Home / Odisha / କୁଶ୍ଚିତ ରାଜନୀତିର ଚକ୍ରବ୍ୟୁହରେ ଓଡିଶାର ଚାରି ମହାରଥୀ

କୁଶ୍ଚିତ ରାଜନୀତିର ଚକ୍ରବ୍ୟୁହରେ ଓଡିଶାର ଚାରି ମହାରଥୀ

ଶୁଣାଯାଉଛି ମୋଦୀ ଏବଂ ନବୀନଙ୍କ ମଧ୍ୟରେ ଏକ ଅଲିଖିତ ବୁଝାମଣା ହେଇଛି,ଯାହାର ପରିଣତି ସ୍ୱରୂପ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସବୁ ଆକଳନକୁ ଭୁଲ ପ୍ରମାଣିତ କରି BJD NDA କୁ ସମର୍ଥନ ଦେଲା ।ପ୍ରସଙ୍ଗଟି ପୁରୁଣା ପରି ମନେ ହେଉଥିଲେ ମଧ୍ୟ ବାସ୍ତବରେ ଏହାର ପ୍ରାସଙ୍ଗିକତା ଆଗାମୀ ଦିନ ମାନଙ୍କ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏହି ଘଟଣା ସୂଚିତ କରେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆହୁରି ଅନେକ ସ୍ବଚ୍ଛତାର ଆବଶ୍ୟକତା ରହିଛି ।ଏବେ ଶୁଣାଯାଉଛି ବୈଜୟନ୍ତ ପଣ୍ଡାଙ୍କୁ BJP ରୁ ଦୂରେଇ ରଖିବା ପାଇଁ ଏବଂ ବିଜୟ ମହାପାତ୍ରଙ୍କୁ BJDରୁ ଦୂରେଇ ରଖିବା ପାଇଁ ଏପରି ଏକ ବୁଝାମଣା ଦୁଇ ଦଳ ମଧ୍ୟରେ ହେଇଛି ।

ଯଦିଓ ଏହା ସାର୍ବଜନୀନ ନୁହ୍ନେ ବରଂ ରୁଦ୍ଧଦ୍ଵାର ବୁଝାମଣା,ଯାହାର ସତ୍ୟତା ସମ୍ପର୍କରେ ଆମେ କୌଣଶୀ ସଠିକ ତଥ୍ୟ ଦେଇ ପାରିବୁ ନାହ୍ନି,ତଥାପି ଘଟଣାକ୍ରମ ସୂଚିତ କରାଏ ଆମ ଅନୁମାନ ପ୍ରାୟତଃ ସତ୍ୟ ।

ରାଜନୀତିରେ ଏପରି ଅଗଣତାନ୍ତ୍ରିକ ଧାରା ଭାରତବର୍ଷରେ ନବୀନବାବୁ ପ୍ରଥମେ ଆରମ୍ଭ କଲେ,ଯେତେବେଳେ ତାଙ୍କ ନିଜ ଦଳର ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଦଳୀୟ ଟିକଟକୁ ଶେଷ ମୁହୂର୍ତରେ ବାତିଲ କରି ତାଙ୍କୁ ଏପରି ଅପଦସ୍ତ କଲେ ଯେ ବିଜୟ ମହାପାତ୍ର ସ୍ଵାଧୀନ ଭାବରେ ନିର୍ବାଚନ ଲଢିବାର ସମୟ ବା ସୁଯୋଗ ମଧ୍ୟ ପାଇଲେ ନାହ୍ନି ।ପନ୍ଦର ବର୍ଷ ତଳର ଏହି ଘଟଣା ସାରା ଭାରତର ରାଜନୀତିକୁ ଆନ୍ଦୋଳିତ କରିଥିଲା ।ପ୍ରଶ୍ନ ଉଠିଥିଲା ଭାରତୀୟ ରାଜନୀତି କଣ ତାର ମୂଳ ରାସ୍ତାକୁ ଛାଡି ବ୍ୟକ୍ତିକୈନ୍ଦ୍ରିକ ହେଇ ସାରିଲାଣି,high-command ନାଁରେ ଗୋଟିଏ ବ୍ୟକ୍ତିର ଜୟ-ଜୟକାର ଭିତରେ ଗଣତନ୍ତ୍ରର ମୂଳ ଉସ୍ଛଟି ନିରୁଦିଷ୍ଟ ହେଇଯିବ ????ପ୍ରଶ୍ନ ସିନା ଉଙ୍କି ମାରିଲା ହେଲେ ଉତ୍ତର ମିଳିବା ଆଗରୁ ଲୋକ ପ୍ରସଙ୍ଗଟି ଭୁଲିଗଲେ ।

କିଛି ବର୍ଷ ପରେ ଘଟିଲା ସମାନ ଘଟଣାର ଅବତାରଣା,ନିଜରି ଦଳର ଆଉଜଣେ ତୁଙ୍ଗ ଏବଂ ଲୋକପ୍ରିୟ ନେତାଙ୍କ,ରାଜନୈତିକ କ୍ୟାରିଅର କୁ ସମୂଳେ ନାସ କରିବାର ଷଡଯନ୍ତ୍ର ।ଏଥର ଟାର୍ଗେଟରେ ଥିଲେ ରାଜା ସ୍ଵାଇଁ ।କଥା ସୁପ୍ରିମ କୋର୍ଟ ଯାଏ ଗଲା,ରାଜ୍ୟ ସରକାର,ଲଜ୍ଜିତ ହେଲେ,ଲାଞ୍ଛିତ ହେଲେ ।

ସମାନ ସ୍ତରର କୂଟନୀତି ଦିଲ୍ଲୀପ ରାଏଙ୍କ ରାଜନୈତିକ କ୍ୟାରିଅର କୁ ଖତମ କରିବାକୁ କରଯାଇଥିଲା,ଅବଶ୍ୟ ଏଥିରେ BJD ବିଫଳ ହେଲା ।ହେଲେ ଏହି ପ୍ରଚେଷ୍ଠା ଗୁଡିକ ଗଣତନ୍ତ୍ରକୁ ଦୁର୍ବଳ କରିଥିଲା ।

ଶେଷ ଉଦ୍ୟମ ବୈଜୟନ୍ତ ପଣ୍ଡା ।ଲକ୍ଷ କୌଣସି ଜାତୀୟ ଦଳ ତାଙ୍କୁ ସାମିଲ ନ’କରୁ ।ଲୋକ ଏବେ ବିଚାର କରନ୍ତୁ-କାଳକ୍ରମେ ଦଳ ଗୁଡିକ ବ୍ୟକ୍ତି-କୈନ୍ଦ୍ରିକ ହବାକୁ ଲାଗିଲାଣି କି ?ଚାରିଥର ସାଂସଦ ବନିଥିବା ଜଣେ ବ୍ୟକ୍ତି ଦେଶର କୌଣସି ରାଜନୈତିକ ଦଳରେ ସାମିଲ ହବାକୁ ଚାହ୍ନିଲେ,ଜଣେ ମାତ୍ର ମୋଦୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଦେଇ ପାରିବେ ?ସତରେ କଣ ଗଣତନ୍ତ୍ରର ସବୁଠାରୁ ଭଲ ସମୟ ନା ଖରାପ ସମୟରେ ଆମେ ଉପନୀତ ହେଇଛେ ??????

 

 

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help