Home / National / ସଂଶୟରେ ସରକାର ଆଶଙ୍କାରେ ଜନତା

ସଂଶୟରେ ସରକାର ଆଶଙ୍କାରେ ଜନତା

ନିରଙ୍କୁଶ ସଂଖ୍ୟାଗରିଷ୍ଠତା ର ଅର୍ଥ କଣ ଗୋଟେ ନିର୍ବାଚିତ ସରକାର ଗଣତନ୍ତ୍ରର ମୌଳିକ ବିଚାରଧାରା ଏବଂ ଆଧାରକୁ ମଧ୍ୟ ବଦଳେଇଦେଇ ପାରିବ ?2019 ନିର୍ବାଚନକୁ ଯିବା ପୂର୍ବରୁ ଏହି ପ୍ରସଙ୍ଗଟି ଜାତୀୟ ସ୍ତରରେ ବିତର୍କ ହବା ଉଚିତ । ଏହି ପ୍ରସଙ୍ଗଟି ବିତର୍କର ପରିସରକୁ ନ ଆସିଲେ 2019 ଏକ ଉପଲବ୍ଧି ପ୍ରସୂତ ନିର୍ବାଚନ ହେଇପାରିବ ନାହ୍ନି,କିମ୍ବା ମୋଦୀ ସରକାର ର ଶାସନ ଉପଲବ୍ଧି ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିନିଯୋଗ ହେଇ ପାରିବ ନାହ୍ନି ।

ମୋଦୀ ସରକାର ଯେଉଁ ଢଙ୍ଗରେ ଦେଶକୁ ଶାସନ କରୁଛନ୍ତି ତାହା ବାସ୍ତବରେ ଅନୁଶାସନ ନା ଓଉଦ୍ଧତ୍ୟ ତାହା ପ୍ରଥମେ ବିତର୍କ ହବା ଉଚିତ ।ବିମୁଦ୍ରିକରଣ କଳାଧନକୁ ଖୋଜି ବାହାର କରିବାପାଇଁ ସବୁଠୁ ସହଜ ରାସ୍ତାଥିଲା ନା ଆଉ କିଛି ସରଳ ବିକଳ୍ପ ଥିଲା,ଏହା ଅବଶ୍ୟ ଜାତୀୟ ସ୍ତରରେ ଆଲୋଚନା ହବା ଉଚିତ ।

GST ଏବଂ ତୈଳ ଦର ଦେଶର ଟିକସ ଅଦାୟ ପରିମାଣକୁ ବହୁଗୁଣିତ କରିଦେଇଛି,ହେଲେ ପ୍ରସଙ୍ଗ ହଉଛି ଦେଶରୁ ଏତେ ପରିମାଣର ଟିକସ ଅଦାୟ କରିବାକୁ ମୋଦୀ ସରକାରକୁ କ୍ଷମତା ଦେଲା କିଏ ?ଦେଶର ପ୍ରଚଳିତ ବ୍ୟବସ୍ଥା କହୁଛି ଅନ୍ତର୍ଜାତିକ ସ୍ତତରେ ତୈଳ ଦର କମିଲା ମାନେ ଦେଶରେ ତୈଳ ଦର ସମାନ୍ତରାଳ ଭାବରେ କମିବ,ଦେଶର ତୈଳ ମନ୍ତ୍ରୀ ତୈଳ ଦର କମେଇବା ପାଇଁ ଲଢିବା ପରିବର୍ତେ,ତେଲରୁ ମିଳୁଥିବା ମୁନାଫା ରୁ ୬ ଲେନ ବିଶିଷ୍ଟ ରାସ୍ତା ହଉଛି ବୋଲି  ଓଲଟା ବିତଣ୍ଡା ଯୁକ୍ତି କରୁଛନ୍ତି ।ହେଲେ ରାସ୍ତା ତିଆରି ତ ପରିବହନ ମନ୍ତ୍ରୀଙ୍କ ଦାୟିତ୍ଵ,ସେଥିରେ ତୈଳ ମନ୍ତ୍ରୀଙ୍କ ଭୂମିକା କଣ ?ପୁଣି ରାସ୍ତା ତିଆରି ହେଲେତ ସରକାର ଟୋଲ ଟାକ୍ସ ନେଇ ସେଇ ଖର୍ଚର ଭରଣା କରୁଛନ୍ତି,ତେଲ ଦର ବୃଦ୍ଧି କରି ରାସ୍ତା ତିଆରି କରିବା କି ପ୍ରକାର ଅଦ୍ଭୁତ ପରିକଳ୍ପନା ତାହା ବୁଝାପଡୁ ନାହ୍ନି ।ପୁଣି କୁହାଯାଏ ତେଲରୁ ମିଳୁଥିବା ଲାଭରୁ କୁଆଡେ ଗରିବ ମହିଳା ମାନଙ୍କୁ ମାଗଣା ଗ୍ୟାସ କନେକ୍ସନ ଦିଆଯାଉଛି ।ବିଶେଷ ତଥ୍ୟ ଭିତରକୁ ନଯାଇ ଏତିକି କୁହାଯାଇପାରେ ଏହି ଯୋଜନାଟି ଏକ ବାହାପିଆ ପରିକଳ୍ପନା ।ଆଜି ଦେଶରେ ଗ୍ୟାସ ସଂଯୋଗ ପାଞ୍ଚ ବର୍ଷରେ ବହୁଗୁଣିତ ହେଇଥିଲେ ମଧ୍ୟ ସିଲିଣ୍ଡର ବିକ୍ରି ର ପରିମାଣ ସ୍ଥିର ରହିଛି ଏବଂ ଲୋକ ମାନେ ରୀ-ଫିଲ୍ଲିଙ୍ଗ ପାଇଁ ଆସୁନାହାନ୍ତି ବରଂ ସେଇ ପୁରୁଣା ଇନ୍ଧନ ବ୍ୟବସ୍ଥା ସେମାନଙ୍କୁ ଅଧିକ ନିର୍ଭଯୋଗ୍ୟ ଏବଂ ଶସ୍ତା ମନେ ହଉଛି ।

