Home / National / ଭାରତର ପ୍ରଧାନ ମନ୍ତ୍ରୀଙ୍କ ଗରିମା କଣ ଚା’ ବାଲା ଆଉ ଚୌକିଦାର ରେ ସୀମିତ !!!!!!

ଭାରତର ପ୍ରଧାନ ମନ୍ତ୍ରୀଙ୍କ ଗରିମା କଣ ଚା’ ବାଲା ଆଉ ଚୌକିଦାର ରେ ସୀମିତ !!!!!!

ଯେତେବେଳେ ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀ ହେଲେ ସମଗ୍ର ବିଶ୍ଵ ତାଙ୍କୁ ଜଣେ ବିଦ୍ଵାନ ବ୍ୟକ୍ତି ଭାବରେ ଚିତ୍ରଣ କଲା,ତାଙ୍କ ବୁଦ୍ଧିମତ୍ତା ଏବଂ ବିଚକ୍ଷଣ କୂଟନୈତିକ ଦୁରଦୃଷ୍ଟିକୁ ସମଗ୍ର ବିଶ୍ଵ ପ୍ରଶଂସା କରି ଜଣେ ଭଲ ପ୍ରଧାନମନ୍ତ୍ରୀ ବୋଲି ବ୍ୟାଖ୍ୟା କଲା ।ଭାରତର ମିଡିଆ ନରସିଂହ ରାଓଙ୍କୁ ବହୁଭାଷାବିତ ତଥା ତାଙ୍କର ବିଶାଳ ଗ୍ନ୍ୟାନ ସମ୍ପର୍କରେ ଆଲୋଚନା କଲା ।ଯେତେବେଳେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହେଲେ ଏହି କେମ୍ବ୍ରିଜ ପ୍ରଶିଖିତ ବ୍ୟକ୍ତିତ୍ଵର ଗ୍ନ୍ୟାନର ପ୍ରଶଂସାରେ ସମଗ୍ର ବିଶ୍ଵ ମୁଖରିତ ହେଲା ।ଅବଶ୍ୟ ପରବର୍ତୀ ସମୟରେ ଭାରତର ଆତ୍ମଘୋଷିତ ଚା’ ବାଲା ପ୍ରଧାନମନ୍ତ୍ରୀ କହିଥିଲେ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ହାଭାର୍ଡ ଶିକ୍ଷା ନୁହେଁ ବରଂ ହାର୍ଡୱାର୍କ ଜରୁରୀ ବୋଲି କହିଥିଲେ ।

ନରେନ୍ଦ୍ର ମୋଦୀ ୨୦୧୪ରେ କହିଲେ ମୁଁ ଜଣେ ଗରିବ ଚା’ ବାଲା ମତେ ଭୋଟ ଦିଅ,ଲୋକଙ୍କ ଭିତରେ ଏକ ବିଚିତ୍ର ସମବେଦନାର ସ୍ରୋତ ବହିଲା । ଲୋକ ଭୁଲିଗଲେ ଚା’ ବାଲାକୁ ସହାନୁଭୁତି ଦିଆଯାଇପାରେ ହେଲେ ଭୋଟ ନୁହେଁ,କାରଣ ପ୍ରଧାନମନ୍ତ୍ରୀ ପଦବି ପାଇଁ ଗ୍ନ୍ୟାନ,ବୁଦ୍ଧିମତ୍ତା,ନମ୍ରତା ଏବଂ ହୃଦୟର ବିଶାଳତା ଦରକାର ।ଚା ବାଲା ମୋଦୀ ଭୋଟ ପାଇ ପ୍ରଧାନମନ୍ତ୍ରୀ ହେଲା ପରେ ବାର ଲକ୍ଷ ଟଙ୍କିଆ କୋଟ ପିନ୍ଧିଲେ,ଏହା ପରେ ମଧ୍ୟ ସେ ନିଜକୁ ଚା’ ବାଲା କହି ଚାଲିଲେ ।

