Home / Entertainment / ଅକାଳରେ ଚାଲିଗଲେ ଓଡିଆ ସିନେ ଜଗତର ସୁବର୍ଣ କାରିଗର :ଅମିୟ ପଟ୍ଟନାୟକ

ଅକାଳରେ ଚାଲିଗଲେ ଓଡିଆ ସିନେ ଜଗତର ସୁବର୍ଣ କାରିଗର :ଅମିୟ ପଟ୍ଟନାୟକ

ଅକାଳରେ ଚାଲିଗଲେ ଓଡିଶାର ବରିଷ୍ଠ ଚଳଚିତ୍ର ପ୍ରଯୋଜକ ଅମିୟ ପଟ୍ଟନାୟକ ।ତାଙ୍କ ଅକାଳ ବିୟୋଗରେ ସମଗ୍ର ଓଡିଆ ଚଳଚିତ୍ର ଶିଳ୍ପ ସ୍ତବ୍ଧ ।ଓଡିଶା ରେ ଏକ ବିଶାଳ ଚଳଚିତ୍ର ଶିଳ୍ପ ରହିଛି ହେଲେ ଅମିୟ ବାବୁଙ୍କ ପରି ଯୁଗାନ୍ତକାରୀ ପ୍ରଯୋଜକ ଏହି ଶିଳ୍ପରେ କ୍ଵଚିତ ଦେଖିବାକୁ ମିଳନ୍ତି ।ଯେତେବେଳେ ଅଶି ଦଶକରେ ଓଡିଆ ଚଳଚିତ୍ର ଶିଳ୍ପ ଦୁର୍ଦଶା ଭିତରେ ଗତି କରୁଥିଲା ଏବଂ ବ୍ୟବସାୟିକ ହିନ୍ଦୀ ଚଳଚିତ୍ର ଓଡିଶା ବଜାରକୁ କବଳିତ କରି ରଖିଥିଲା ସେତେବେଳେ ଶିଲ୍ପପତି ପରିବାରରୁ ଆସିଥିବା ଅମିୟ ପଟ୍ଟନାୟକ ଲାଭର ଆଶା ନରଖି ଲାଗିପଡିଥିଲେ ଓଡିଆ ଚଳଚିତ୍ର ଶିଳ୍ପକୁ ବ୍ୟବସାୟିକ ପରିଚୟ ଦବା ପାଇଁ ଏବଂ ତାଙ୍କ ମୁଳ ଆଧାର ଥିଲା ମୌଲିକ ସିନେମା ।ରାଜୁ ମିଶ୍ର,ହର ପଟ୍ଟନାୟକ ପରି ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ନେଇ ଏବଂ ଓଡିଶାର ଆରାଧ୍ୟ ଦେବତା ଜଗର୍ନାଥଙ୍କୁ କେନ୍ଦ୍ର କରି ସେ ଧାରାବାହିକ ଭାବରେ ସିନେମା ନିର୍ମାଣ କଲେ ଏବଂ ସବୁଗୁଡିକ ସୁପରହିଟ ମାନ୍ୟତା ପାଇଲା ।

