Home / Odisha / ଶ୍ରୀକାନ୍ତ ଜେନା ଉଠେଇଥିବା ପ୍ରସଙ୍ଗରେ ଉତ୍ତର ରଖନ୍ତୁ ସବୁ ରାଜନୈତିକ ଦଳ

ଶ୍ରୀକାନ୍ତ ଜେନା ଉଠେଇଥିବା ପ୍ରସଙ୍ଗରେ ଉତ୍ତର ରଖନ୍ତୁ ସବୁ ରାଜନୈତିକ ଦଳ

ଶ୍ରୀକାନ୍ତ ଜେନାଙ୍କ ମନେ ଥାଇପାରେ ତାଙ୍କର  କେନ୍ଦ୍ରରେ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଭି॰ପି. ସିଂ’ଙ୍କ ସରକାର ସମୟରୁ। ଭି॰ପି॰ସିଂ ସରକାର ମଣ୍ଡଳ କମିଶନ ପ୍ରସଙ୍ଗରେ ବଦନାମ ହୋଇ କ୍ଷମତା ହରାଇଲା।ଏହାପରେ ବାହୁଜନ ସମାଜ ପାର୍ଟିକୁ ବାଦଦେଲେ କୌଣସି ଜାତୀୟ ଦଳ ଜାତି ଆଧାରିତ ରାଜନୀତିଠୁ ନିଜକୁ ଦୂରରେ ରଖିଥିଲେ।

ଓଡିଶାରେ ଇସ୍ତାହାର କମିଟିର ମୁଖ୍ୟ ହେଲାପରେ ଶ୍ରୀକାନ୍ତ ଜେନା ହଠାତ ଏହି ମହାକାଳ ଫଳ ଟିକୁ ତୋଳିବାକୁ ଉଦ୍ୟମ କରିବାକୁ ଇସାରା ଦେଇଛନ୍ତି।ଉଦେଶ୍ୟ ଓଡିଶାର 54% OBC ଭୋଟ ବାହାନାରେ ନିଜର ମୁଖ୍ୟମନ୍ତ୍ରିତ୍ଵ ଦାବୀକୁ ଉପସ୍ଥାପିତ କରିବା।

ଶ୍ରୀକାନ୍ତ ଜେନାଙ୍କ ମୁଖ୍ୟମନ୍ତ୍ରୀ ହବାର ସ୍ଵପ୍ନ ଅବାସ୍ତବ ନୁହ୍ନେ,ତାଙ୍କର ଯୋଗ୍ୟତା ଅଛି ଏବଂ ବହୁବାର ସେ କେନ୍ଦ୍ରରେ ମନ୍ତ୍ରୀ ରହିଛନ୍ତି।ତେବେ କୋଟା ମାଧ୍ୟମରେ ଜାଗାଟିକୁ ନିଜପାଇଁ ସଂରକ୍ଷିତ ରଖିବାର ଅପଚେଷ୍ଟାରେ ସେ ହୁଏତ ବିଫଳ ହେଇ ପାରନ୍ତି।

ଏହାର ମୁଖ୍ୟ କାରଣ ହଉଚି କଂଗ୍ରେସ ଆଉ ଜାତିଭିତ୍ତିକ ରାଜନୀତି କରିବାକୁ ଆଗ୍ରହୀ ନୁହ୍ନେ।

ଯେଉଁ ଦ୍ଵିତୀୟ ପ୍ରସଙ୍ଗଟି ଶ୍ରୀକାନ୍ତ ଜେନା ଉଠେଇବାକୁ ଚାହ୍ନିଛନ୍ତି ତାହାହେଉଛି ଓଡିଶାର ଖଣିଖାଦାନର ମାଲିକାନା।ସବୁ ଖଣି ରାଜ୍ୟ ପାଖରେ ରହୁ,ଏହା ହବ କଂଗ୍ରେସର ନିର୍ବାଚନି ଇସ୍ତାହାର।ଏହି ଗୋଟିଏ ପ୍ରତିଶ୍ରୁତି ବାସ୍ତବରେ ଓଡିଶାର ଦାରିଦ୍ରକୁ ଦୂର କରି ପାରିବ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାର ସତସାହସ କୌଣସି ରାଜନୈତିକ ଦଳପାଖରେ ନାହ୍ନି।ଏହି ଗୋଟିଏ ବ୍ୟବସ୍ଥା ଭାରତରେ ଚାଲିଥିବା ଶିଲ୍ପପତି-ରାଜନେତାଙ୍କ ଅସାଧୁ ମେଣ୍ଟକୁ ସବୁଦିନ ପାଇଁ ଖତମ କରିଦେଇ ପାରିବ।

ଅଷ୍ଟ୍ରେଲିଆ,କାନାଡା ଏବଂ ଅନ୍ୟାନ୍ୟ ବିକଶିତ ଦେଶ ମାନଙ୍କରେ ଖଣିଜ ସମ୍ପଦ ସର୍ବଦା ରାଷ୍ଟ୍ରୀୟ ସମ୍ପଦ ହେଇଥିବାରୁ ସେଇ ଦେଶ ଗୁଡିକ ବିକଶିତ ଦେଶ ହେଇପାରିଛନ୍ତି,ଅନ୍ୟ ପକ୍ଷରେ ଯଥେଷ୍ଟ ପ୍ରାକୃତିକ ସମ୍ପଦ ଥାଇ ମଧ୍ୟ ଆଫ୍ରିକା,ଆରବ ଏବଂ ଏସୀୟ ଦେଶ ଗୁଡିକ ଦରିଦ୍ର ଏବଂ ଦେଶ ମଧ୍ୟରେ ଅର୍ଥନୈତିକ ବୈଷମ୍ୟର ଶୀକାର ହଉଛନ୍ତି।

