Home / National / ଭାରତରେ ପୁଣିଥରେ ଜାତିବାଦ ଉଗ୍ର ରୂପ ନବା ଆରମ୍ଭ କଲାଣି

ଭାରତରେ ପୁଣିଥରେ ଜାତିବାଦ ଉଗ୍ର ରୂପ ନବା ଆରମ୍ଭ କଲାଣି

ଜାତି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଆଜି ଭାରତ ବନ୍ଦ ଡକରା ଦିଆ ଯାଇଛି। ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୂପ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ୧୪୪ ଧାରା ଏବଂ କିଛି ସ୍ଥାନରେ କର୍ଫୁ ମଧ୍ୟ ଲଗାଯାଇଛି। କୌତୁହଳର ବିଷୟ ହେଉଛି କିଛି ଲୋକ ଶୋସିଆଲ ମିଡିଆରେ ଏହି ବନ୍ଦ ଡାକରା ଦେଇଥିଲେ ଏବଂ ଏହି ଅଦୃଶ୍ୟ ଲୋକ ମାନଙ୍କ ଡାକରରେ ଶହେ କୋଟି ଲୋକଙ୍କର ଏକ ଦେଶ ଗୋଟିଏ ଦିନ ପାଇଁ ବନ୍ଦ ହେଇଗଲା।

କିଛିଦିନ ତଳେ SC/ST ଆଇନର ଦୁରୁପଯୋଗ ସମ୍ପର୍କରେ ଦେଶର ସର୍ବୋଚ ନ୍ୟାୟଳୟର ଏକ ରାଏକୁ ବିରୋଧ କରି ଦଳିତ ମାନେ ଭାରତ ବନ୍ଦ ଡାକରା ଦେଇଥିଲେ,ପରିସ୍ଥିତି ଏପରି ଉଗ୍ର ରୂପ ନେଇଥିଲା ଯେ ମଧ୍ୟପ୍ରଦେଶରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ରାଜସ୍ଥାନରେ ଦୁଇଜଣ ଦଳିତ ବିଧାୟକଙ୍କ ଘରେ ଲୋକ ନିଆଁ ଲଗେଇ ଦେଇଥିଲେ।

ନବେ ଦଶକରେ ଭି.ପି.ସିଂ ଙ୍କ ଜାତିଆଣ ରାଜନୀତି ଦେଶରେ ଅନେକ ବିଦ୍ଵେଷ ସୃଷ୍ଟି କରିଥିଲା। ନବେ ଦଶକର ଜାତିଆଣ ରାଜନୀତିରୁ ବିଏସପି ପରି ଏକ ଦଳ ସୃଷ୍ଟି ହେଇ ପାରିଲା ଯାହା କିଛି କାଳ ପାଇଁ ଉତ୍ତରପ୍ରଦେଶରେ କ୍ଷମତାରେ ରହି ପାରିଲା,କିନ୍ତୁ ଉତ୍ତରପ୍ରଦେଶ ପରି ବିଏସପି ସମଗ୍ର ଭରତ ବର୍ଷରେ ପ୍ରଭାବ ବିସ୍ତାର କରି ପାରିଲା ନାହ୍ନି ବରଂ ବିଗତ ଦୁଇ ଦଶନ୍ଧି ଧରି ଭାରତରେ ଜାତିଆଣ ରାଜନୀତି କାଳକ୍ରମେ ପ୍ରଭାବଶୂନ୍ୟ ମନେହଉଥିଲା।ହଠାତ ଏଇ କିଛିଦିନ ହବ ପୁଣିଥରେ ଜାତିଆଣ ପ୍ରଶ୍ନ ଜାତୀୟ ପ୍ରସଙ୍ଗ ଭାବରେ ମୁଣ୍ଡ ଟେକିଲାଣି।

ଏହାର କାରଣ ଭାବରେ ମାୟବତୀଙ୍କ ପୁନରୁଥାନ ଗୁଜରାଟରେ ଦଳିତ ନେତା ଜିଗ୍ନେଶ ବିମାନିଙ୍କ ଆବିର୍ଭାବ ଭାରତର କ୍ରମବର୍ଦ୍ଧିଷ୍ଣୁ ଧନୀ ଏବଂ ଦରିଦ୍ରର ତାରତମ୍ୟ ଗୁଡିକ ଅନ୍ୟତମ।ଅନ୍ୟଏକ ଗୁରୁତ୍ଵପୂର୍ଣ ସଂଯୋଗ ହେଉଛି କଂଗ୍ରେସ ଯେବେବି କ୍ଷମତାରୁ ବାହାରେ ରହିଚି ଦେଶରେ ଜାତିଆଣ ଆନ୍ଦୋଳୋନ ଏବଂ ବିଦ୍ଵେଷ ବଢିଛି,ଏହାର ଉଦାହରଣ ଭାବରେ ମଣ୍ଡଳ କମିଶନ ଅନ୍ଦୋଳନକୁ ନିଆଯାଇପାରେ।କଂଗ୍ରେସ ହୁଏତ ଏହି ଅନ୍ଦୋଳନ ପାଇଁ କରୁଛି ବା ଅଣ-କଂଗ୍ରେସ ଦଳ ମାନେ ଭାରତର ଜାତିବାଦ ସମସ୍ୟାକୁ ସଠିକ ଭାବରେ ପରିଚାଳନା କରି ପାରୁନାହାନ୍ତି।

