Home / Entertainment / #me too :ଏକ ନିଲ୍ଲଜ ସାମ୍ରାଜ୍ୟ ର କାହାଣୀ

#me too :ଏକ ନିଲ୍ଲଜ ସାମ୍ରାଜ୍ୟ ର କାହାଣୀ

ହଲୀଉଡ ରୁ ବଲୀଉଡ ପର୍ଯ୍ୟନ୍ତ ବ୍ୟାପୀଥିବା  ଚରିତ୍ରହୀନ ଏବଂ ଭ୍ରଷ୍ଟାଚାରୀ ମାନଙ୍କ ବିରୁଦ୍ଧରେ ଚାଲିଥିବା#metoo ଆନ୍ଦୋଳନ ବାସ୍ତବରେ ବରଫ ପାହାଡର ଚୂଳ ମାତ୍ର । ବାସ୍ତବରେ ଭିତରକୁ ଏହାର ରହସ୍ୟ ଆହୁରି ଗହନ ।ସମଗ୍ର ମିଡିଆ ଶିଳ୍ପ ବିଶ୍ଵବ୍ୟାପୀ ବ୍ୟଭିଚାରି ମାନଙ୍କ କବଜାରେ ଅଛି ।ସାଧାରଣ ଜନତା ଯେଉଁ ମାନଙ୍କୁ ସମାଜର ଆଦର୍ଶ ବୋଲି ବିଚାର କରନ୍ତି ବାସ୍ତବରେ ସେମାନଙ୍କ ପାଖରେ କୌଣସି ଆଦର୍ଶ ନଥାଏ ।କେବଳ ଲୋକ ମାନଙ୍କ ଭାବାବେଗକୁ ଶୋଷଣ କରି ଏମାନେ ବମ୍ବେରେ ସୌଖୀନ ଜୀବନ ବିତାନ୍ତି ।

#metoo ମାଧ୍ୟମରେ ଯେଉଁ ସତ୍ୟ ଆଜି ପଦାକୁ ଆସିଛି ଏହାର ତାଲିକା ଆଗକୁ ଆହୁରି ଲମ୍ବା ହବ ।ହୁଏତ କିଛି ଲୋକ ଏହା ଦ୍ଵାରା ନିନ୍ଦିତ ହେବେ ହେଲେ ଆଇନର ଭୂମିକା ଏ କ୍ଷେତ୍ରରେ ଖୁବ ସଙ୍କୁଚିତ।ସର୍ବୋପରି ଏହା ଏମିତି ଏକ ବ୍ୟବସ୍ଥା ଯାହା ହେବେ ବନ୍ଦ ହେଇ ପାରିବ ନାହ୍ନି ।ବମ୍ବେ ର ନାଇଟକ୍ଲବ ମାନଙ୍କରେ ତାରକା ମାନଙ୍କ ଅଶାଳୀନ ଜୀବନଶୈଳୀ ଦେଖିଲେ ବୁଝିହେବ ଏମାନକ ଭ୍ରଷ୍ଟ ସଂସ୍କାର ବିଷୟରେ ।

କର୍ମ କ୍ଷେତ୍ରରେ ନାରୀ ମାନଙ୍କୁ ଯୌନ ଶୋଷଣ ବିଶ୍ଵର ଏକ ପ୍ରାଚୀନ ଅପରାଧ,କେବଳ ନାରୀ ମାନେ ସଚେତନ ହେଲେ ଏହି ଅପରାଧ ବନ୍ଦ ହେଇ ପାରିବ,ହେଲେ ଦେଖାଯାଉଛି ସଫଳତାର ଲୋଭରେ ଅନେକ କ୍ଷେତ୍ରରେ ନାରୀ ମାନଙ୍କ ସମ୍ମତି ଏହି ବ୍ୟଭିଚାରକୁ ସୁଯୋଗ ଦଉଛି ।କେବଳ ଚଳଚିତ୍ର ଶିଳ୍ପରେ ନୁହ୍ନ ବରଂ ଉଦ୍ୟୋଗ ଜଗତରେ ଏହି ସମସ୍ୟାଟି ଆହୁରି ସାଂଘାତିକ ।ତେଣୁ ବ୍ୟବସ୍ଥାର ଏକ ସାମୁହିକ ସଂସ୍କାର ଦରକାର ।

ତେଣୁ #metoo ଆନ୍ଦୋଳନରେ ଉଭୟ ପକ୍ଷ କାଠଗଡାକୁ ଆସିବା ଦରକାର ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help