ଭାରତୀୟ ଊଦ୍ୟୋଗ ଜଗତର କୁବେରପତି ମାନେ Amazon,Google ବା Microsoft ପରି କୌଣସି ବୈଷୟିକ ଜ୍ଞାନକୌଶଳ ଉଦ୍ଭାବନ କରି ବ୍ୟବସାୟକରି ଆଣ୍ଟିଲିଆର ବିଳାସମୟ ଜୀବନ ବିତଉ ନାହାନ୍ତି। ଦେଶର ପ୍ରଭୂତ ପ୍ରାକୃତିକ ସଂପଦକୁ ରାଜନୈତିକ ଷଡଯନ୍ତ୍ର ମାଧ୍ୟମରେ ଦଖଲ କରି ଅର୍ଥ ଉପାର୍ଜନ କରୁଛନ୍ତି।

ଟାଟା,ବିର୍ଲା,ବେଦାନ୍ତ,ଜିନ୍ଦଲ ଇତ୍ୟାଦି ଊଦ୍ୟୋଗ ଗୁଡିକ ଦେଶର ପ୍ରାୟ ସବୁତକ  ଖଣି ଦଖଲ କରିନବା,ରିଲାଏନ୍ସ,ଆଦାନୀ ଏବଂ ଏସାର ପରି ଉଦ୍ୟୋଗ ଗୁଡିକ ତୈଳ ଏବଂ ପ୍ରକୃତିକ ବାଷ୍ପ ସଂପର୍କିତ ସମଗ୍ର ବ୍ୟବସାୟକୁ ଅଧିକାର କରିନବା ଭାରତର ଅନଗ୍ରସରତା ଏବଂ ଦାରିଦ୍ରର ଏକ ପ୍ରମୁଖ କାରଣ ବୋଲି କୁହାଯାଏ।

ଓଡିଶାର ସମସ୍ତ ଖଣିଜ ସମ୍ପଦ ବିଗତ ପଚାଶବର୍ଷରୁ ଉର୍ଦ୍ଧ ହବ ଟାଟା ଏବଂ ବିର୍ଲା ଭୋଗ କରି ଆସୁଛନ୍ତି,ସେମାନେ ଓଡିଆ ନୁହନ୍ତି କି ତାଙ୍କର ବ୍ୟବସାୟିକ ମୁଖ୍ୟାଳୟ ଓଡିଶାରେ ନଥିଲାବେଳେ ଓଡିଶାର ବିପୁଳ ପ୍ରକୃତିକ ସମ୍ପଦ ଏମାନଙ୍କୁ ଲିଜ ସୂତ୍ରରେ କଣ ପାଇଁ ଏବଂ କାହା ସ୍ଵାର୍ଥରେ ଦିଆ ଯାଇଛି ତାହା ବିଳମ୍ବରେ ହେଲେମଧ୍ୟ ତଦନ୍ତ ସାପେକ୍ଷ।

ତ୍ରିବେଣୀ ଆର୍ଥମୁଭର୍ସ ପରି ଏକ ଛୋଟ କମ୍ପାନି ଖଣି ଖନନ କରିବାକୁ ଆସି ଆଜି ରାଜ୍ୟର ଅଧିକାଂଶ ଖଣିର ଛାୟା-ମାଲିକାନା ଭୋଗ କରୁଛି।ତେଣୁ ଏସବୁ ପଛର ରହସ୍ୟ ହଉଛି ରାଜନୈତିକ ଅନୁକମ୍ପା ଏବଂ ଅନୁକମ୍ପା ପଛର ରହସ୍ୟ ହଉଛି ଦୁର୍ନୀତି!!

ତେଣୁ ରାଜନୈତିକ ଦଳ ମାନେ ସ୍ପଷ୍ଟ କରନ୍ତୁ ପ୍ରାକୃତିକ ସମ୍ପଦର ମାଲିକାନା ରାଜ୍ୟର ନା କିଛି ମୁଷ୍ଟିମେୟ ନ୍ୟସ୍ତସ୍ଵାର୍ଥ ବ୍ୟବସାୟୀଙ୍କର।ଆଦିବାସୀର ମିତ ବୋଲି ନିଜକୁ ଦାବି କରୁଥିବା କଂଗ୍ରେସ,ପୂର୍ବ ଭାରତର ବିକାଶର ଠିକାଦାର ବୋଲି ନିଜକୁ ଦାବି କରୁଥିବା BJP ଏବଂ ଓଡିଶାର ସ୍ଵାଭିମାନ ବୋଲି ନିଜକୁ ଦାବି କରୁଥିବା BJD 2019 ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତ ଜେନାଙ୍କ ଊତଥାପିତ ପ୍ରସଙ୍ଗର ଉତ୍ତର ରାଜ୍ୟର ଲୋକଙ୍କ ସାମ୍ନାରେ ରଖନ୍ତୁ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

One comment

  1. Development of Mines is controlled by the Centre in consultation with the concerned State. Earlier there were many loop holes in the laws regulating the Mines and Minerals in the country. These flaws cotributed in mega scams and helped corruption in the sector. But after NDA came to power in 2014 lots of legislative changes have been brought about to benefit the States and minimise misuse of law and control corruption in the mining sector. So Niranjan Jena’s proposals are redundant. His caste and community based politics is also out dated. People do want to remain divided on basis of their caste and comunity.

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help