ପାଞ୍ଚ ବର୍ଷ ଚା’ ବାଲା ସ୍ଲୋଗାନର ରାଜନୈତିକ ଫାଇଦା ନେଇ ସାରିଲା ପରେ ମୋଦୀ ବୁଝିଗଲେ ଭାରତକୁ ଉତ୍ତମ ଶାସନରେ ନୁହେଁ କେବଳ ସ୍ଲୋଗାନରେ ବଶୀଭୂତ କରିହେବ ତେଣୁ ୨୦୧୯ରେ ସେ ଚା’ ବାଲାରୁ ହଠାତ ଚୌକିଦାର ବନିଗଲେ,ସେ  ଚୌଡ଼ିକର ବନିବାର ମାତ୍ର କିଛି ମିନିଟ ଭିତରେ ତାଙ୍କ କିଛି ଚାଟୁକର ମନ୍ତ୍ରୀ ଯେଉଁ ମାନେ ସବୁଠୁ ଭ୍ରଷ୍ଟ,ଅହଙ୍କାରୀ ଯେଉଁ ମାନେ ଲୋକ ମତର ସାହାରାରେ ନୁହେଁ ବରଂ ଦିଲ୍ଲୀର କ୍ଷମତା ଅଳିନ୍ଦରେ ଚାଟୁକାରୀ କରି ଆଜି ବିଶାଳ କ୍ଷମତା ଏବଂ ଅମାପ ସମ୍ପତ୍ତିର ଅଧିକାରୀ ସେମାନେ ମଧ୍ୟ କାର୍ଯ୍ୟରେ ନୁହେଁ ବରଂ ଫେସବୁକ ଆଉ ଟୁଇଟରରେ  ଚୌକିଦାର ବନିଗରେ ।ସତରେ ଦେଶର ବ୍ୟବସ୍ତା କେତେ ପ୍ରହସନରେ ବଦଳି ଗଲାଣି !!!!!!

ଏହି ଚୌକିଦାର ମାନଙ୍କ ଭିତରୁ ଜଣେ ଚୌକିଦାର ଓଡିଶାରେ ଅଛନ୍ତି, ଦେଶର ଚୌକିଦାର ହେଲା ପରେ ତାଙ୍କର ସମ୍ପତ୍ତିର ପରିମାଣ ଏତେ ବିପୁଳ ହେଇ ଗଲାଯେ ପ୍ରତି ବର୍ଷ ନିଜର ଆତ୍ମପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ କରନ୍ତି ।ଓଡିଶା ଆସିଲେ କେନ୍ଦ୍ରମନ୍ତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟ ଅତିଥି ଭବନରେ ନରହି ମେ’ଫେୟାରର ବିଳାସପୂର୍ଣ ସୁଟରେ ରୁହନ୍ତି ରାଜ୍ୟ ଭିତରେ ହେଲିକେପ୍ଟରରେ ବୁଲନ୍ତି,ନିଜ ପିଲାମାଙ୍କୁ ଦେଶର ସବୁଠାରୁ ବିଳାସପୂର୍ଣ ସ୍କୁଲରେ ପାଠ ପଢାନ୍ତି ତଥାପି ନିଜକୁ ଚୌକିଦାର ବୋଲି କୁହନ୍ତି !!!!!ଏହି ଚୌକିଦାର ହଜାର ହଜାର କୋଟି ଟଙ୍କା କଳାଧନ ଠୁଳ କରି ଆଜି ରାଜ୍ୟରେ ତାଙ୍କ ଦଳକୁ କବଜାକୁ ନେଇଯାଇଛନ୍ତି ।ହେଲେ ଚୌକିଦାର ତାଙ୍କର ଯୋଗ୍ୟତା ଏବଂ ପ୍ରତିଭା ଜାଣନ୍ତି ତେଣୁ ପରୀକ୍ଷା ଦେଇ ପାସ କରିବାକୁ ଚାହୁଁ ନାହାନ୍ତି,ଲାଞ୍ଚଦେଇ ନିଜର ନମ୍ବର ବଢେଇବାର ଯୋଜନାରେ ଅଛନ୍ତି,ତେଣୁ ନିଜେ ନିର୍ବାଚନ ଲଢୁ ନାହାନ୍ତି ।

