Home / National / ଏକ ବିଶାଳ ଦେଶର ବିଶୃଙ୍ଖଳିତ ବ୍ୟବସ୍ଥା,ଭ୍ରଷ୍ଟ ରାଜନେତା ଏବଂ ସାଧାରଣ ଜନତା

ଏକ ବିଶାଳ ଦେଶର ବିଶୃଙ୍ଖଳିତ ବ୍ୟବସ୍ଥା,ଭ୍ରଷ୍ଟ ରାଜନେତା ଏବଂ ସାଧାରଣ ଜନତା

କଠୁଆର ଆଠ ବର୍ଷର ନାବାଳିକା,ଗରିବ ଏବଂ ସାଧାରଣ ପରିବାରର ଝିଅଟିଏ। ତା ପ୍ରତି ହେଇଥିବା ଅତ୍ୟାଚାର କୁ ବର୍ଣନା କରିବାକୁ ଲଜ୍ୟା ଲାଗୁଚି।ତା ଠାରୁ ଅଧିକ ଦୁଃଖ ଲାଗୁଛି ସେଇ ନିରପରାଧ ସାଧାରଣ ପରିବାରର ଅସହାୟତା କୁ ଦେଖିଲେ। କ୍ଷମତାଶାଳି ମାନଙ୍କ ସାମ୍ନାରେ ସେମାନେବା କିଏ।ଏଇ ଦୂରତାକୁ ହୁଏତ ସେମାନେ ଖୁବ ଭଲ ଭାବରେ ବୁଝିଯାଇଛନ୍ତି,ଏବଂ ନିରବ ରହିବାକୁ ନିରାପଦ ଭାବିଛନ୍ତି.ଉନ୍ନାଉ ଗଣବଳାତ୍କାରର ବିଭୀଷିକା ଆହୁରି ଲୋମହର୍ଷଣକାରୀ।ଏଠାରେ କ୍ଷମତା ଏବଂ ପ୍ରଶାସନ ଏପରି ମଦମତ୍ତ ଥିଲେ ଯେ ପ୍ରତିବାଦକାରୀ ପୀଡ଼ିତାର ବାପାକୁ ମଧ୍ୟ ହତ୍ୟା କଲେ।

ଘଟଣା ଘଟିଥିବା ଦୁଇଟି ଯାକ ରାଜ୍ୟରେ BJP କ୍ଷମତାସିନ।ଉତ୍ତରପ୍ରଦେଶ ଉନ୍ନାଉ ଘଟଣାରେ ଖୋଦ BJP ବିଧାୟକ ହଉଛନ୍ତି ଅଭିଯୁକ୍ତ।ଆରମ୍ଭରୁ ତାଙ୍କୁ ସୁରକ୍ଷା ଦବାକୁ ଚେଷ୍ଟା କରାଗଲା ଏବଂ ପରେ ଉଚ ନ୍ୟାୟାଳୟର ହସ୍ତକ୍ଷେପ ଯୋଗୁଁ ଯୋଗୀ ସରକାର ବାଧ୍ୟ ହେଲେ CBI କୁ କେସ ହସ୍ତାନ୍ତର କରିବା ପାଇଁ। CBI କେସ ନବାପରେ ମଧ୍ୟ ଗିରଫଦାରୀକୁ ଏଡାଇବାକୁ ଚେଷ୍ଟା କରାଯାଉଥିଲା ପରିଶେଷରେ ଆଲ୍ଲାହାବାଦ ଉଚ ନ୍ୟାୟାଳୟର ନିର୍ଦେଶ ମତେ ତାଙ୍କୁ ଗତକାଲି ରାତିରେ ଗିରଫ କରାଗଲା।

