Home / Food & Travel / ପାଣି ପୁରି

ପାଣି ପୁରି

ପାଣି ପୁରି ପାଇଁ ଏକ ଲିଟର ପାଣିରେ ୨ଟି କାଗଜି ଲେମ୍ବୁ ଆକାରର ତେନ୍ତୁଳି ଗୁଳା ମିଶାଇ ରସ ବାହାର କରି ଖଦଡା ଫୋପାଡି ଦିଅ । ସେଥିରେ ୨୦ଟା କାଞ୍ଚଲାଙ୍କ ବାଟି ଦିଅ । ୧ଚାମଚ ଜିରା ,୧ଚାମଚ ଧନିଆ ୫ଟା ଲବଙ୍ଗ ,୨ଖଣ୍ଡ ଡାଲଚିନି ,୧୦/୧୨ଟା ଗୋଲମରିଚ ଭାଜି ଗୁଣ୍ଡ କରି ରଖ । ତେନ୍ତୁଳି ପାଣିକୁ ଲଙ୍କା ବଟା ଦେଇ ଫୁଟାଇବେ । ଦଶ ମିନିଟ ଫୁଟାଇବା ପରେ ଓହ୍ଲାଇ ନେଇ ସେଥିରେ ଭଜା ମସଲା ଗୁଣ୍ଡ ବିଟ ଲୁଣ ଓ ଫାଳେ କାଗଜିର ରସ ଦିଅ ।

୧କପ ମଇଦା ,୧କପ ବିରି ଡାଲି ପାଉଡର ,୧କପ ସୁଜି ,ବିନା ମଅନରେ  ଦଳି ବଡ ରୁଟି ପରି ବେଲି ବେଲି ହରଲିକସ ବୋତଲ ଠିପିରେ କାଟିକାଟି ଛୋଟ ପୁରି ଛାଣି ରଖ । ଛଣା କଡା ହେବ । ୧କପ ଗଜା ମୁଗ ,୧କପ ଗଜା ବୁଟ କୁ ଅଳ୍ପ ସିଝାଇ ରଖିବେ । ପୁରିର ଫୁଲାକୁ ଟିକେ ଫଟାଇ ସେଥିରେ ଗଜା ମୁଗ ଓ ଗଜା ବୁଟ ସିଝା ,କିଛି କଟା ପିଆଜ ଓ କଟା ଲଙ୍କା ଦେବ । ତା’ଉପରେ ଟିକେ ଖଟା ଚଟଣି ଓ ଟିକେ ମିଠା ଚଟଣି ଦେଇ ପାଣିରେ ବୁଡାଇ ନେଇ ସଙ୍ଗେ ସଙ୍ଗେ ଖାଇବାକୁ ଦେବେ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help