BJP ଆଜି ସଚୋଟତାର ଭେରୀ ଧ୍ୱନି କରୁଛି,ଏହି ଦଳକୁ ୨୦୧୪ ନିର୍ବାଚନରେ ଲୋକ ଦେଖିଛନ୍ତି ଆଉ ଆଜି ୨୦୧୯ ନିର୍ବାଚନରେ ମଧ୍ୟ ଲୋକ ଦେଖୁଛନ୍ତି ।ଆଜି ଏହି ଚୌକିଦାର ଦଳ ପାଖରେ ଏତେ ଟଙ୍କା ଆସିଲା କଉଠୁ ????ଏହି ଟଙ୍କା ବଳରେ ସମଗ୍ର ମିଡିଆକୁ କ୍ରୟ କରି ଦେଶରେ ଏକ ବିଚାର ଧାରାକୁ ପ୍ରତିଷ୍ଠିତ କରାଯାଉଛି କି ଚା’ ବାଲାକୁ ଭୋଟ ଦିଅ,ଚୌକିଦାର କୁ ଭୋଟ ଦିଅ ।ଗରିବୀକୁ ବଜାରୀକରଣ ଏକ ସାଂଘାତିକ ମାନସିକତା ।

ମନମୋହନ ସିଂ ସମ୍ଭ୍ରାନ୍ତ ଶିଲ୍ପପତିର ଦାୟାଦ ଭାବରେ କେମ୍ବ୍ରିଜ ବା Oxford ପଢିବାକୁ ଯାଇ ନଥିଲେ,ସେ ମଧ୍ୟ ନିଜ ଗରିବୀକୁ ବିଗ୍ନ୍ୟାପିତ କରୁଥିବା ନରେନ୍ଦ୍ର ମୋଦୀ ପରି ଜଣେ ଗରିବ ଭାରତୀୟ ଥିଲେ,ହେଲେ ତାଙ୍କ ପ୍ରତିଭା ତାଙ୍କୁ ସୁଯୋଗ ଦେଇଥିଲା ବିଦେଶରେ ଉଚଶିକ୍ଷା ଲାଭ କରି ଭାରତକୁ ଗୌରବାନ୍ଵିତ କରିବା ପାଇଁ ।ସମଗ୍ର ବିଶ୍ଵ ଯେତେବେଳେ ତାଙ୍କୁ ପ୍ରଖ୍ୟାତ ଅର୍ଥନୀତିଗ୍ନ୍ୟ ବୋଲି ସମ୍ମାନ କରେ ସେତେବେଳେ ଭାରତୀୟ ମାନେ ତାଙ୍କୁ Accidental Prime Minister କହି ପରିହାସ କରନ୍ତି ,ଏବଂ ଏହି ପରିହାସ ପଛରେ ଦେଶର ମୋଦୀ ସରକାରଙ୍କ ପ୍ରୋଛାହନ ଥାଏ ।

କିଏ ଆମ ଦେଶର ଆଦର୍ଶ ହେବା ଉଚିତ ଚା’ ବାଲା ମୋଦୀ ନା ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ମନମୋହନ ସିଂ ?ଜଣେ ଗୁଜରାଟ ଦଙ୍ଗାର ଅଭିଯୁକ୍ତ,ନୋଟବନ୍ଦୀ ପରି ଅର୍ବାଚୀନ ଏବଂ ଅହଙ୍କାରୀ ପଦକ୍ଷେପ ର ଅଭିଯୁକ୍ତ, ମିଥ୍ୟାଚାରର ଅଭିଯୁକ୍ତ,ଦେଶର ଅର୍ଥନୀତିକୁ ଧ୍ଵସ୍ତ କରିବାର ଅଭିଯୁକ୍ତ,ଦେଶର ବ୍ୟବସ୍ଥା ଏବଂ ଅନୁଷ୍ଠାନ ଗୁଡିକୁ ଆକ୍ରମଣ କରିବାର ଅଭିଯୁକ୍ତ ଏବଂ ଅନ୍ୟ ଜଣେ ଭାରତର ଐତିହାସିକ ଅର୍ଥନୈତିକ ଉଦାରିକରଣର ବିନ୍ଧାଣି, ନବେ ଦଶକରେ ଆର୍ଥିକ ସଙ୍କଟରୁ ଭାରତକୁ ଉଦ୍ଧାର କରିବାର ନାୟକ,ବିଶ୍ଵସ୍ତରରେ ପ୍ରତିଷ୍ଠିତ ଅର୍ଥବିଶାରଦ ଏବଂ ନିଜର ସମ୍ଭ୍ରମତା ପାଇଁ ସମ୍ମାନାସ୍ପଦ ।