ଭାରତ ସରକାର ଜୋର ଜବରଦସ୍ତ ଲୋକ କଲ୍ୟାଣ ନାଁରେ ଏକ ଅବାସ୍ତବ ଯୋଜନାକୁ ଲୋକଙ୍କ ଉପରେ ଥୋପିବାରୁ ଦେଶର ଅର୍ଥନୀତି ଉପରେ ଏହି ଯୋଜନା ବୋଝ ବନିଲା କିନ୍ତୁ ଯୋଜନା ବିଫଳ ହେଲା ।

ମୋଦୀ ସରକାରଙ୍କ ପ୍ରତ୍ୟେକଟି ଯୋଜନା ପଛରେ କ୍ଷମତାର ଲୋଭ ସ୍ପଷ୍ଟ ବାରୀ ହଉଛି ।ଏତେ କ୍ଷମତାର ଲୋଭ ଅତୀତର କୌଣସି ସରକାର ବା ପ୍ରଧାନମନ୍ତ୍ରୀ ପାଖରେ ଦେଖିବାକୁ ମିଳି ନଥିଲା ।ଏବେ ମୋଦୀଙ୍କ ପ୍ରତି ମାଓବାଦୀଙ୍କ ପକ୍ଷରୁ ବିପଦ ଅଛି ବୋଲି ଯେମିତି ପ୍ରଚାର କରାଯାଉଛି,ଲାଗୁଛି ଏହା ଯେତିକି ତଥ୍ୟ ସମ୍ବଳିତ ନୁହ୍ନେ ସେତିକି ଅତିରଞ୍ଜିତ ।ଜଦିବା ଏହା ପଛରେ କିଛି ସତ୍ୟତା ଥିବ,ତାହେଲେ ସମ୍ପୂର୍ଣ ସତ୍ୟ ହଉଛି ଭାରତର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ସର୍ବଦା ଆତଙ୍କବାଦୀଙ୍କ ନିଷାଣରେ ରହିଥାନ୍ତି ।ଆତଙ୍କବାଦ ବିରୁଦ୍ଧରେ ଯଦି କେହି ସର୍ବାଧିକ ବଳିଦାନ ଦେଇଥାଏ ତାହାଲେ ସେ’ଦଳ ହଉଛି କଂଗ୍ରେସ ।ହେଲେ କଂଗ୍ରେସ କେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନିର୍ବାଚନର ଅନୁକମ୍ପା ଭୋଟରେ ପରିଣତ କରିବାକୁ ଚେଷ୍ଟା କରିନାହ୍ନି ।

ଶେଷ ପ୍ରସଙ୍ଗ ହଉଛି ଆଗାମୀ ନିର୍ବାଚନ ହବ କେବେ ?ସମୟ ନିର୍ଧାରଣ BJPର ଦଳୀୟ ବ୍ୟାପାର ନୁହ୍ନେ,କିନ୍ତୁ ଲାଗୁଛି ସତେ ଯେମିତି ନିର୍ବାଚନର ସମୟ ନିର୍ଧାରଣ ସରକାର ନୁହ୍ନେ BJPର ରାଷ୍ଟ୍ରୀୟ ସଭାପତି ନିର୍ଧାରଣ କରିବେ ।ଏହା ବାସ୍ତବରେ ସ୍ଵେଚ୍ଛାଚାରିତା । ଏହି ସ୍ଵେଚ୍ଛାଚାରିତା ଗଣତନ୍ତ୍ର ପାଇଁ ଶୁଭଂକର ନୁହ୍ନେ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help