Home / World / ନରେନ୍ଦ୍ର ମୋଦୀଙ୍କ ସମୟରେ ପ୍ରଧାନମନ୍ତ୍ରୀ ପଦର ଗରିମା ନିନ୍ମଗାମୀ ହେଉଛି କି ?

ନରେନ୍ଦ୍ର ମୋଦୀଙ୍କ ସମୟରେ ପ୍ରଧାନମନ୍ତ୍ରୀ ପଦର ଗରିମା ନିନ୍ମଗାମୀ ହେଉଛି କି ?

ଲାଲବାହାଦୁର ଶାସ୍ତ୍ରୀ,ମନମୋହନ ସିଂ,ନରସିଂହ ରାଓ ଏପରିକି ବାଜପାୟୀ ମଧ୍ୟ ଗରିବ ପରିବାରରୁ ଆସି ଦେଶର ସର୍ବୋଚ ଆସନରେ ବସିଛନ୍ତି।ତେବେ ଏମାନେ କେବେ ସେମାନକ ଗରିବୀକୁ କ୍ଷମତା ପାଇଁ ପ୍ରଚାରିତ କରି ନାହାନ୍ତି।କାରଣ ବାସ୍ତବରେ ଗରିବୀ ଏକ ପ୍ରାଧିକୃତ ଯୋଗ୍ୟତା ନୁହ୍ନେ ଦେଶର ପ୍ରଧାନମନ୍ତ୍ରୀ ହବା ପାଇଁ।

ଭାରତର ପ୍ରଧାନମନ୍ତ୍ରୀ ଜଣେ ଉଦାରବାଦୀ ଉଚଶିକ୍ଷିତ ବ୍ୟକ୍ତି ହବା ଉଚିତ ଯିଏ ଭଦ୍ର ଏବଂ ବିନୟୀ ହେଇଥିବ। ଜ୍ଞାନର ଉଦାହରଣ ଥିଲେ ଉଭୟ ମନମୋହନ ସିଂ ଏବଂ ନରସିଂହ ରାଓ,  ଉଦାରବାଦ ର  ସର୍ବଶ୍ରେଷ୍ଠ ନମୁନା  ଥିଲେ ବାଜପାୟୀ  ଏବଂ ବିନୟ ଭାବର ବଡ ଉଦାହରଣ   ହଉଛନ୍ତି ମନମୋହନ ସିଂ।

ଏବର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ବହୁ କଟୁ ଭାଷାରେ ତଥା ଅଶାଳୀନ ଶବ୍ଦରେ ସମାଲୋଚନା ତଥା ତାଚ୍ଛଲ୍ୟ କରିଛନ୍ତି କିନ୍ତୁ ମନମୋହନ କେବେ ମୋଦୀଙ୍କ ସ୍ତରକୁ ଖସି ନାହାନ୍ତି,ବରଂ ମୋଦୀଙ୍କ ଅଶାଳୀନତା ଠାରୁ ଦୂରତା ରକ୍ଷା କରିଛନ୍ତି।ଗରିବୀ ମଣିଷକୁ ବିନମ୍ର କରିଥାଏ କିନ୍ତୁ ନିଜର ଗରିବୀକୁ ବିଜ୍ଞାପିତ କରି କେବେ ନିଜକୁ ଚା’ବାଲା ତ ଆଉ କେତେବେଳେ ବାସନ ମାଜୁଥିବା ମା’ର ପୁଅ ବୋଲି ଦାବି କରୁଥିବା ମୋଦୀଙ୍କ ପାଖରେ ଗରିବୀରୁ ଆସିଥିବା ନମ୍ରତା ଦେଖିବାକୁ ମିଳେନା।