ଜଣେ ଚା’ବାଲା ଅସମ୍ମାନର ପାତ୍ର ନୁହେଁ କିନ୍ତୁ ଯୋଗ୍ୟତା ଆଧାରରେ ସେ ରାଷ୍ଟ୍ରନାୟକ ହବାର ଅଧିକାରୀ ନୁହେଁ ।ପରିବର୍ତିତି ବିଶ୍ବରେ ରାଷ୍ଟ୍ରନାୟକ ହବାପାଇଁ ସେଥିପାଇଁ ଜଣେ ବ୍ୟକ୍ତି ପାଖରେ ବୈଷୟିକ ଉତ୍କର୍ଷର ଆବଶ୍ୟକତା ରହିଛି,ଏହା ନଥିଲେ ଶାସକ ମନରେ ନୋଟବନ୍ଦୀ ପରି ବିଧ୍ଵଂସକାରୀ ଭାବନା ଜନ୍ମ ନିଏ ।ଅତୀତରୁ ମହମ୍ମଦ-ବିନ-ତୋଗଲକ ର ଉଦାହରଣରୁ ହୁଏତ ଭାରତବାସୀ କିଛି ଶିଖି ପାରିଲେ ନାହିଁ ବା ମୋଦୀଙ୍କ ପାଖରେ ଏହି ଖେୟାଲି ରାଜାର ସତ୍ତା ଲୁଚି ରହିଛି ବୋଲି ଲୋକ ବିଳମ୍ବରେ ବୁଝିଲେ ।

ଆମେ ଯାତ୍ରା କରୁଥିବା ବିମାନର ପାଇଲଟ ଆସନ ଗୋଟେ ଚା’ବାଲାକୁ ଦେଇପାରିବାନି,ଆମଦେଶର ପରମାଣୁ କାର୍ଯ୍ୟକ୍ରମର ନେତୃତ୍ଵ ଗୋଟେ ଚା’ ବାଲାକୁ ଦେଇପାରିବନି,ହେଲେ ଏକ ଘଡିସନ୍ଧି ମୁହୂର୍ତରେ ଯେତେବେଳେ ଭାରତ ପରି ଦେଶର ନେତୃତ୍ଵ ବୌଦ୍ଧିକ ପରିପକ୍ଵ ଏବଂ ବିଭିର୍ଣ କ୍ଷେତ୍ରରେ ବିଶାରଦ ମାନଙ୍କ ନେତୃତ୍ଵରେ ରହିବା କଥା,ସେତେବେଳେ ଜଣେ ବାକଚାତୁରୀ ଶବ୍ଦର ଜାଦୁକର ଚା’ ବାଲା ହାତରେ  ଦେଶର ନେତୃତ୍ଵ ଆମେ ସମର୍ପିତ କରିଦେଲେ ।ଫଳ ଏପରି ନୀଚ ସ୍ତରକୁ ଚାଲିଗଲା ଯେ ଏହି ଚା’ ବାଲା ପ୍ରଧାନମନ୍ତ୍ରୀ ,ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଚଞ୍ଚକତା କରିଥିବା ସ୍ମୃତି ଇରାନୀକୁ ଦେଶର ଶିକ୍ଷା ମନ୍ତ୍ରୀ କରି ସମଗ୍ର ଦେଶକୁ ଅପମାନିତ କଲେ । ସିନେମାରେ ସହ-କଳାକାର କାମକରୁଥିବା ଗଜେନ୍ଦ୍ର ଚୌହାନଙ୍କୁ ପୁନା ଫିଲ୍ମ ଅନୁଷ୍ଠାନ ପରି ଏକ ବିଶ୍ଵସ୍ତରୀୟ ଚଳଚିତ୍ର ଶିକ୍ଷାଅନୁଷ୍ଠାନର ଚେଯାରମେନ କରି ଭାରତର ଗୌରବକୁ ଅପମାନିତ କଲେ ।ଆହୁରି ଅନେକ ଅଯୋଗ୍ୟ ଏବଂ ଅପାରଗ ମାନଙ୍କୁ ଦେଶର ଗୁରୁତ୍ଵପୂର୍ଣ ପଦବୀରେ ଅବସ୍ଥାପିତ କଲେ,ଯାହା ତାଙ୍କ ଚା’ବାଲା ମାନସିକତାର ପ୍ରତିଫଳନ ଥିଲା ।

