Home / Odisha / ଗୋଟିଏ ଜାତୀୟ ରାଜନୈତିକ ଦଳର ୨୦୧୯ ରାଜ୍ୟ ନିର୍ବାଚନ ବଜେଟ ୨୦୦୦ କୋଟି !!!

ଗୋଟିଏ ଜାତୀୟ ରାଜନୈତିକ ଦଳର ୨୦୧୯ ରାଜ୍ୟ ନିର୍ବାଚନ ବଜେଟ ୨୦୦୦ କୋଟି !!!

ଗୋଟିଏ ଜାତୀୟ ରାଜନୈତିକ ଦଳର ୨୦୧୯ ରାଜ୍ୟ ନିର୍ବାଚନ ବଜେଟ ୨୦୦୦ କୋଟି !!! ଏହି ଖବରଟି ନିଦ ହଜେଇଦେଇଛି ଅନ୍ୟ ଦଳ ମାନଙ୍କର। ଏଥିପାଇଁ ପାଣ୍ଠିର ଆକାର ବଢେଇବାର ଯୋଜୋନାରେ ଲାଗି ଗଲେଣି ଅନ୍ୟ ଦଳ ମାନେ ।ପିସି କାରବାର ବନ୍ଦ କଥା ଭୁଲିଗଲେଣି ରାଜ୍ୟର BJD ସରକାର,ଏବେ ଚିନ୍ତା ୨୦୧୯ ନିର୍ବାଚନ ବୈତରଣୀ ପାରହେବେ କେମିତି। ପରିସ୍ଥିତି ଆଉ ୨୦୧୪ ପରି ଏକପାଖିଆ ନାହ୍ନି,ସାମ୍ନାରେ ସମସ୍ତ କଳ-ବଳ-କୌଶଳ ସହିତ ବିରୋଧୀ ପ୍ରସ୍ତୁତ।

ପରିସ୍ଥିତି ଯାହା ୨୦୧୯ ରେ କେବଳ ଟଙ୍କା କାମ କରିବ,ତେଣୁ ଦୁଧିଆଳି ବିଭାଗର କରିତକର୍ମା ଅଧିକାରୀ ମାନଙ୍କୁ ଅବସର ପରେବି ଚାକିରି କାଳ ବୃଦ୍ଧି କରାଯାଉଛି ଯାହା ଅତୀତରେ କେବେ ଦେଖାଯାଇ ନଥିଲା। ବିକାଶ ଏବେ ରାଜନୀତିର ଅଲୋଡା ପ୍ରସଙ୍ଗ ବର୍ତମାନର ନୂଆ ରାଜନୈତିକ ବିଚାର ହଉଚି ପ୍ରଚାର ଏବଂ କିଣା ହେଇପାରୁଥିବା ଭୋଟ।

ସମସ୍ତେ ଜାଣନ୍ତି ବିଜେପୁର ନିର୍ବାଚନ କେବଳ ଟଙ୍କାର ଲଢେଇ ଥିଲା,ଆଗକୁ ଏ ଧାରା ବଜାୟ ରହିବ। ଏବେ ନିର୍ବାଚନ ଖର୍ଚର ସିଂହଭାଗ ହିସାବ କରାଯାଏ ଭୋଟ ପିଛା ଦିଆଯାଉଥିବା ଟଙ୍କା।ତେବେ ଆଉ ଏକ ନୂଆଁ ସମୀକରଣ ୨୦୧୯ ପାଇଁ ଅପେକ୍ଷା କରିଛି ଏବଂ ତାହା ହଉଚି ସମସ୍ତଙ୍କଠୁ ଟଙ୍କା ନେଲାପରେ ଭୋଟର ଭୋଟଦେବେ କାହାକୁ,ଏଇଠି ଭାବମୂର୍ତିର ପ୍ରଶ୍ନ ଉଠିବ ଏବଂ ପୁଣି ଥରେ ଯୋଗ୍ୟତା ନିର୍ବାଚନର ମାପକାଠି ହେଇଯିବ। ତେଣୁ କେବଳ ଟଙ୍କା ବଳରେ ନିର୍ବାଚନ ବୈତରଣୀ ପାର ହବାର ଯୋଜନା ରଖିଥିବା ସୁବିଧାବାଦୀ ରାଜନେତାଙ୍କ ପାଇଁ ୨୦୧୯ ସୁଗମ ନୁହ୍ନେ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

2 comments

  1. tremendous news portal with perfect blending ଓଫ news and analysis.

  2. Chitta Mohapatra

    ଭଲ ଖବର

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help