Home / Odisha / ଗଣତନ୍ତ୍ର,ଅଭିନୟ ଏବଂ ମୋଦୀ ସରକାର !!!!

ଗଣତନ୍ତ୍ର,ଅଭିନୟ ଏବଂ ମୋଦୀ ସରକାର !!!!

ଗଣତନ୍ତ୍ରରେ ଲୋକମାନଙ୍କୁ ଚଞ୍ଚକତା ପୂର୍ବକ ପ୍ରଭାବିତ କରିବା ପାଇଁ ଅଭିନୟ ଯେ ଏକ ସୁନ୍ଦର ମାଧ୍ୟମ ହେଇପାରେ ତାହା ମୋଦୀ ଭାରତକୁ ଶିଖେଇଦେଲେ ।ଅନେକ କୁଶ୍ଚିତ ଉଦାହରଣ ମଧ୍ୟରୁ ଗତକାଲିର ମୋଦୀଙ୍କ ବାରିପଦା ସଭାର ଏକ ଉଦାହରଣ ନିଆଯାଉ ।ମୋଦୀ ଭାଷଣ ଆରମ୍ଭରେ କହିଲେ,” ଆଗକୁ ଆସନ୍ତୁ ନାହିଁ,ସଭା ସ୍ଥଳରେ କଉଠିବି ଆଉ ଜାଗା ନାହିଁ” ।ଏହି ସମାନ ଧାଡିଟି ଯଦି ଆମେ ଦେଖିବା ତାହେଲେ ମୋଦୀ ତାଙ୍କର ପ୍ରତ୍ୟେକ ସଭାରେ କୁହନ୍ତି ।ଏହା କହି ସେ ଏକ ବାର୍ତା ଦବାକୁ ଚାହାନ୍ତି ଯେ ମୋଦୀଙ୍କ ସଭାରେ ଏମିତି ଜନସମୁଦ୍ର ଯେ ସଭା ସ୍ଥଳରେ ଜାଗା ନାହିଁ ।ବାସ୍ତବରେ ଏହି ଅବସ୍ଥା ବାରିପଦା,ଖୋର୍ଦ୍ଧା ବା କଟକରେ ନଥିଲା, ମୋଦୀଙ୍କ ସଭାଗୁଡିକ କାଳକ୍ରମେ ଜନଶୂନ୍ୟ ହବାକୁ ବସିଲାଣି ।ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ତାଙ୍କ ସଭାଗୁଡିକରେ ଲୋକ ନହେବାରୁ କିପରି ବିପୁଳ ଅର୍ଥ ବିନିମୟରେ ଲୋକ ବୋହିବାକୁ ପଡିଥିଲା ସେ ସମ୍ପର୍କରେ ଗୋଟେ ଟେଲିଫୋନ ବାର୍ତାଳାପ ସାରାଦେଶରେ ଆଲୋଡନ ସୃଷ୍ଟି କରିଥିଲା ।ମୋଦୀ ଯେତିକି ଶୀଘ୍ର ଦେଶରେ ଲୋକ ପ୍ରିୟ ହେଇଥିଲେ ତାଠୁବି ଆହୁରି ଦ୍ରୁତ ଗତିରେ ତାଙ୍କ ଲୋକପ୍ରିୟତା ର ପତନ ଘଟିଲା । କାରଣ ଲୋକ ତାଙ୍କ ପ୍ରବଞ୍ଚନାକୁ ବୁଝିଗଲେ ।ନବୀନ ପଟ୍ଟନାୟକ ଯୁଆଡେ ଯାଆନ୍ତି ତାଙ୍କ ସଭା ମଧ୍ୟ ଲୋକାରଣ୍ୟ ହୁଏ କିନ୍ତୁ ଏହାକୁ ପ୍ରଚାରିତ କରିବା ପାଇଁ ତାଙ୍କ ମୁହଁରୁ ଏପରି ଶସ୍ତା ଏବଂ ହାସ୍ୟାସ୍ପଦ କଥା କେହି କେବେ ଶୁଣି ନାହାନ୍ତି ।ସେଥିପାଇଁ ନବୀନଙ୍କ ଭାବମୂର୍ତି ଏବଂ ଲୋକପ୍ରିୟତାରେ ଏକ ଚିରନ୍ତନ ମାଧୁର୍ଯ୍ୟ ରହିଛି ।ଏପରିକି ମନମୋହନ ସିଂ ମଧ୍ୟ ଏପରି ସ୍ତରକୁ ଖସି ପାରିବେ ନାହିଁ ।ନିକଟରେ ANIକୁ ଦେଇଥିବା ସାକ୍ଷାତକାରରେ ମଧ୍ୟ ମୋଦୀଙ୍କ ଅଭିନୟ ସ୍ପଷ୍ଟ ବାରି ହେଇଯାଉଛି ।

