Home / Odisha / ନବୀନଙ୍କ ରୋଡ ସୋ ପରେ ଆହୁରି ଶକ୍ତିଶାଳୀ ହେଲା BJD ସ୍ଥିତି !!!!

ନବୀନଙ୍କ ରୋଡ ସୋ ପରେ ଆହୁରି ଶକ୍ତିଶାଳୀ ହେଲା BJD ସ୍ଥିତି !!!!

ପ୍ରଥମରୁ ବିଶାରଦ ମାନେ କହୁଥିଲେ ଏଥର ଜୁଏଲଙ୍କ ସ୍ଥିତି ଭଲ ନାହିଁ,କିନ୍ତୁ ଜୁଏଲ ଏବଂ BJP ରଣନୀତିକାର ମାନେ ଆଶା ରଖିଥିଲେ ପାକିସ୍ଥାନ ପ୍ରସଙ୍ଗ ସୁନ୍ଦରଗଡରେ ମଧ୍ୟ ଜୁଏଲଙ୍କୁ ସାହାଯ୍ୟ କରିବ ।ହୁଏତ ଏହା କିଛି ପରିମାଣରେ ସତ୍ୟ ମଧ୍ୟ ଥିଲା । କିନ୍ତୁ BJD ଜୁଏଲଙ୍କ ସବୁ ଗଣିତକୁ ବିଗାଡି ଦେଲା ।ପ୍ରାର୍ଥୀ ଚୟନରେ ଓଡିଶାର କିଛି ହାତଗଣତି BJDର ଶ୍ରେଷ୍ଠ ଚୟନ ଭିତରେ ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଚୟନ ଅନ୍ୟତମ ।ଅର୍ଥାତ ଏଠାକାର ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ଵାଳ, ସୁନିତାଙ୍କ ପ୍ରାର୍ଥିତ୍ଵ BJD ପାଇଁ ଖୁବ ଲାଭ ଦାୟକ ହବାକୁ ଯାଉଛି ।ଯୁବା-ମହିଳା ଏବଂ ନିର୍ମଳ ଭାବମୂର୍ତି ସାଙ୍ଗକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ହିସାବରେ ହେମାନନ୍ଦଙ୍କ ଅନୁଗତ ସବୁ ଭୋଟ ସିଧାସଳଖ ସୁନିତାଙ୍କୁ ଯିବାର ଆଭାସ ଏବେଠୁ ମିଳିବା ଆରମ୍ଭ କଲାଣି ।ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ କଂଗ୍ରେସ ଭୋଟ ଯଦି BJDକୁ ଯିବା ଆରମ୍ଭ କଲା ତାହେଲେ BJPର ସ୍ଥିତି ବିପର୍ଯ୍ୟୟ ଆଡକୁ ଯିବ,ଏହା ନିଶ୍ଚିତ। ଏପରିକି ଜୁଏଲଙ୍କ ନିଜ ଅଞ୍ଚଳ ବଣେଇରେ ଜୁଏଲଙ୍କୁ କଡା ଟକ୍କର ଦଉଛନ୍ତି ସୁନିତା ।

