Home / Odisha / ନବୀନ ପଟ୍ଟନାୟକ ନିଜେ ୨୦୧୯ର ନିର୍ବାଚନ ପ୍ରସଙ୍ଗ ହବାକୁ ଯାଉଛନ୍ତି !!!!!

ନବୀନ ପଟ୍ଟନାୟକ ନିଜେ ୨୦୧୯ର ନିର୍ବାଚନ ପ୍ରସଙ୍ଗ ହବାକୁ ଯାଉଛନ୍ତି !!!!!

ଆଜିଯାଏ ନବୀନ ବିକାଶକୁ  ପ୍ରସଙ୍ଗ କରି ନିର୍ବାଚନ ଲଢି ଆସିଥିଲେ,ଲୋକେ ତାଙ୍କ ପ୍ରଦର୍ଶନକୁ ସ୍ଵିକୃତି ୧୯ ବର୍ଷ ହେଲାଣି ଦେଇଚାଲିଛନ୍ତି ଏବଂ ତାଙ୍କର ଭୋଟ ପ୍ରତିଶତ ଏବଂ ଆସନ ସଂଖ୍ୟା ପ୍ରତି ନିର୍ବାଚନରେ ବଢି ଚାଲିଛି ।୨୦୧୯ରେ ବିକାଶ ବା ନବୀନଙ୍କ ପ୍ରଦର୍ଶନ ନୁହ୍ନେ ବରଂ ନବୀନ ନିଜେ ଓଡିଶାର ନିର୍ବାଚନ ପ୍ରସଙ୍ଗ ହବାକୁ ଯାଉଛନ୍ତି ।ଏହା ଏକ ବିଚିତ୍ର ସ୍ଥିତି ।ଏକଥା ସର୍ବଜନବିଦିତ ଯେ ଓଡିଶାର ଲୋକ ମାନେ ନବୀନଙ୍କ ଉପରେ ଭରସା ରଖି BJDକୁ ଆଜିଯାଏ ଭୋଟ ଦେଇ ଚାଲିଛନ୍ତି ,ଏପରିକି ଓଡିଶାରେ କୌଣସି ଗୋଟେ ଉପନିର୍ବାଚନରେ ମଧ୍ୟ BJDର ଜନସମର୍ଥନ ହ୍ରାସ ପାଇବାର ସଂକେତ ମିଳୁ ନାହ୍ନି ।

ବିଜେପୁର ବିଧାନସଭା ଉପନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ BJP ନିର୍ବାଚନ ହାରିଲେ ଲଣ୍ଡା ହେବେ ବୋଲି ଘୋଷଣା କରିଥିଲେ,BJP ହାରିଲା କିନ୍ତୁ ସେ ଲଣ୍ଡା ହେଲେ ନାହ୍ନି ବରଂ କହିଲେ BJD କ୍ଷମତାରେ ଥିବାରୁ ନିର୍ବାଚନକୁ ହାତେଇ ନେଲା ।ପ୍ରଶ୍ନ ଉଠେ BJP ରାଜ୍ୟରେ କ୍ଷମତାରେ ଥାଇ ମଧ୍ୟ ଉତ୍ତରପ୍ରଦେଶରେ ଗୋରୋଖପୁର ଏବଂ ଫୁଲପୁର ଲୋକସଭା ଉପ-ନିର୍ବାଚନ ହାରିଲା କେମିତି ?

ଏବେ ୨୦୧୯ ପାଇଁ ଓଡିଶାରେ BJPର ନିର୍ବାଚନୀ ସ୍ଲୋଗାନ ହଉଛି ୧୯ ବର୍ଷର ହିସାବ,ଅବଶ୍ୟ ଏ ହିସାବ ମାଗିଲା ବେଳେ BJPକୁ ଚାରି ବର୍ଷରେ ପେଟ୍ରୋଲର ଦର ଏବଂ ୩୦୦ ପ୍ରତିଶତ ଟିକସର ଯଥାର୍ଥତା ସମ୍ପର୍କରେ ନିଶ୍ଚୟ ହିସାବ ଦବାକୁ ପଡିବ ।ଇଏ ସେଇ BJP ଦଳ ଯେଉଁ ମାନେ ୨୦୧୪ ପୂର୍ବରୁ ରାଜରାସ୍ତାରେ LPG ସିଲିଣ୍ଡର ଥୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ କିନ୍ତୁ ତାଙ୍କ ଶାସନ କାଳରେ LPGର ଦର ପ୍ରାୟ ଦୁଇଗୁଣକୁ ଛୁଇଂଲା ।BJP ଯେତେବେଳେ ନବୀନଙ୍କୁ ୧୯ ବର୍ଷର ହିସାବ ମାଗୁଛି ବା କଂଗ୍ରେସକୁ ୭୦ ବର୍ଷର ହିସାବ ମାଗୁଛି ସେତେବେଳେ ଲୋକ  ଏହି ଆତ୍ମପ୍ରବଞ୍ଚନାକୁ ଦେଖି ପରିହାସ କରୁଛନ୍ତି ।