ଏହି ସାମାଜିକ ସମସ୍ୟାଟି ଆଗକୁ ଆହୁରି ଜଟିଳ ରୂପ ନେଇ ପାରେ କାରଣ,ଦଳିତଙ୍କ ପରି ଭାରତୀୟ ମଧ୍ୟବିତ୍ତ ସମାଜ ମଧ୍ୟ ବହୁ ସମସ୍ୟା ଦେଇ ଗତି କରୁଛି।ମଧ୍ୟବିତ୍ତଙ୍କ ଭୋଟରେ ମୋଦୀ କ୍ଷମତାକୁ ଆସିଥିଲେ ହେଲେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସବୁ ଭୁଲିଗଲେ। ଦେଶର ଯେଉଁ ବିକାଶ କଥା କୁହା ଯାଉଚି ତାହା କେବଳ ଧନିକ ମାନଙ୍କ ବିକାଶରେ ସୀମିତ।

ସାମାଜିକ କ୍ଷେତ୍ରର କୌଣଶୀ ପୁନର୍ବିନ୍ୟାସ ମୋଦୀ କରି ପାରି ନାହାନ୍ତି,ବରଂ ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କୁ ଲୋକଙ୍କ ସାମ୍ନାରେ ଅପଦସ୍ତ କରିବା ପାଇଁ ବା ରାଜ୍ୟର ବିକାଶକୁ ବାଟବଣା କରିବା ପାଇଁ ମୋଦୀ ସାମାଜିକ କ୍ଷେତ୍ର ଗୁଡିକୁ ସର୍ବାଧିକ ଅଣଦେଖା କରିଛନ୍ତି।

କୁହାଯାଏ କେନ୍ଦ୍ର ପରିଚାଳନାଧିନ ନିର୍ମାଣ କ୍ଷେତ୍ରକୁ ଯଥା ଜାତୀୟ ରାଜପଥ,ଜଳମାର୍ଗ,ତୈଳ କ୍ଷେତ୍ରର ଭିତ୍ତିଭୂମି କ୍ଷେତ୍ରରେ ଆବଶ୍ୟକତା ଠାରୁ ଅଧିକ ଟଙ୍କା ବିନିଯୋଗ ପଛରେ ଦଳୀୟ ପାଣ୍ଠି ସଂଗ୍ରହ ଏକ ପ୍ରମୁଖ ଉଦେଶ୍ୟ ଥିଲା ଏବଂ ଏଥିପାଇଁ ଅନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ଦର ମୋଦୀଙ୍କ ଶାସନ କାଳରେ ସର୍ବନିମ୍ନ ସ୍ତରରେ ଥିଲେ ମଧ୍ୟ ମଧ୍ୟବିତ୍ତ ଏବଂ ଗରିବ ସମାଜର ସ୍ଵାର୍ଥକୁ ଅଣଦେଖା କରି ତୈଳ ଦରର ଲାଭ ସାଧାରଣ ଲୋକଙ୍କୁ ଦେଲେ ନାହ୍ନି।ଏହି ସାମଗ୍ରିକ ଆକ୍ରୋଶ ଏବେ ବିଭିର୍ଣ ରୂପନେଇ ନିଜର ଅସନ୍ତୋଷ ଯାହିର କରୁଛନ୍ତି।ଏହା ଆଗକୁ ମୋଦୀଙ୍କ ପାଇଁ ଏକ ଅସମାହିତ ସମସ୍ୟାର ରୂପ ନେଇ ପାରେ।

 

About Ajirakhabar

Check Also

ଦୁଇ ଶହ ଟଙ୍କାରେ ବନ୍ଧା ପଡିଛି ବିଶ୍ଵର ବୃହତ ଗଣତନ୍ତ୍ର !!!!

ସ୍ଥାନ ଦେବଗଡ ବିଧାନସଭା କ୍ଷେତ୍ରର ରିଆମାଳ ବ୍ଲକ । ରାତ୍ର ଦଶଟା,ଗୋଟିଏ ରାଜନୈତିକ ଦଳର ଇଲେକଶନ ମ୍ୟାନେଜର ମାନଙ୍କ ଭିତରେ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help