ଏବେ ତାଙ୍କର ଓଡିଶା ଚେଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଆସିବା ।ପିପିଲି ଗଣଦୁଷ୍କର୍ମ ଏବଂ କୁନ୍ଦୁଲି ପୀଡ଼ିତା ଏମାନଙ୍କ ପାଇଁ ତାଙ୍କ ହୃଦୟ କାନ୍ଦୁଛି,ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଜି ଲମ୍ବା ଭାଷଣ ଦେଇଛନ୍ତି ।ସେ କୁଆଡେ DG,SP DIG ସମସ୍ତଙ୍କୁ ଖୋଜୁଛନ୍ତି ହେଲେ କାହାକୁ ପାଉନାହାନ୍ତି ।ରାଜ୍ୟର ଆଇନ ଶୃଙ୍ଖଳା ଏବଂ ଅପରାଧକୁ ରୋକିବା ସମ୍ପର୍କରେ ତାଙ୍କର ଅବଦାନ ହେଲା ରାଜଧାନୀରେ ପ୍ରେସମିଟ କରିବା ।ରାଜ୍ୟରେ ପ୍ରତିମାସରେ ଏମିତି ଅନେକ ସଂବେଦନଶୀଳ ଅପରାଧ ଘଟୁଛି,କେତେଜଣଙ୍କ ଘରକୁ ଯାଇ ସେ ସମବେଦନା ଦିଅନ୍ତି ତାହାର ତଥ୍ୟ BJP ଦବା ଉଚିତ ।କେବଳ ଯେଉଁଠି ଆତ୍ମପ୍ରଚାରର ସୁଯୋଗ ମିଳିବ ସେଠିକି ଯାଇ ପ୍ରେସମିଟ କରିବା  ଏକ ନିରୋଳା ସୁବିଧାବାଦ ।