କିନ୍ତୁ ନବୀନଙ୍କୁ ୧୯ ବର୍ଷର ହିସାବ ମାଗିବା ଅପ୍ରାସଙ୍ଗିକ ନୁହ୍ନେ ,ବରଂ ଏହା ଏକ ସଠିକ ନିର୍ବାଚନ ରଣନୀତି । ଗଣତନ୍ତ୍ରରେ ଏହି କାଳ ଗଣନା ସ୍ଥିତାବସ୍ଥା ବିରୋଧୀ ମନସ୍ତତ୍ଵକୁ ରୁଦ୍ଧିମନ୍ତ କରେ ।ନିକଟ ଅତୀତରେ ଲମ୍ବା ସମୟ ଧରି ରହିଥିବା ସବୁ ରାଜ୍ୟ ସରକାରଙ୍କ ପତନ ଘଟିଛି ।ଗୁଜୁରାଟ କେବଳ ଏକ ବ୍ୟତିକ୍ରମ ।ତ୍ରିପୁରା,ମିଜୋରାମ,ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ପନ୍ଦର ବର୍ଷରୁ ଉର୍ଦ୍ଧ ସମୟର ସରକାର ଥିଲା ଏବଂ ୨୦୧୮ରେ ଏମାନଙ୍କ ପତ୍ତନ ଘଟିଲା ।ଏହି ଘଟଣାକ୍ରମରେ BJP ଉଶ୍ଛାହିତ ।ଏପରିକି କିଛି ଜନମତ ସର୍ଭେ ଓଡିଶାରେ BJD ଦୁର୍ଗର ପତ୍ତନ ଏବଂ BJPର ଅଭ୍ୟୁଥ୍ହାନର ଭବିଷ୍ୟତ ବାଣୀ ଦେଲେଣି ।କିନ୍ତୁ ଏହି ଜନମତ ସର୍ଭେରେ କଂଗ୍ରେସ ସପକ୍ଷରେ ଦିଆଯାଉଥିବା ତଥ୍ୟରୁ ବୁଝାପଡୁଛି ଏଗୁଡିକ ସମ୍ଭବତଃ ପ୍ରମାଦପୂର୍ଣ ବା ପ୍ରୟୋଜିତ ଜନମତ ।ମୋଦୀଙ୍କ ଶାସନରେ ଗଣମାଧ୍ୟମର ନିରପେକ୍ଷତା ଏକ ବହୁ ଆଲୋଚିତ ପ୍ରସଙ୍ଗ ।

ଏସବୁ ସତ୍ବେ ଜନଆକ୍ରୋଶକୁ ଅସ୍ଵୀକାର କରାଯାଇ ନପାରେ ।ତେଣୁ ୨୦୧୯ରେ ଗୋଟିଏ ପ୍ରସଙ୍ଗକୁ ନେଇ ଓଡିଶାରେ ନିର୍ବାଚନ ଲଢାଯିବ,ପ୍ରସଙ୍ଗଟି ହେଉଛି ପରିବର୍ତିତ ରାଜନୀତିରେ ନବୀନ ଓଡିଶା ପାଇଁ ପୁନର୍ବାର ପ୍ରାସଙ୍ଗିକ ନା ନୁହନ୍ତି,ଯଦି ନୁହନ୍ତି ତାହେଲେ ବିକଳ୍ପ କିଏ ???? କଂଗ୍ରେସ ନା BJP ???ଏହି ଦ୍ଵିତୀୟ ପ୍ରଶ୍ନଟି ପୁନର୍ବାର ନବୀନଙ୍କୁ ସୁହାଇବ,କାରଣ BJP ବା କଂଗ୍ରେସର ନେତୃତ୍ଵ କେହିବି ନବୀନଙ୍କ ବିକଳ୍ପ ନୁହନ୍ତି ।

