ପୂର୍ବ ପଞ୍ଚାଯତ ନିର୍ବାଚନରେ BJPର ପ୍ରଦର୍ଶନ ଊସ୍ଛାହ ଜନକ ଥିଲା,ରାଜ୍ୟବାସୀ ଭାବିଥିଲେ 2019 ସାଧାରଣ ନିର୍ବାଚନରେ BJP ରାଜ୍ୟରେ BJDର ବିକଳ୍ପ ଭାବରେ ଛିଡା ହେବ ।ଆସନ ସଂଖ୍ୟାରେ ବିଶେଷ ଉର୍ନତି ନହେଲେ ମଧ୍ୟ BJP 2019ରେ ସାରା ରାଜ୍ୟରେ ନିଜର ଉପସ୍ଥିତି ବୃଦ୍ଧି କଲା-ଖୋଦ ରାଜ୍ୟର ରାଜଧାନୀରେ BJP ବାନା ଉଡିଲା-ଉପକୂଳ ଓଡିଶାରେ BJPର ଶକ୍ତି ବୃଦ୍ଧି ହେଲା-ଦଳର ଭୋଟ ହାର ବଢିଲା କିନ୍ତୁ ସମୟ ଅତିକ୍ରାନ୍ତ ହବା ସହିତ BJPର ସେଇ ପ୍ରଭାବ କମିବା ଅନୁଭବ ହେଲା । ଆଗକୁ ପଞ୍ଚାୟତ ନିର୍ବାଚନ । ରାଜ୍ୟର ମାହୋଲକୁ ଦେଖିଲେ ସ୍ପଷ୍ଟ ମନେ ହଉଛି ହୁଏତ ବିଗତ ପଞ୍ଚାୟତ ନିର୍ବାଚନର ଭୋଟ ହାର BJP ପାଇ ନ ପାରେ ।ଦଳରେ ବର୍ତମାନ 22 ବିଧାୟକ,ଏପରିକି ଏହି ବିଧାୟକ ମାନେ ତାଙ୍କ ନିର୍ବାଚନ ମଣ୍ଡଳିରେ ଦଳକୁ ବିଜୟୀ କରି ପାରିବେ ଏହା ମଧ୍ୟ ସନ୍ଦେହ ଘେରରେ ।ସବୁଠାରୁ ଅଧିକ ଆହ୍ଵାନର ସମ୍ମୁଖୀନ ହେଉଛନ୍ତି ଦଳର ଫାୟାର ବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀ ।ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତି ଅତ୍ୟନ୍ତ ନିରୁସ୍ଛାହଜନକ ମନେ ହେଉଛି ।ଭାରତୀୟ ଜନତା ଦଳ ର ଗଡ ମନେ କରା ଯାଉଥିବା ପଶ୍ଚିମ ଓଡିଶାର ସ୍ଥିତି ଆହୁରି ସଙ୍ଗୀନ ।ଦଳୀୟ ବିଧାୟକ ମାନଙ୍କ ଅପାରଗତା ଯୋଗୁଁ ପୁରୁଣା ଜନ ସମର୍ଥନ ଆଉ BJP ସପକ୍ଷରେ ନାହିଁ ।
ସୁରେଶ ପୂଜାରୀ,ସଂଗୀତା ସିଂଦେଓ,ନୀତିଶ ଗଙ୍ଗ ଦେଓ,ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡା ପରି ଦଳର ସମସ୍ତ ସାଂସଦ ଏବେ ବେକ ଫୁଟରେ ।ଲୋକ ଏବଂ ଜନ ସମର୍ଥନ ତାଙ୍କ ସପକ୍ଷରେ ନାହିଁ । ଦଳର ଏକ ମାତ୍ର ଟ୍ରମ୍ଫ କାର୍ଡ ମୋଦୀ ମେଜିକ ଓଡିଶା ପ୍ରସଙ୍ଗରେ ଗୌଣ ମନେ ହୁଏ କାରଣ ଓଡିଶା ବାସୀଙ୍କ ପାଇଁ ନବୀନ ମୋଦୀଙ୍କ ଠାରୁ ଅଧିକ ଲୋକ ପ୍ରିୟ ବ୍ରାଣ୍ଡ ।
ଅନ୍ୟ ଏକ ନିର୍ବାଚନୀ ବାସ୍ତବତା ଯାହା ଓଡିଶାକୁ ଅଧିକ ପ୍ରଭାବିତ କରୁଛି ତାହା ହେଲା-ନିର୍ବାଚନୀ ପ୍ରଲୋଭନ ।ଏହି କ୍ଷେତ୍ରରେ BJD ଯଥେଷ୍ଟ ଆଗରେ । ବିଗତ କିଛି ମାସ ଧରି ଅନବରତ ଭାବରେ BJD ସରକାରୀ ତହବିଲରୁ ବିଭୀର୍ନ ଯୋଜନାର ଆଳରେ ଟଙ୍କା ବାଣ୍ଟି ଚାଲିଛି ।ରାଜ୍ୟ ସରକାର covid ଆଳରେ ନିର୍ବାଚନ କୁ ଡିଜିଟାଲ ମାଧ୍ୟମ କରିଦେଲେ । ଡିଜିଟାଲ ପ୍ରଚାରର ପ୍ରସ୍ତୁତି BJD ପୂର୍ବରୁ କରି ସାରିଛି କିନ୍ତୁ ଅନ୍ୟ ମାନେ ପ୍ରସ୍ତୁତ ନୁହନ୍ତି ।ତେଣୁ ସମ୍ଭାବନା ଯଥେଷ୍ଟ ରହିଛି ଏଥର BJP ର ପ୍ରଦର୍ଶନ ଆଶାନୁରୂପ ହେଇ ନପାରେ ।
Add Comment