ବ୍ୟଞ୍ଜନର ରଙ୍ଗ ସହ ସ୍ୱାଦ ମଧ୍ୟ ଦ୍ୱିଗୁଣିତ ହୋଇଯାଏ ।ଏହାଛଡ଼ା ଟମାଟୋ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ପରିବା ଅଟେ। ଟମାଟୋରେ ଭରପୁର ମାତ୍ରା ରେ କ୍ୟାଲସିୟମ, ଫସଫରସ ଓ ଭିଟାମିନ-ସି ପରି ଔଷଧୀୟ ଗୁଣ ଗୁଡିକ ଭରି ରହିଥାଏ।ଯାହା ମନୁଷ୍ୟ ଶରୀରରୁ ଆସିଡ଼ିଟି, ମୋଟାପଣ ଓ ଆଖିରେ ହେଉଥିବା ବିଭିନ୍ନ ସମସ୍ୟା କୁ ଦୁରକରିଥାଏ।
୧-ଟମାଟୋରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସସାଇଡ଼,ଫ୍ଲୋରିକ ଏସ୍ଡ଼ି ଓ ଅନ୍ୟକେତେକ ଲାଭଦାୟକ ଔଷଧୀୟ ଗୁଣ ଭରି ରହିଥାଏ ।ଏହା ଦ୍ଵାରା ଶରୀରରେ କ୍ୟାନସର ସେଲ ଗୁଡିକୁ ବଢିବାରେ ନିବୃତ୍ତ ରାଖିଥାଏ।ଟମାଟୋ ଜୁସ ପିବା ୧୮ପ୍ରତିଶତ କ୍ୟାନସର କମ୍ ହୋଇଯାଏ।
୨-ଚକ୍ଷୁ ପାଇଁ ଟମାଟୋ ଜୁସ ଅତ୍ୟନ୍ତ ଲାଭଦାୟକ ଅଟେ।ପ୍ରତ୍ୟେକ ଦିନ ଦୁଇ ଗ୍ଲାସ ଟମାଟୋ ଜୁସ ସେବନ କଲେ ଚକ୍ଷୁରେ ରେ ରଶ୍ମି ବଢିଥାଏ
୩- ମଣିଷ ଶରୀରରେ ଯକୃତ କୁ ପରିଷ୍କାର ପାଇଁ ମଧ୍ୟ ଟମାଟୋ ଜୁସ କୁ ବ୍ୟବହାର କରାଯାଇ ପାରେ। ଟମାଟୋ ଜୁସକୁ ନିୟମିତ ସେବନ କରିବା ଦ୍ଵାରା ଯକୃତର ଥିବା ବିଷାକ୍ତ ପଦାର୍ଥ ବହିର୍ଭୁତ ହୋଇଥାଏ ଫଳରେ ଯକୃତ କ୍ୟାନସର ରୁ ମୁକ୍ତି ମିଳେ।
Add Comment