ଭାରତୀୟ ରାଜନୀତିରେ ନବୀନଙ୍କୁ ଜଣେ ଭାଗ୍ୟଶାଳି ରାଜନେତା ବୋଲି କୁହାଯାଏ ।ଏହାର ଅନେକ ନଜିର ରହିଛି,ହେଲେ ୨୦୧୯ ନିର୍ବାଚନରେ ଯାହା ଘଟିବାକୁ ଯାଉଛି ତାହା ନବୀନଙ୍କ ଭାଗ୍ୟକୁ ସହାୟକ ହବା ପ୍ରାୟ ନିଶ୍ଚିତ ।୨୦୧୯ରେ ଓଡିଶା ଯଦି ନବୀନଙ୍କୁ ସହଯୋଗ କରେ ତାହେଲେ ସେ ପ୍ରଧାନମନ୍ତ୍ରୀ ପଦର ଦାବିଦାର ହେବେ ଅବା ପ୍ରଧାନମନ୍ତ୍ରୀ ଚୟନର ନେତୃତ୍ଵ ନେବେ ।ଏହି ସୁଯୋଗ ଅତୀତରେ ବିଜୁ ବାବୁଙ୍କ ଜୀବନରେ ମଧ୍ୟ ଆସିଥିଲା ।୧୯୯୬ ମସିହାରେ ବିଜୁ ବାବୁ ଯଦି ଓଡିଶାରୁ ସଂଖ୍ୟାର ସମର୍ଥନ ପାଇଥାନ୍ତେ ତାହେଲେ ଭାରତର ପ୍ରଧାନମନ୍ତ୍ରୀ ହେଇଥାନ୍ତେ ।କର୍ଣାଟକ ର ସାଂସଦ ସଂଖ୍ୟା ଅଧିକ ଥିବାରୁ ବିଜୁ ବାବୁ ବଦଳରେ ଦେବେଗୌଡା ଭାରତର ପ୍ରଧାନମନ୍ତ୍ରୀ ହେଇଥିଲେ ।ଓଡିଶା ୨୦୧୯ରେ ସେଇ ଭୁଲର ପୁନରାବୃତ୍ତି କରି ନପାରେ ।ନବୀନ-ମମତା-ମାୟାବତୀ-ଅଖିଳେଶ-KCRଙ୍କ ମିଳିତ ନେତୃତ୍ଵରେ ଲୋକସଭାକୁ ୧୬୦ ସାଂସଦ ନିର୍ବାଚିତ ହେବେ ।ଏଥିରେ ସମ୍ପୃକ୍ତ ରାଜ୍ୟ ଗୁଡିକର ସମର୍ଥନ ରହିଲେ ତାଙ୍କ ନେତାଙ୍କ ଜାତୀୟ ରାଜନୀତିରେ ପ୍ରଭାବ ବଢିବ ଏବଂ ରାଜ୍ୟ ଉପକୃତ ହେବ ।

ଓଡିଶା ୧୯ ବର୍ଷର ହିସାବ ନମାଗି ବରଂ ରାଜ୍ୟ ରାଜନୀତିର ଏ ପର୍ଯ୍ୟନ୍ତର ସବୁଠାରୁ ଅପ୍ରତିଦ୍ଵନ୍ଦୀ ତଥା ଲୋକପ୍ରିୟ ନେତାଙ୍କୁ ଜାତୀୟ ରାଜନୀତିରେ ପ୍ରଭାବଶାଳି ହବାକୁ ମିଳିଥିବା ସୁଯୋଗକୁ ରାଜ୍ୟବାସୀ ନିଶ୍ଚୟ ସହଯୋଗର ହାତ ବଢେଇବେ ।ସଂଯୋଗକୁ ଏଥର ନିର୍ବାଚିତ ହେଲେ 25 ବର୍ଷ ମୁଖ୍ୟମନ୍ତ୍ରୀ ରହି ନବୀନ ଦେଶରେ ନୂଆଁ କୀର୍ତିମାନ ସ୍ଥାପନ କରିବେ ।ନବୀନଙ୍କୁ ଭଲ ପାଉଥିବା ଓଡିଆ ଲୋକ ମାନେ ଏତିକିଟିକେ ସମବେଦନା ପାଇଁ ଅବଶ୍ୟ କୁଣ୍ଠିତ ହେବେ ନାହ୍ନି ।ତେଣୁ ୨୦୧୯ ନିର୍ବାଚନର ପ୍ରସଙ୍ଗ ହେବେ ଖୋଦ ନବୀନ । BJD ୨୦୧୯ ନିର୍ବାଚନର ଏହି ସଂବେଦନଶୀଳ ଦିଗଟିକୁ କେତେ ସଫଳତାର ସହିତ ଲୋକ ମାନଙ୍କୁ ଉପସ୍ଥାପିତ କରିପାରିବ ତାହା ମଧ୍ୟ ଏକ ଜଟିଳ ପ୍ରଶ୍ନ ।BJPର ତ୍ରିପୁରା ଦଖଲ ସୁଚେଇ ଦିଏ ଏହି ଦଳର ରାଜନୈତିକ ବ୍ୟାଖ୍ୟାନ(Political Narrative)ଗୁଡିକ କେତେ ପ୍ରଭାବଶାଳି ।ଯେଉଁ ପାରମ୍ପରିକ ଢଙ୍ଗରେ BJD ବିଗତ ୨୦ ବର୍ଷ ଧରି ନିଜର ନିର୍ବାଚନ ପରିଚାଳନା କରି ଆସୁଛି ସେଇ ବ୍ୟବସ୍ଥାର ପରିବର୍ତନ ଏଥର ଅବଶ୍ୟ ଜରୁରୀ ।

 

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help