ସେ ଓଡିଶାର ଏକମାତ୍ର ପ୍ରଯୋଜକ ଯିଏ ଉଭୟ ବ୍ୟବସାୟିକ ଏବଂ ସମାନ୍ତରାଳ ଚଳଚିତ୍ରକୁ ସମାନ ଅସ୍ପର୍ଦ୍ଧାର ସହିତ ନିର୍ମାଣ କରିଛନ୍ତି ।ତାଙ୍କ ନିର୍ମିତ ଜାତୀୟ ପୁରସ୍କାର ପ୍ରାପ୍ତ ହାକିମବାବୁ ଚଳଚିତ୍ର କୌଣସି ବ୍ୟବସାୟିକ ଚଳଚିତ୍ରଠୁ କମ ନଥିଲା ।ତାଙ୍କର ଶେଷ ଚଳଚିତ୍ର ଥିଲା ତୁଲସୀ ଅପା ଯାହା ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ଫୋରମରେ ପ୍ରଶଂସିତ ହେଇଛି ।ଚଳଚିତ୍ର ତାଙ୍କ ପାଇଁ ବୃତ୍ତି ନଥିଲା ବରଂ ଏକ ସଉକ ଥିଲା ଏବଂ ଏହି ସଉକ ପଛରେ ଏକ ପବିତ୍ର ଉଦ୍ଦେଶ୍ୟ ଥିଲା ଏହି ଶିଳ୍ପକୁ ନିର୍ଭର କରି ବଞ୍ଚୁଥିବା କିଛି ଲୋକଙ୍କୁ ରୋଜଗାର ଦେବା ।ସେ ବର୍ତମାନ ନିୟମିତ ଚଳଚିତ୍ର ପ୍ରସ୍ତୁତ କରୁନଥିଲେ ମଧ୍ୟ ଚଳଚିତ୍ର ସହିତ ଜଡିତ ଅନେକ technician ଏବେବି ତାଙ୍କର ନିୟମିତ କର୍ମଚାରୀ ଭାବରେ ଦରମା ପାଇ ପରିବାର ପ୍ରତିପୋଷଣ କରୁଥିଲେ ।ଚଳଚିତ୍ର ଶିଳ୍ପର ପ୍ରତ୍ୟେକ ଦୁର୍ଦିନରେ ଚାରି ଦଶନ୍ଧି ଧରି ସେ ସାମ୍ନାରେ ଛିଡା ହେଉଥିଲେ ।ଆଜି ବାସ୍ତବରେ ତାଙ୍କ ଆବର୍ତମାନରେ ଓଡିଆ ଚଳଚିତ୍ର ଶିଳ୍ପ ମୁରବି ଶୂନ୍ୟ ମନେ ହେଉଛି । ଅବଶୋଶ ଜାତୀୟ ପୁରସ୍କାର ପ୍ରାପ୍ତ ଏହି ମହାନ ଓଡିଆ ଚଳଚିତ୍ର ବ୍ୟକ୍ତିତ୍ବଙ୍କୁ ଜୀବିତ ଅବସ୍ଥାରେ ଜୀବନବ୍ୟାପୀ ସାଧନା ପାଇଁ ପଦ୍ମଶ୍ରୀ ପୁରସ୍କାର ଟିଏ ଦିଆଯାଇ ପାରିଲା ନାହ୍ନି,କାରଣ ଏହି ପୁରସ୍କାର ବର୍ତମାନ ଦଲାଲ ମାନଙ୍କ ହାତରେ ନିୟନ୍ତ୍ରିତ ହେଉଛି ଯେଉଁ ମାନେ ଓଡିଶାର ବାସ୍ତବ ପ୍ରତିଭା ମାନଙ୍କୁ ଚିହ୍ନନ୍ତି ନାହ୍ନି ।ଏହି କାରଣରୁ ଗତ କିଛି ଦିନ ଧରି କିଛି ଅର୍ବାଚୀନ ବ୍ୟକ୍ତି ନିଜ ସମ୍ପର୍କରେ ମିଥ୍ୟା ଏବଂ କପୋଳକଳ୍ପିତ ତଥ୍ୟ ଉପସ୍ଥାପନ କରି ଓଡିଶା କୋଟାରେ ପଦ୍ମ ପୁରସ୍କାର ହାତେଇ ଚାଲିଛନ୍ତି ।

ସେ ଯାହାବି ହେଉ ପୁରସ୍କାରଠୁ ଉର୍ଦ୍ଧରେ ଥିଲା ଅମିୟ ବାବୁଙ୍କ ବ୍ୟକ୍ତିତ୍ବ ।ଓଡିଆ ଚଳଚିତ୍ର ଶିଳ୍ପକୁ ତାଙ୍କ ଅବଦାନ ଭୁଲିବାର ନୁହ୍ନେ ଓଡିଆ ଚଳଚିତ୍ର ଇତିହାସର ଏକ ଗୁରୁତ୍ଵପୂର୍ଣ ଅଧ୍ୟାୟ ଅବଶ୍ୟ ତାଙ୍କ ପାଇଁ ସମର୍ପିତ ହୋଇ ରହିବ ।ଖୁସିର କଥା ତାଙ୍କ ପରବର୍ତୀ ପିଢୀ ଅର୍ଥାତ ତାଙ୍କ ସୁଯୋଗ୍ୟ ସନ୍ତାନ ମଧ୍ୟ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଳାକୁ ନିଜ ଜୀବନର ପଥ ଭାବରେ ବାଛି ନେଇଛନ୍ତି ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help