ଚା’ବାଲା ଶାସନ ଅମଳରେ ଦେଶର ନକାରାତ୍ମକ ମାନସିକତା ଏତେ ଉତ୍କଟ ହେଲା ଯେ ଦେଶର ବରପୁତ୍ର ମାନଙ୍କୁ ଅପମାନିତ କରିବା ପାଇଁ  ଏବଂ ନିଜର ଯୋଗ୍ୟତା ଏବଂ ବିଶାଳତା ବ୍ୟାଖ୍ୟା କରିବା ପାଇଁ ବଲିଉଡ ଶିଳ୍ପକୁ ବ୍ୟବହାର କରାଗ ଲା , ଯାହା ଅତୀତରେ କେବେ ଭାରତ ବର୍ଷରେ ଦେଖାଯାଇ ନଥିଲା ।ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମାନେ ଚାହିଁ ଥିଲେ ଅବଶ୍ୟ ନିଜ ସମ୍ପର୍କରେ ଅନେକ ସିନେମା ନିର୍ମାଣ କରିପାରିଥାନ୍ତେ ଅବା  ସିନେମା କରି ପ୍ରତିଦ୍ଵନ୍ଦୀ ମାନଙ୍କ ଚରିତ୍ର କରିପାରିଥାନ୍ତେ,କାରଣ ଆମ ଦେଶରେ କ୍ଷମତାଶାଳି ଲୋକ ମାନଙ୍କୁ କେବେ ଚାଟୁକାର ଅଭାବ ପଡନ୍ତି ନାହିଁ ।କିନ୍ତୁ ଏପରି ଛୋଟ ମାନସିକତାର କାମ ବିଶାଳ ହୃଦୟ ଥିବା ରାଜନେତା ମାନେ କେବେ କରନ୍ତି ନାହିଁ । ଏହା କେବଳ ଏକ ଚା’ବାଲା ମାନସିକତା ପାଇଁ ସମ୍ଭବ ।