ଦିଲ୍ଲୀପ ରାୟଙ୍କ ଆଭିମୁଖ୍ୟ ସୁନ୍ଦରଗଡ ଲୋକସଭା ପାଇଁ ନିର୍ନାୟକ ମନେକରାଯାଉଥିଲା,ସବୁ କଲ୍ପନାଜଳ୍ପନାକୁ ପୂର୍ଣଛେଦ ପକାଇ ଶେଷରେ ଦିଲ୍ଲୀପ BJD ପ୍ରାର୍ଥୀ ମାନଙ୍କୁ ସହଯୋଗ କରିବାକୁ ନିଜର ଅନୁଗତ ମାନଙ୍କୁ ନିର୍ଦେଶ ଦେଲେ ।ଏହା ସିଧା ସଳଖ ଦୁଇଟି ବିଧାନସଭା କ୍ଷେତ୍ରରେ BJP ଭୋଟକୁ ପ୍ରଭାବିତ କରିବ ।ଜୁଏଲଙ୍କ ଜିତିବା କ୍ଷେତ୍ରରେ ଦିଲ୍ଲୀପଙ୍କ ଭୂମିକା ୨୦୧୪ରେ ସହାୟକ ହୋଇଥିଲା । BJP ଦଳ ଭିତରେ ଜୁଏଲଙ୍କ ରାଜନୈତିକ ଭବିଷ୍ୟତକୁ ନଷ୍ଟ କରିବା ପାଇଁ ମଧ୍ୟ ଏକ ସୁଚିନ୍ତିତ ଷଡଯନ୍ତ୍ର ଚାଲିଛି,ଯାହା ଏହି ନିର୍ବାଚନରେ ଜୁଏଲଙ୍କୁ କ୍ଷ୍ୟତିଗ୍ରସ୍ତ କରିବ ।ରାଉରକେଲା ଏବଂ ସୁନ୍ଦରଗଡର ଅନେକ ପ୍ରକଳ୍ପ ଏବଂ ନିର୍ବାଚନ ସମୟର ପ୍ରତିଶ୍ରୁତିକୁ ଅଣଦେଖା କରାଯିବା ପଛରେ ଖୋଦ BJPର କିଛି ପ୍ରଭାବଶାଳି ନେତାଙ୍କ ଭୂମିକା ରହିଛି ।ଏହି ଷଡଯନ୍ତ୍ର ଉଭୟ ଦିଲ୍ଲୀପ ଏବଂ ଜୁଏଲଙ୍କୁ ସୁନ୍ଦରଗଡ ଲୋକଙ୍କ ପାଖରେ ଅପଦସ୍ତ କରିବା ପାଇଁ ଉଦିଷ୍ଟ ।ଏପରିକି ବହୁପ୍ରତିଖିତ ବିମଳାଗଡ-ତାଳଚେର ରେଳ ଲାଇନ ଘୋଷିତ ଅର୍ଥ ଅନୁଦାନ ମୁତାବକ କାମ ହେଲା ନାହିଁ ।ଯାହାବି କାମ ଆଗେଇଲ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାପରେ ତାଳଚେର ପଟୁ ଆଗେଇଲା ।ଏହି କାରଣରୁ ହିଁ ଜୁଏଲ ବଣେଇରେ ପଛରେ ରହିବେ ।

ଯଦି ଆମେ ୨୦୧୪ର ସ୍ଥିତିକୁ  ସମୀକ୍ଷା କରିବା ତାହେଲେ ଦେଖିବା କଂଗ୍ରେସର ବିପର୍ଯ୍ୟୟ ସମୟରେ ମଧ୍ୟ ହେମାନନ୍ଦ ୨୦୧୪ରେ 269335 ଭୋଟ ସହିତ ପ୍ରାୟ 27% ଭୋଟ ପାଇଥିଲେ , BJD 321679 ଭୋଟ ସହିତ ପ୍ରାୟ 32% ଭୋଟ ପାଇଥିଲା ଏବଂ BJP ମାତ୍ର 18000 ଭୋଟର ଅଗ୍ରଣୀ ସହିତ  340508 ଭୋଟ ସହିତ 34% ଭୋଟ ପାଇଥିଲେ ।ଏହି ଭୋଟ ହାର ଇଙ୍ଗିତକରେ ସୁନ୍ଦରଗଡରେ ହେମାନନ୍ଦଙ୍କ ନିଜସ୍ଵ ଭୋଟ ବ୍ୟାଙ୍କ ରହିଛି ଯାହା ହେମାନନ୍ଦ ଯୁଆଡେ ଚାହିଁବେ ସେଆଡେ ଯିବ,ସ୍ଵାଭାବିକ ଭାବରେ ଅନୁଷ୍ଠାନିକ ଭାବରେ ନହେଲେ ମଧ୍ୟ ପରୋକ୍ଷରେ ଏହି ଭୋଟକୁ ହେମାନନ୍ଦ ବିଶ୍ଵାଳ ଝିଅ ସୁନିତା ସପକ୍ଷରେ ନବାକୁ ଚେଷ୍ଟା କରିବେ ।ବୋଧହୁଏ ଏହାହିଁ ଥିଲା ନବୀନଙ୍କ ସୁନ୍ଦରଗଡ ଏବଂ ଜୁଏଲଙ୍କ ପାଇଁ ମାଷ୍ଟରଷ୍ଟ୍ରୋକ !!!!

ସବୁପ୍ରକାର ଆଶା ଏବଂ ଆଶଙ୍କା ଭିତରେ BJPର ସ୍ଥିତି ଗତକାଲିର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଆହୁରି ବିଗିଡି ଗଲା ।ଯେପରି ଜନସମୁଦ୍ର ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋରେ ଭାଗନେଲେ ତାହା ସ୍ପଷ୍ଟ ଚିତ୍ର ଦେଲା ସୁନ୍ଦରଗଡରେ ଏଥର BJDର ପଲ୍ଲା ଭାରି ଅଛି ।

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help