Home / Odisha / ପରାଜୟ ଭୟରେ ସାରା ଓଡିଶାର କଲେଜ ନିର୍ବାଚନ ବାତିଲ କରୁଛି BJD

ପରାଜୟ ଭୟରେ ସାରା ଓଡିଶାର କଲେଜ ନିର୍ବାଚନ ବାତିଲ କରୁଛି BJD

ଏବେ ପରାଜୟର ଭୟ ଘାରିଛି BJDକୁ । ABP News ର ଆକଳନ ଅନୁସାରେ ଓଡିଶାରେ ଆଗାମୀ ନିର୍ବାଚନରେ BJD ମାତ୍ର ୭ଟି ସଂସଦୀୟ କ୍ଷେତ୍ରରେ ଜିତିବ ।ଏହା କିଛି ନୂଆ କଥା ନୁହ୍ନେ,ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ BJPର ବିପୁଳ ଉପସ୍ଥିତିକୁ ଲୋକ ଅନୁଭବ କରିଥିଲେ,ଏହା ପରେ ଖୋଦ BJD ନେତା ଏବଂ ନବୀନ ପଟ୍ଟନାୟକଙ୍କ ମନ ଭିତରେ BJP ପ୍ରତି ଭୟ ସଂଚାର ଆରମ୍ଭ ହେଲା ।

ଯଦିଓ ବିଜେପୁରରେ BJD ସନମାନଜନକ ଅବସ୍ଥାରେ BJD ଜିତିଗଲା ହେଲେ ଯେଉଁ ଟଙ୍କା,କଳ-ବଳ ଏବଂ କୌଶଳ BJD ବିଜେପୁରରେ ଆପଣେଇଲା ତାହା ଏକ ସାଧାରଣ ନିର୍ବାଚନରେ ସମ୍ଭବ ନୁହ୍ନେ ।

ପୌର ନିର୍ବାଚନକୁ BJD ଯେମିତି ବନ୍ଦ କଲା ସେଥିରୁ ସ୍ପଷ୍ଟ ଅନୁମେୟ ଦଳ ବର୍ତମାନ ଭୟଭୀତ ଅବସ୍ଥାରେ ଅଛି ଏବଂ ନବୀନଙ୍କ ଭାବମୂର୍ତିକୁ ବାଦଦେଲେ ସ୍ଥାନୀୟସ୍ତରରେ ଦଳର ନେତା ମାନଙ୍କ ଭାବମୂର୍ତି ଖୁବ ନିନ୍ଦନୀୟ ।BJDର ସଂଖ୍ୟାଧିକ ବିଧାୟକ ଏବେ ନିଜ ଅଞ୍ଚଳରେ ଲୋକପ୍ରିୟତା ହରେଇଛନ୍ତି ।

ଏହି ପୃଷ୍ଠଭୂମିରେ ଦେଖାଯାଉଛି ସ୍ଥାନୀୟ ବିଧାୟକ ବା BJD ନେତାଙ୍କ ପ୍ରରୋଚନାରେ କଲେଜ ନିର୍ବାଚନ ଗୁଡିକୁ ମଧ୍ୟ ବାତିଲ କରାଯାଉଛି,ଏହା ପଛରେ ମଧ୍ୟ ହାରିବାର ଭୟ ରହିଛି ।ଅନୁମାନ କରାଯାଉଛି ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ମାନସିକ ସ୍ତରରେ BJD ଦୁର୍ବଳ ହବାରେ ଲାଗିଛି ଅପର ପକ୍ଷରେ BJP ତାର ଲକ୍ଷ, ମିଶନ-୧୨୦କୁ କିପରି ସାକାର କରିବ ସେଥିପାଇଁ ଚେଷ୍ଟାକୁ ଅଧିକ ମଜଭୁତ କରୁଛି ।

ମିଶନ-୧୨୦ର ଡାକରା ପ୍ରାରମ୍ଭରୁ ହାସ୍ୟାସ୍ପଦ ଲାଗୁଥିଲେ ମଧ୍ୟ BJDପ୍ରତି କ୍ରମେ କ୍ରମେ ବୃଦ୍ଧି ପାଉଥିବା ଅସନ୍ତୋଷ ଏବଂ ଏକ ଅସମ୍ଭବ ଲକ୍ଷକୁ ହାସଲ କରିବାର ଜୋସ ଏବଂ ଦକ୍ଷତା ହୁଏତ BJP କୁ ମିଶନ-୧୨୦ର ନିକଟବର୍ତୀ କରିଦେଇପାରେ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help