ରାଜନୈତିକ ଅପରାଧର ଉତ୍ତର ଦାଇତ୍ଵ ଏବେ ଏକ ବଡ ପ୍ରଶ୍ନ। ମନେ ପକାନ୍ତୁ ୨୦୧୪ ର ମୋଦୀଙ୍କ ବିଶାଳ ପ୍ରତିଶ୍ରୁତି ସବୁକୁ,ଉତ୍ତରପ୍ରଦେଶ ସମ୍ପର୍କରେ ତାଙ୍କର ସବୁଠୁ ବଡ ପ୍ରତିଶ୍ରୁତି ଥିଲା ରାଜ୍ୟର ଆଇନ ସୃଖଂଳା ଏବଂ ରାମ ମନ୍ଦିର।ଟିକଟ ଦିଆଯାଇଥିବା ଅପରାଧୀଙ୍କ ତାଲିକା ଦେଖିଲେ ମୋଦୀଙ୍କ ସମୟରେ BJP ତାର ମୌଳିକ ନୀତିକୁ ହରେଇଛି ବୋଲି ଯେ କେହିବି ବୁଝି ପାରିବ।ରାମ ମନ୍ଦିର ପ୍ରସଙ୍ଗ ଆହୁରି ସଙ୍ଗୀନ। ଅଭିଯୋଗ ହୁଏ ମୋଦୀ କିଛି ବାବାଙ୍କୁ ନିଯୁକ୍ତ କରିଛନ୍ତି ଟଙ୍କା ଳାଞ୍ଚ ଦେଇ ବାବରିମସଜିଦ କ୍ରିଯାନୁଷ୍ଠାନ କମିଟିର ମୌଲବୀ ମାନଙ୍କୁ ମନ୍ଦିର ସପକ୍ଷରେ ରାଜି କରେଇବାକୁ, ଏଥିପାଇଁ ଟଙ୍କା ସହ ରାଜ୍ୟସଭା ସଭ୍ୟପଦ ମଧ୍ୟ ପ୍ରସଙ୍ଗକୁ ଆସିଲାଣି।

ଏହାକୁ ବିଚାର କଲେ ବରଂ ଆଡଭାନୀଙ୍କ କଟ୍ଟର ହିନ୍ଦୁବାଦ ହୁଏତ ଅଧିକ ନୀତିନିଷ୍ଠ ଏବଂ ପ୍ରାସଙ୍ଗିକ ଥିଲା।ଉତ୍ତରପ୍ରଦେଶରେ ଗୋରକ୍ଷ୍ୟା ନାଁରେ ନରହତ୍ୟା ଏବଂ ଗୁଣ୍ଡାରାଜ ଚଲେଇଥିବା ମୋଦୀଙ୍କ BJP ଉତ୍ତର ପୂର୍ବାଞ୍ଚଳରେ କ୍ଷମତା ପ୍ରତିବଦଳରେ ଗୋମାତାକୁ ହତ୍ୟା କରିବାର ନିର୍ଭୟ ପ୍ରତିଶ୍ରୁତି ଦେଲା।

ଧର୍ଷଣ ପରି ଦୁଇଟି ଜଘନ୍ୟ ଅପରାଧ ସମ୍ପର୍କରେ ମୋଦୀଙ୍କ ସର୍ବଦା ଚଳ-ଚଞ୍ଚଳ ଟୁଇଟ କିନ୍ତୁ ରହସ୍ୟମୟ ଭାବରେ ନୀରବ ଥିଲା।ମୋଦୀ ବ୍ୟସ୍ତ ଥିଲେ ଉପବାସ କରିବାରେ।ମୋଦୀ କୁହନ୍ତି ସଂସଦ ଚାଲିବା ଉଚିତ,ହେଲେ କାହା ପାଇଁ?ସଂସଦର ପ୍ରାସଙ୍ଗିକତା ଦେଶ ଅନୁଭବ କରୁଛି କି?ସରକାର ଯଦି ଠିକ ଭାବରେ ଚାଲୁଥାନ୍ତା ତାହେଲେ ଇଲାହାବାଦ ଉଚ ନ୍ୟାୟାଳୟକୁ ଅପରାଧୀ BJP ବିଧାୟକକୁ ଗିରଫ କରିବାକୁ ନିର୍ଦେଶ ଦବାକୁ ପଡି ନ’ଥାନ୍ତା।