ଏହି ପ୍ରସଙ୍ଗରେ ଦୁଇଟି ସିନେମା ପ୍ରସଙ୍ଗରେ ଆମେ ଆଲୋଚନା କରିବା ।ମନମୋହନ ସିଂଙ୍କ ସମ୍ପର୍କରେ ଏକ ଚଳଚିତ୍ର ନିର୍ମାଣ ହେଇଛି ଯାହାର ନାଁ “The Accidental Prime Minister” ନାଁରୁ ଲାଗୁଛି ତାଙ୍କୁ ଅପମାନିତ କରାଯିବା ପାଇଁ ଏହି ସିନେମା ଉଦ୍ଦିଷ୍ଟ,ସିନେମାର ମୁକ୍ତି ଲାଭ ସମୟ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି ଏହାର ଉଦେଶ୍ୟ ସମ୍ପର୍କରେ ।ସବୁଠାରୁ ଅଧିକ ସନ୍ଦେହ ସୃଷ୍ଟି କରୁଛି ଏହି ଚଳଚିତ୍ରର ପ୍ରଯୋଜକ ସମ୍ପର୍କରେ ।ଭାରତର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ସିନେମା କରିବା ପାଇଁ ଲଣ୍ଡନରେ ଏକ ଚଳଚିତ୍ର ନିର୍ମାଣ କମ୍ପାନୀ ଗଠିତ ହେଲା ୧୯ ଅକ୍ଟୋବର ୨୦୧୭ରେ ଯାହାର ନାଁ ରହିଲା ରୁଦ୍ର ପ୍ରଡ଼କସନ ଲିମିଟେଡ ଏବଂ ଏହାର ମାଲିକ ହେଲେ ଯତୀନ୍ଦ୍ର କୁମାର ଭାରଦ୍ଵାଜ ।କମ୍ପାନୀର ମାଲିକଙ୍କ କୌଣସି ଚଳଚିତ୍ର ନିର୍ମାଣ ର ପୂର୍ବ ରେକର୍ଡ ନଥିଲା । ଏହି କମ୍ପାନୀ ସହିତ ସୁନୀଲ ବୋହରା ନାମରେ ଜଣେ ଭାରତୀୟ ନିର୍ମାତା ଅଂଶୀଦାର ଭାବରେ ଯୋଡିହେଲେ ୨୨ ଡିସେମ୍ବର ୨୦୧୭ରେ,ଏବଂ ଅତି ସନ୍ଦେହଜନକ ଭାବରେ ଚଳଚିତ୍ର ମୁକ୍ତିଲାଭର ତିନିମାସ ପୂର୍ବରୁ ୨୦୧୮ ୮ ଅକ୍ଟୋବର ୨୦୧୮ରେ ଏହି ଭାରତୀୟ ଅଂଶୀଦାର କମ୍ପାନୀରୁ ଇସ୍ତଫା ଦେଲେ,ଇସ୍ତଫା ଦେଲାପରେ ମଧ୍ୟ ତାଙ୍କୁ ଏବେବି ଚଳଚିତ୍ରର ପ୍ରଯୋଜକ ଭାବରେ ସାମ୍ନାରେ ରଖାଯାଉଛି ଏବଂ ଅସଲ ଅର୍ଥନିବେଶକାରୀ ବ୍ରିଟିଶ ନାଗରିକ ନେପଥ୍ୟରେ ରହିଛନ୍ତି । ସୁନୀଲ ବୋହରାଙ୍କୁ ମୁଖା ଭାବରେ ବ୍ୟବହାର କରାଯାଇ ଏହାକୁ ବଲିଉଡ ସିନେମାର ଆଖ୍ୟା ଦିଆଯାଉଛି,ଏବଂ ଆଜି ସାମ୍ନାରେ ସୁନୀଲ ବୋହରା ଦେଖାଯାଉଛନ୍ତି ।ବାସ୍ତବରେ ଏହି ଚଳଚିତ୍ରର ଅର୍ଥ ଲଣ୍ଡନ ନାଗରିକ ପ୍ରବାସୀ ଭାରତୀୟ ଯତୀନ୍ଦ୍ର ଭରଦ୍ଵାଜ କାହା ନିର୍ଦେଶରେ ଯୋଗେଇ ଦେଇଛନ୍ତି ତାଙ୍କର ଉଦେଶ୍ୟ ଓ ବ୍ୟବସାୟ କଣ ଏବଂ ସେ କିଏ ଏକଥା ତଦନ୍ତର ପରିସର କୁ ଆସିବା ଉଚିତ ।ଏହି ଚଳଚିତ୍ର ନିର୍ମାଣରେ ଥିବା ମନ୍ଦ ଉଦେଶ୍ୟ ସେତେବେଳ ଘନିଭୂତ ହେଲା ଯେତେବେଳେ BJP ଚଳଚିତ୍ରର ପ୍ରୋମୋକୁ ତାଙ୍କର ୱେବସାଇଟରେ ପ୍ରଚାର କଲା ।ଆଗାମୀ ଶୁକ୍ରବାର ଦିନ ଏହି ଚଳଚିତ୍ର ମୁକ୍ତି ଲାଭ କରିବ ।ଏହା ଯେହେତୁ ଏକ ସଂବେଦନଶୀଳ ରାଜନୈତିକ ଚଳଚିତ୍ର ଏହାର ବିଦେଶୀ ପ୍ରଯୋଜକଙ୍କ ଉଦେଶ୍ୟ ଏବଂ ବିଶ୍ବାସନୀୟତା ସମ୍ପର୍କରେ ସରକାର ସ୍ପଷ୍ଟ ତଥ୍ୟ ରଖିବା ଉଚିତ ।