ଅତୀତରେ ଧର୍ମେନ୍ଦ୍ର ପ୍ରଧାନ ବିହାରର ଲୋକ ପ୍ରତିନିଧି ଥିଲେ ,ଏବେ ମଧ୍ୟପ୍ରଦେଶକୁ ସେ ପ୍ରତିନିଧିତ୍ଵ କରୁଛନ୍ତି।ଏହି ଦୁଇ ରାଜ୍ୟରେ ଧର୍ଷଣର ଶୀକାର ହେଇଥିବା କେତୋଟି ନାରୀକୁ ବିଗତ ଛଅ ବର୍ଷ ଭିତରେ ସେ ଭେଟିଛନ୍ତି ତାହାର ତଥ୍ୟ ଧର୍ମେନ୍ଦ୍ର ପ୍ରକାଶ କଲେ ତାଙ୍କର ରାଜନୈତିକ ଆନ୍ତରିକତାକୁ ତର୍ଜମା କରାଯାଇ ପାରନ୍ତା ।କାରଣ ଏହି ରାଜ୍ୟମାନଙ୍କ ବାସିନ୍ଦା ନହୋଇ ମଧ୍ୟ ଏମାନେ ଧର୍ମେନ୍ଦ୍ରଙ୍କୁ ରାଜନୈତିକ ଆଶ୍ରୟ ଦେଇଛନ୍ତି ।ଯାହାକୁ ଧର୍ମେନ୍ଦ୍ର ପ୍ରତିନିଧିତ୍ଵ କରନ୍ତି ସେମାନଙ୍କ ପ୍ରତି ତାଙ୍କର କି ପ୍ରକାର ସମବେଦନା ଏବଂ ଆନୁଗତ୍ୟ  ରହେ ତାହା ଅତୀତରେ ଓଡିଶାବାସୀ ଏବଂ ବିହାରବାସୀ ଦେଖିସାରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଓଡ଼ିଶାକୁ ପ୍ରତିନିଧିତ୍ଵ କରୁନାହାନ୍ତି, ବା କେନ୍ଦ୍ର ମନ୍ତ୍ରୀ ଭାବରେ ଭାରତର ଗୃହ ବିଭାଗ ତାଙ୍କ ଅଧୀନରେ ନାହିଁ,ତେଣୁ ନୀତିଗତ ସ୍ତରରେ ତାଙ୍କର କୌଣସି ସାମ୍ବିଧାନିକ ଅଧିକାର ନାହିଁ ଓଡିଶାର ବ୍ୟବସ୍ଥା ସମ୍ପର୍କରେ ନିୟମିତ ଭାବରେ ଟିପ୍ପଣୀ ଦେବା ।ଅବଶ୍ୟ ସେ ଜଣେ କେନ୍ଦ୍ରମନ୍ତ୍ରୀ ପୁଣି ଦେଶର ନାଗରିକ,ତେଣୁ ତାଙ୍କର ସ୍ଵାଭାବିକ ଭାବରେ ସମଗ୍ର ଦେଶର ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ କରିବାର ଅଧିକାର ରହିଛି ।ତେବେ ଗୋସୁରକ୍ଷା ନାଁରେ ଉତ୍ତରପ୍ରଦେଶରେ ଯେଉଁ ଅରାଜକତା ଚାଲିଛି ସେ ସମ୍ପର୍କର ଏହି କେନ୍ଦ୍ରମନ୍ତ୍ରୀ ଜଣକ ନୀରବ କାହିଁକି ?ବିହାରର ମୁଜାଫରପୁର ସେକ୍ସ ସ୍କଣ୍ଡାଲ ରେ ପୀଡ଼ିତା ମାନଙ୍କୁ ଧର୍ମେନ୍ଦ୍ର ପ୍ରଧାନ କେତେଥର ଭେଟିଛନ୍ତି,ସେମାନଙ୍କୁ ସମବେଦନା ଜଣେଇ କେତୋଟି ପ୍ରେସମିଟ କରିଛନ୍ତି ????ଆଇନ ଶୃଙ୍ଖଳା ସମ୍ପର୍କରେ ବ୍ୟଥିତ ହୋଇ ସେ କେବେ ମଧ୍ୟପ୍ରଦେଶ, ବିହାର ବା ଉତ୍ତରପ୍ରଦେଶର DGଙ୍କୁ ଖୋଜିଛନ୍ତି କି ???ଧର୍ମେନ୍ଦ୍ର ପ୍ରଧାନ କେତେଥର ବୁନ୍ଦେଲସହର ଏବଂ ମୁଜାଫରପୁର DIG ସହିତ କଥା ହେଇଛନ୍ତି ସେକଥା ସ୍ପଷ୍ଟ କଲେ ଦେଶର ଆଇନ ଶୃଙ୍ଖଳା ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତା ସ୍ପଷ୍ଟ ହେବ ।

ଦଶବର୍ଷ ହେଲାଣି ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ଲୋକ ପ୍ରତିନିଧି ନାହାନ୍ତି,ହେଲେ ମାତ୍ର ଛଅ ମାସ ତଳେ ସେ ବିହାରର ରାଜ୍ୟସଭା ସଦସ୍ୟ ଥିଲେ ।ଢେଙ୍କାନାଳର ଯୌନ କେଳେଙ୍କାରି ଏବଂ ମୁଜାଫରପୁର ର ଯୌନ କେଳେଙ୍କାରି ମଧ୍ୟରେ ଯଦି ତୁଳନା କରାଯାଏ ତାହେଲେ ମୁଜାଫରପୁର ଘଟଣା ଢେଙ୍କାନାଳ ଅପେକ୍ଷା ଗଭୀର ସଙ୍ଗିନ ଥିଲା,ସେଠି ନାବାଳିକା ଝିଅ ମାନେ ମୃତ୍ୟୁର ଶୀକାର ହେଇଛନ୍ତି,ତାଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଛି ।ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ପ୍ରସଙ୍ଗରେ ନବୀନଙ୍କୁ ତା ଅନେକ ସମାଲୋଚନା କରିଛନ୍ତି ହେଲେ ନୀତିଶ କୁମାରଙ୍କୁ କେତେ ସମାଲୋଚନା କରିଛନ୍ତି ବା କେତୋଟି ପ୍ରଶ୍ନ ପଚାରିଛନ୍ତି ????

ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କ ପରି ଅଭିନୟ କରି ଆତ୍ମସନ୍ତୋଷ ପାଉଥାଇ ପାରନ୍ତି କିନ୍ତୁ ଜନଦେଶ ପାଇଁ ଏହି ଅଭିନୟ ତାଙ୍କୁ ଓଡିଶାରେ ସହାୟକ ହେବ ନାହିଁ ।

 

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help