ଏପରିକି ତାଙ୍କ ଜୀବନଶୈଳୀରେ ଦାରିଦ୍ରର ଛାପ ମଧ୍ୟ ଦେଖିବାକୁ ମିଳେନା।ଏକଦା ୧୨ ଲକ୍ଷ ଟଙ୍କାର କୋଟ ପିନ୍ଧି ଚର୍ଚାକୁ ଆସିଥିବା ମୋଦୀ ନିକଟରେ କର୍ଣାଟକରେ ଗାନ୍ଧୀ ପରିବାରର ପ୍ରାଚୁର୍ଜ୍ୟ ଏବଂ ନିଜର ଗରିବୀ ସମ୍ପର୍କରେ ଲୋକଙ୍କୁ କହୁଥିଲେ।କଥାଟି ଏଥିପାଇଁ ହାସ୍ୟାସ୍ପଦ ଲାଗିଲା କାରଣ ମୋଦୀଙ୍କ ବିଳାସମୟ ଜୀବନ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଏବେ ପ୍ରକାଶିତ ହେଲାଣି।

ଏକ RTI ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସ୍ଵୀକାର କରିଛି ଯେ ପ୍ରଧାନମନ୍ତ୍ରୀ ହବା ଦିନଠାରୁ ଆଜି ପର୍ଯ୍ୟନ୍ତ  ନବରାତ୍ର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ମିନେରାଲ ପାଣି ଏବଂ ଫଳରସ ପିଇବାରେ ଦଶକୋଟି ନ’ ଲକ୍ଷ ଅଠେଇଶ ହଜାର ୪୫ ଟଙ୍କା ଖର୍ଚ କରିଛନ୍ତି।

ନିଜକୁ ଚା’ ବାଲା ବୋଲି ଦାବି କରୁଥିବା ମୋଦୀ ଜାତୀୟ ସମ୍ପତିକୁ କେତେ ବିଲାଶ ବ୍ୟସନରେ ଖର୍ଚ କରୁଛନ୍ତି ତାହା ଏଥିରୁ ପ୍ରମାଣିତ। ପୂର୍ବରୁ ୧୨ ଲକ୍ଷ ଟଙ୍କାର କୋଟ ପିନ୍ଧିବା ଏବଂ  ପ୍ରତେକ ଦିନ ଅସି ହଜାର ଟଙ୍କାର ତାଇୱାନରୁ ଆମଦାନୀ କରାଯାଉଥିବା ଛତୁ ଖାଉଥିବା ଅଭିଯୋଗ ମଧ୍ୟ ମୋଦୀଙ୍କ ବିରୁଦ୍ଧରେ ରହିଚି।

ଭାରତର କୌଣସି ପ୍ରଧାନମନ୍ତ୍ରୀ, ପଦବୀରେ ଥିବା ସମୟରେ ଦେଶର ରାଜନେତାଙ୍କ ବିରୁଦ୍ଧରେ ଅଶାଳୀନ ଶବ୍ଦ ଏବଂ ଭାଷଣ ଦେଇ ନାହାନ୍ତି ଯାହା ମୋଦୀ ଉତ୍ତରପ୍ରଦେଶ,ବିହାର,ଉତ୍ତରପୂର୍ବାଞ୍ଚଳ ରାଜ୍ୟର ନିର୍ବାଚନୀ ସଭାରେ ରାଜନେତାଙ୍କ ବିରୁଦ୍ଧରେ ବ୍ୟବହାର କରିଛନ୍ତି।ଶେଷ ଉଦାହରଣ ହଉଛି ଏବେ ଚାଲି ଥିବା କର୍ଣାଟକ ନିର୍ବାଚନ।

ମୋଦୀ ହଉଛନ୍ତି ଦେଶର ପ୍ରଥମ ରାଜନେତା ଯିଏ social media ରେ Troll ବାହିନୀ ଗଠନ କରି ଅନେକ ମିଥ୍ୟା ଖବର ମାଧ୍ୟମରେ ବିରୋଧୀ ମାନଙ୍କୁ ନିନ୍ଦିତ କରୁଛନ୍ତି।ହତ୍ୟାର ଶିକାର ହେଇଥିବା କର୍ଣାଟକ ର ସାମ୍ବାଦିକ ଗୌରୀ ଲଙ୍କେଶ ଦେଶରେ ଚାଲିଥିବା ମିଥ୍ୟା ଖବର ଏବଂ ମିଥ୍ୟା ଛବି ବିରୁଦ୍ଧରେ ଖବର ଲେଖୁଥିଲେ।ତାଙ୍କ ପାଖରେ ଅନେକ ତଥ୍ୟ ମଧ୍ୟ ଥିଲା।