ଦ୍ଵିତୀତ ଚଳଚିତ୍ରଟି ହେଉଛି PM Modi ।ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରୋଶ୍ଛାହନରେ ନିର୍ମିତ ହେଇଥିବା ଏହି ଚଳଚିତ୍ର ଆଗାମୀ ଲୋକସଭା ନିର୍ବାଚନ ସମୟରେ ମୁକ୍ତିଲାଭ କରିବ ।ଦୁଇ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଗୋଟିଏ ବର୍ଷରେ ନିର୍ମିତ ଚଳଚିତ୍ରର ମୁଖ୍ୟ ପ୍ରଭେଦ ହେଉଛି Accidental PMରେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ତାଚ୍ଛଲ୍ୟ ବା ପରିହାସ କରାଯାଇଥିବା ସମୟରେ PM Modi ଚଳଚିତ୍ରରେ ମୋଦୀଙ୍କୁ ବିଶ୍ଵର ସବୁ ଆଭୁଷଣରେ ମଣ୍ଡିତ କରାଯାଇଛି ।ଏହି ଚଳଚିତ୍ରରେ ଚାଟୁକାରିତ କେଉଁ ଉତୁଙ୍ଗ ଶିଖରରେ ପହଞ୍ଚିବ ତାହା ଆଖିରେ ନଦେଖିଲେ ବିଶ୍ୱାସ ହେବ ନାହିଁ ।କିନ୍ତୁ ଟ୍ରେଲରରୁ ଜଣା ପଡୁଛି ସତେ ଯେମିତି ମୋଦୀ କିଛି ଘଣ୍ଟାରେ ଭାରତକୁ ବଦଳେଇଦେଲେ !!!!ପାକିସ୍ଥାନ ସମସ୍ୟା କିଛି ମିନିଟରେ ସମାଧାନ ହେଇଗଲା !!!!!ମୋଦୀ ନିଜେ ଫାଇଟର ଜେଟରେ ବସି ପାକିସ୍ଥାନରେ ବୋମା ମାଡ଼ କଲେ  !!!!!ଏବଂ ଯୁଦ୍ଧ ହେଲେ ମୋଦୀ ଟେଙ୍କରେ ବସି ସୀମାନ୍ତରେ ଯୁଦ୍ଧ କରିବେ !!!!!

ଅବଶୋଷ, ଯେଉଁ ଦେଶରେ ଗୋଟେ ଚା’ ବାଲା ପାଖରେ, ଦେଶର ନେତୃତ୍ଵ ନେବା ପାଇଁ ଏତେ ଅଲୌକିକ ଗୁଣର ଅନୁସନ୍ଧାନ ଆମେ କରି ପାରୁଛୁ ସେଇ ଦେଶରେ ମନମୋହନ ସିଂଙ୍କ ପରି ପ୍ରଧାନମନ୍ତ୍ରୀ ପାଖରେ କୌଣସି ଗୁଣ ଆମେ ଦେଖିପାରୁ ନାହୁଁ !!!!!!!ଏହା ଗଣତନ୍ତ୍ରର ବିଲକ୍ଷଣ,ସମୟ ଆସିଛି ଆମେ ସମସ୍ତେ ସମସ୍ଵରରେ କହିବା ଉଚିତ ଯେ, ରାଜା ତମେ ଉଲଗ୍ନ ଅଛ !!!!!!!!!!!ଏଥିରୁ ପ୍ରେରଣା ପାଇ ମୋଦୀ ଏବେ ସୋସିଆଲ ମିଡିଆରେ ଚୌକିଦାର ଅବତାରରେ ଉଭା ହେଇଛନ୍ତି !!!!!ଭାବୁଛନ୍ତି ୨୦୧୪ ର ଚା’ ବାଲା ଅବତାର ପରି  ୨୦୧୯ରେ ଚୌକିଦାର ଅବତାର ତାଙ୍କୁ ନିର୍ବାଚନ ଜିତେଇବ ।

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help