ଗୁଜରାଟ ଦଙ୍ଗା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ମୋଦୀଙ୍କୁ ରାଜଧର୍ମ ପାଳନ ପାଇଁ ନିର୍ଦେଶ ଦେଇଥିଲେ।ବାଜପେୟୀଙ୍କ ଈଙ୍ଗିତ ଥିଲା ମୋଦୀଙ୍କ ନିରପେକ୍ଷତା ଉପରକୁ,ଆଡଭାନୀଙ୍କ ନିର୍ଭୟ ବରଦାନ ପାଇ ନଥିଲେ ସେଦିନ ମୁଖ୍ୟମନ୍ତ୍ରିତ୍ଵରୁ ବିତାଡିତ ହୋଇଥାନ୍ତେ ମୋଦୀ।ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ଵରେ ସେଇ ନିରପେକ୍ଷତାର ପ୍ରସଙ୍ଗ ଆଜିବି ବିପର୍ନ।

ଏଠାରେ ନିରପେକ୍ଷତା କେବଳ ଏକ ସାମ୍ପ୍ରଦାୟିକ ପ୍ରସଙ୍ଗ ନୁହ୍ନେ,ଯାହା ପାଇଁ ମୋଦୀ ସର୍ବାଧିକ ନିନ୍ଦିତ। ପ୍ରଧାନମନ୍ତ୍ରୀ ହବାପରେ ମୋଦୀଙ୍କ ନିରପେକ୍ଷତା ପ୍ରତ୍ୟେକ କ୍ଷେତ୍ରରେ ସମାଲୋଚିତ ହେଇଛି।ନୋଟବନ୍ଦି ଏକ ନିରପେକ୍ଷ ନିସ୍ପତି ନଥିଲା,ଏହା ପଛରେ ବିଜେପି ର ଅନେକ ନ୍ୟସ୍ତସ୍ଵାର୍ଥ ନିହିତ ଥିଲା।ନୋଟ ବନ୍ଦିର ମାତ୍ର କିଛିଦିନ ପୂର୍ବରୁ ପୁରୁଣା ନୋଟ ବଦଳରେ BJP ସାରା ଦେଶରେ ଦଳୀୟ ଅଫିସ ବାହାନାରେ କୋଟିକୋଟି ଟଙ୍କାର ସ୍ଥାବର ସମ୍ପତି କ୍ରୟକରି ଥିଲା।

କ୍ଷମତାକୁ ଆସିଲାପରେ ଦଳ ଭିତରେ ନିଜର ନିନ୍ଦୁକ ଏପରିକି ଅନ୍ୟ ପ୍ରତିଭାବାନ ନେତା ମାନଙ୍କୁ ମଧ୍ୟ ବିଜେପି ରୁ ମୂଳୋତ୍ପାଟନ କରିଥିଲେ ମୋଦୀ।କେବଳ ଚାଟୁକାର ଏବଂ ଅନୁଗତ ମାନଙ୍କୁ ନେଇ ମୋଦୀଙ୍କ ସରକାର ଏକ ନିରପେକ୍ଷ ସରକାର ନୁହ୍ନେ,ଏପରିକି ମୋଦୀ ତାଙ୍କ ଦଳର ଅଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରତି ମଧ୍ୟ ନିରପେକ୍ଷ ନୁହନ୍ତି,ଇଏ ହେଉଛି ବର୍ତମାନ ବ୍ୟବସ୍ଥାର ସବୁଠାରୁ ବଡ ବିଡମ୍ବନା।

About Ajirakhabar

Check Also

ଦୁଇ ଶହ ଟଙ୍କାରେ ବନ୍ଧା ପଡିଛି ବିଶ୍ଵର ବୃହତ ଗଣତନ୍ତ୍ର !!!!

ସ୍ଥାନ ଦେବଗଡ ବିଧାନସଭା କ୍ଷେତ୍ରର ରିଆମାଳ ବ୍ଲକ । ରାତ୍ର ଦଶଟା,ଗୋଟିଏ ରାଜନୈତିକ ଦଳର ଇଲେକଶନ ମ୍ୟାନେଜର ମାନଙ୍କ ଭିତରେ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help