ଲୋକପ୍ରିୟତା ପାଇଁ ମିଥ୍ୟା ଏକ ସହଜ ଉପାୟ ହୋଇ ପାରେ ମାତ୍ର ଏହି ଲୋକ ପ୍ରିୟତା ଖୁବଶୀଘ୍ର ମଧ୍ୟ ନିନ୍ଦିତ ହୁଏ।ମୋଦୀଙ୍କର ବର୍ତମାନ ସେହି ଦଶା।ମୋଦୀ ନାନା ଭ୍ରମାତ୍ମକ ପ୍ରତିଶ୍ରୁତି ଦେଇ ୨୦୧୪ରେ କ୍ଷମତା ହାସଲ କରିନେଲେ ସତ ହେଲେ ନୈରାଶ୍ୟଜନକ ପ୍ରଦର୍ଶନ ଖୁବ ଶୀଘ୍ର ତାଙ୍କ ଛବିକୁ ବିଗାଡି ଦେଲା।ଏବେ ହଜାର ହଜାର କୋଟି ଟଙ୍କା ବିଜ୍ଞାପନରେ ଖର୍ଚ କରି ଛବି ସୁଧାରିବାର ପ୍ରୟାସ କରାଯାଉଥିଲେ ମଧ୍ୟ ବାଜପାୟୀଙ୍କ ବହୁ ଚର୍ଚିତ signing India ର ବିପର୍ଜୟ ମୋଦୀଙ୍କୁ ମଧ୍ୟ ଭୋଗ କରିବାକୁ ପଡି ପାରେ ବୋଲି ବିଜ୍ଞାପନ ବିଶାରଦ ମାନେ ପୂର୍ବନୁମାନ କରୁଛନ୍ତି ।

ମୋଦୀଙ୍କ ସମୟର ପ୍ରଚାର ଅତୀତର ସମସ୍ତ record କୁ ଅତିକ୍ରମ କରିଚି,ଏପରିକି ଓଡିଶାରେ ବୁଲୁଥିବା କେନ୍ଦ୍ରମନ୍ତ୍ରୀମାନେ ଅତି ସାଧାରଣ କାର୍ଯ୍ୟକ୍ରମ ବା ସଭା ଗୁଡିକୁ ପ୍ରଚାରିତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ଏବଂ PSU ମାନଙ୍କୁ ଏହି ଖର୍ଚ ବହନ କରିବାକୁ ପଡୁଛି। ପାରାଦୀପ IOCL ଉଦଘାଟନ ଉତଚ୍ଛବର ଖର୍ଚ ବିବରଣୀ ଯେତେବେଳେ RTI ମାଧ୍ୟମରେ ସାର୍ବଜନୀନ ହେଲା ସେତେବେଳେ କେହି ବିଶ୍ବାସବି କରି ପାରିଲେ ନାହ୍ନି ଯେ ସଚୋଟତାର ଗୀତ ଗାଉଥିବା ମୋଦୀ ସରକାରରେ ଏମିତି ଏକଛତ୍ରବାଦ ଚାଲିଛି।

ଅବଶ୍ୟ ଯେତିକି ପ୍ରଚାର ହଉଛି ଗଣମାଧ୍ୟମ ଏବଂ event manager ମାନେ ସେତିକି ଲାଭବାନ ହଉଛନ୍ତି ତେଣୁ ମିଡିଆ ମୁହଁ ବନ୍ଦ କରି ବସିଛି।ମୋଦୀ ସରକାର ଆସିଲା ପରେ କେବଳ ଓଡିଶା ନୁହ୍ନେ ସାରା ଭାରତ ବର୍ଷରେ ରାଜନୈତିକ event ଏକ ବିଶାଳ ଶିଳ୍ପରେ ପରିଣତ ହେଇଯାଇଛି।ଏହା ଗଣତନ୍ତ୍ରରେ ଦୁର୍ନୀତର ମାତ୍ରାକୁ ବୃଦ୍ଧି କରିବାରେ ଏକ ପ୍ରମୁଖ କାରଣ ହବାକୁ ଯାଉଛି।

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help