ମୁମ୍ବାଇ: ବଲିଉଡ ଫେୟାର ଆଣ୍ଡ ଲଭଲୀ ଅଭିନେତ୍ରୀ ୟାମୀ ଗୌତମ୍ ଅନେକ ପ୍ରକାର ଅଭିନୟ କରିସାରିଛନ୍ତି । ‘ସରକାର ୩’, ‘କାବିଲ’ ଏବଂ ‘ଭିକ୍କି ଡୋନର’ ଭଳି ସିନେମାରେ ଅଭିନୟ କରି ୟାମୀ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ସବୁବେଳେ ନିଜର ଚରିତ୍ରକୁ ଭଲଭାବେ ବୁଝି ତାକୁ ନ୍ୟାୟ ଦେବାକୁ ଚେଷ୍ଟା କରିଥାନ୍ତି ।
ନିଜର ଆଗାମୀ ସିନେମା ‘ଉରୀ’ରେ ୟାମୀ ଠିକ୍ ଏପରି ହିଁ ସିରିୟସନେସ୍ ସହ କାମ କରୁଛନ୍ତି ।ସେ ଏହି ସିନେମା ପାଇଁ ନିଜ ଫିଟନେସ୍ ସହ ନିଜର ଲୁକ୍ ମଧ୍ୟ ବଦଳାଇ ଦେଇଛନ୍ତି । ପ୍ରଥମ ଥର ପାଇଁ ୟାମୀ ନିଜ କ୍ୟାରେକ୍ଟର ପାଇଁ ସୁନ୍ଦର ଲମ୍ବା କେଶକୁ ବଳି ପକାଇଛନ୍ତି ।
ନିଜର ନୂଆ ଲୁକର ଭିଡିଓ ୟାମୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ସିନେମା ପାଇଁ ତାଙ୍କୁ ଏକ ଷ୍ଟାଇଲିସ୍ ବବ୍ ଲୁକ ଆବଶ୍ୟକ । ଏଣୁ ୟାମୀ ନିଜ କ୍ୟାରେକ୍ଟରକୁ ନ୍ୟାୟ ଦେବା ପାଇଁ ନିଜର ସୁନ୍ଦର କେଶ ସବୁକୁ କାଟି ଛୋଟ କରିଦେଇଛନ୍ତି । ତେବେ ପୂର୍ବଭଳି ୟାମୀ ନିଜର ନୂଆ ଲୁକରେ ମଧ୍ୟ ସେତିକି ହିଁ କ୍ୟୁଟ୍ ଆଉ ସୁନ୍ଦର ଦେଖାଯାଉଛନ୍ତି ।
ଅନ୍ୟପଟେ ଏନେଇ ୟାମୀ କହିଛନ୍ତି ଯେ, ଏହି ସିନେମା କ୍ୟାରେକ୍ଟରର ଏହି ଖାସ୍ ଲୁକ୍ ନେଇ ସେ ଖୁବ୍ ଏକ୍ସାଇଟେଡ୍ ଥିଲେ । ତେବେ ଏହି ଲୁକ୍ ତାଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଛି । ଆଉ ଦର୍ଶକ ମଧ୍ୟ ଏହାକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ୟାମୀ ।
ପ୍ରକାଶ ଯେ, ଫିଲ୍ମ ‘ଉରୀ’ ୨୦୧୬ରେ ଉରୀରେ ହୋଇଥିବା ଆକ୍ରମଣ ଉପରେ ଆଧାରିତ ।ଏହି ସିନେମା ଅପୋଜିଟରେ ଭିକ୍କି କୌଶଲଙ୍କୁ ଦେଖିବାକୁ ମିଳିବେ । ଏହି ସିନେମାଟିକୁ ଆଦିତ୍ୟ ଧର ନିର୍ଦ୍ଦେଶନା ଦେଉଛନ୍ତି ।
Add Comment