Home / Odisha / ରାଜ୍ୟ ରାଜନୀତି ପାଇଁ ବୋଝ ପାଲୋଟି ଗଲେଣି ବିଜୟ ମହାପାତ୍ର ?

ରାଜ୍ୟ ରାଜନୀତି ପାଇଁ ବୋଝ ପାଲୋଟି ଗଲେଣି ବିଜୟ ମହାପାତ୍ର ?

ବିଜୟ ମହାପାତ୍ର BJP ଛାଡିବା ପରେ ରାଜନୈତିକ ମାହୋଲ ସରଗରମ ଥିଲା ଜାଣିବା ପାଇଁ ଯେ ସେ ପୁଣି କେଉଁ ଦଳକୁ ଯିବେ ।ଅନୁମାନ କରାଯାଉଥିଲା ସେ BJDକୁ ଘର ବାହୁଡା କରିବେ ।କିନ୍ତୁ ଯାହା ସଂକେତ ଆସୁଛି ତାଙ୍କର BJD ରାସ୍ତା ଏତେଟା ସୁଗମ ନୁହ୍ନେ ।ହୁଏତ BJD ତାଙ୍କୁ ପ୍ରାସଙ୍ଗିକ ଭାବୁନାହ୍ନି ବା ସେ BJD ଦଳରୁ ପାଇଥିବା ଅପମାନ ଭୁଲିପାରିନାହାନ୍ତି ।

ଦେଖିବାକୁ ଗଲେ ରାଜ୍ୟ ରାଜନୀତିରେ ବିଜୟ ମହାପାତ୍ର ଆଉ ଏକ ଶକ୍ତିକେନ୍ଦ୍ର ଭାବରେ ଗଣାଯାଉ ନାହାନ୍ତି ।କେନ୍ଦ୍ରାପଡା ରାଜନୀତିରେ ତାଙ୍କର କିଛି ପ୍ରଭାବ ଅଛି ହେଲେ BJD ପାଖରେ କେନ୍ଦ୍ରାପଡା ସମ୍ଭାଳିବା ପାଇଁ ଅନେକ ବିକଳ୍ପ ମଧ୍ୟ ଅଛି ।ତେଣୁ BJD ପାଇଁ ବିଜୟ ଯେତିକି ଜରୁରି ନୁହନ୍ତି ବିଜୟଙ୍କ ପାଇଁ BJD ଶତ ଗୁଣରେ ଜରୁରି ।ଏକଥା ରାଜନୀତିର ଗତିକୁ ବିଭିର୍ଣ ସ୍ଥିତି ଏବଂ ପରିସ୍ଥିତିରେ ପରିଖି ଥିବା ବିଜୟ ଅବଶ୍ୟ ବୁଝି ପାରୁଥିବେ ।ରାଜନୀତି ପାଇଁ ଏକ ମଞ୍ଚ ଦରକାର,ଦିନ ଥିଲା ରାଜ୍ୟର ନେତା ମାନଙ୍କ ପାଇଁ ନିଜେ ବିଜୟ ଏହି ମଞ୍ଚ ପ୍ରଦାନ କରୁଥିଲେ,ସମୟ ବଦଳି ଯାଇଛି କୋଡିଏ ବର୍ଷର ବିଫଳତା ପାଇଁ ତାଙ୍କୁ ଏବେ ମଞ୍ଚ ଟିଏ ଖୋଜିବାକୁ ପଡୁଛି ।

ଅବଶ୍ୟ BJP ଏକ ପ୍ରକୃଷ୍ଠ ମଞ୍ଚ ଥିଲା । BJP ଏବଂ ବିଜୟଙ୍କ ସମନ୍ଵୟ ଉଭୟଙ୍କୁ ଓଡିଶାରେ ଚମତ୍କାର ସଫଳତା ଦେଇପାରିଥାନ୍ତା ।ତେଣୁ ବିଜୟ BJP ଛାଡିବା ଦ୍ଵାରା ବିଜୟ ଏକ ପ୍ରଭାବଶାଳି ମଞ୍ଚ ହରେଇଲେ ଏବଂ BJP ଏକ ପ୍ରଭାବଶାଳି ନେତାଙ୍କୁ ହରେଇଲ ।ବୋଧହୁଏ BJP ଅନୁଭବ କଲା ଧର୍ମେନ୍ଦ୍ର  ବିଜୟଙ୍କ ଅନୁପସ୍ଥିତିକୁ ଭରଣା କରି ପାରିବେ ।ଯଦି ଏହି ବିଚାର ଶତ ତାହେଲେ ଏହାର BJP ର ଭୁଲ ରଣନୀତି କାରଣ ଉପକୁଳ ଓଡିଶାରେ ଧର୍ମେନ୍ଦ୍ରଙ୍କ କୌଣସି ପତିଆରା,ପ୍ରଭାବ ବା ଦଖଲ ନାହ୍ନି । ଏପରିକି  ଓଡିଶା ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର ଜଣେ ଗ୍ରହଣୀୟ ନେତା ନୁହନ୍ତି ଏବଂ ରାଜ୍ୟରେ ତାଙ୍କ ରାଜନୈତିକ ଯାତ୍ରା ଅନେକ ବିବାଦରେ ପରିପୂର୍ଣ ।ବିଜୟ ଉପକୂଳ ଓଡିଶାରେ ଦଳର ସାର୍ଥକ ସେନାପତି ହେଇପାରିଥାନ୍ତେ ।ତେଣୁ ବିଜୟ ଏବଂ BJP ଭିତରର ବ୍ୟବଧାନ ଉଭୟଙ୍କ ପାଇଁ ସମପରିମାଣରେ କ୍ଷତି ସାବ୍ୟସ୍ତ ହେବ ।

ତେବେ ନିକଟରେ ବିଜୟ ମହାପାତ୍ର ଜାରି କରିଥିବା ଏକ ଭିଡିଓରୁ ଅନୁମାନ କରାଯାଉଛି ବିଜୟଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତ ।ବୋଧ ହୁଏ BJDରୁ କୌଣସି ସ୍ପଷ୍ଟ ସଂକେତ ତାଙ୍କୁ ମିଳିପାରି ନାହ୍ନି ବା ସେ BJDକୁ ଯିବାକୁ ଅନୁଚିତ ମନେକରୁଛନ୍ତି ।ହୁଏତ ସେ ଏବଂ କିଛି ସମଭାବପର୍ଣ ଲୋକ ଆଞ୍ଚଳିକ ଦଳ ଗଢି ପାରନ୍ତି ।ଯଦି BJDରୁ ନିରାଶ ହେଲା ପରେ ସେ ଏହି ନିଷ୍ପତ୍ତି ନିଅନ୍ତି ତାହେଲେ ଅବଶ୍ୟ ଏହା ତାଙ୍କର ରାଜନୈତିକ ବାଧ୍ୟବାଧକତା ବୋଲି ଧରାଯିବ କିନ୍ତୁ BJDର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରି ଯଦି ସେ ପୁଣି ଏକ ଆଞ୍ଚଳିକ ଦଳର ପରିକଳ୍ପନା କରନ୍ତି ତାହେଲେ ଏହା ତାଙ୍କ ରାଜନୈତିକ ଜୀବନର ନିର୍ନାୟକ ଭୁଲ ହେବ ବୋଲି ସମୀକ୍ଷକ ମାନେ କୁହନ୍ତି ।

ହୁଏତ କଂଗ୍ରେସ ପକ୍ଷରୁ ମଧ୍ୟ ତାଙ୍କ ପାଇଁ କିଛି ଲୋଭନୀୟ ପ୍ରସ୍ତାବ ଥାଇପାରେ ।ଓଡିଶାର ଅସନ୍ତୁଷ୍ଟ BJD ଏବଂ BJP ନେତା ମାନେ ଏକ ମିଳିତ ମଞ୍ଚ କରି କଂଗ୍ରେସ ସହାୟତାରେ ନିର୍ବାଚନ ଲଢିବା ବିଜୟଙ୍କ ପରି ନେତା ମାନଙ୍କୁ ସ୍ଵାଭିମାନ ଦୃଷ୍ଟି କୋଣରୁ ହୁଏତ ଗ୍ରହଣୀୟ ହେଇପାରେ ।କାରଣ ଉଭୟ BJD ଏବଂ BJP ରେ ବିଜୟ ମହାପାତ୍ର,ଦିଲ୍ଲୀପ ରାୟ ବା ବୈଜୟନ୍ତ ପଣ୍ଡା ପରି ସ୍ତରର ନେତା ମାନଙ୍କ ପାଇଁ ସ୍ଥାନ ଥାଇ ପାରେ ହେଲେ ସମ୍ମାନ ନାହ୍ନି ।

ତେଣୁ ବିଜୟ-ପରାଜୟକୁ ଯଦି ରାଜନୀତିର ଶେଷ ବିକଳ୍ପ ବୋଲି ବିଚାର କରା ନଯାଏ ତାହେଲେ ବିଭିର୍ଣ ଦଳରୁ ସ୍ଵାଭିମାନର ପ୍ରସଙ୍ଗରେ ପ୍ରତାରିତ ହେଇଥିବା ରାଜନେତା ମାନେ କଂଗ୍ରେସର ସହାୟତାରେ ଓଡିଶାରେ ଏକ ତୃତୀୟ ବିକଳ୍ପର ନେତୃତ୍ଵ ନବା ଉଚିତ ।ହୁଏତ ଏହି ବିକଳ୍ପର କୌଣସି ସମ୍ଭାବନା ୨୦୧୪ରେ ନଥିଲା ହେଲେ ୨୦୧୯ରେ ଏହି ଚିନ୍ତାଧାରାର ବିପୁଳ ସମ୍ଭାବନା ରହିଛି ।

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help