Home / Odisha / କେନ୍ଦ୍ରୀୟ ଗୁଇନ୍ଦା ରିପୋର୍ଟ ପରେ BJP ଶିବିରରେ ହାହାକାର !!!

କେନ୍ଦ୍ରୀୟ ଗୁଇନ୍ଦା ରିପୋର୍ଟ ପରେ BJP ଶିବିରରେ ହାହାକାର !!!

କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି ପ୍ରଥମ ପର୍ଯ୍ୟାୟରେ ହେଇଥିବା ପ୍ରାୟ ନବେଟି ଲୋକସଭା ଆସନ ନିର୍ବାଚନରେ BJP ଖୁବ ନୈରାଶ୍ୟଜନକ ପ୍ରଦର୍ଶନ କରିବ ।ଦଳ ଏହି ପର୍ଯ୍ୟାୟରେ ମାତ୍ର 10 ରୁ 11 ଟି ଆସନ ପାଇବ,ଏପରିକି BJPର ହେଭିୱେଟ ନେତା ନିତିନ ଗଡକରୀ ମଧ୍ୟ ହାରିଯିବାର ଆକଳନ କରାଯାଉଛି ।ଏହି ପର୍ଯ୍ୟାୟରେ ଓଡିଶାରେ ସମାପ୍ତ ହେଇଥିବା ଚାରୋଟି ଲୋକସଭା ଆସନ ମଧ୍ୟରୁ ଗୋଟିଏ ମଧ୍ୟ BJP ସପକ୍ଷରେ ଯାଉ ନ ଥିବା ଆକଳନ କରାଯାଉଛି ।ପ୍ରକାଶ ଥାଉକି ଓଡିଶା BJPର ରାଜ୍ୟ ସଭାପତି ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଲୋକସଭା ପାଇଁ ପ୍ରାର୍ଥୀ ଥିଲେ,ଏହି ଆସନଟି ହାରିଲେ ଦଳ ପାଇଁ ଏକ ଶକ୍ତ ଧକ୍କା ହେବ ।ଅବଶ୍ୟ ବିଗତ ପଞ୍ଚାଯତ ନିର୍ବାଚନ ସମୟରେ BJPର ରାଜ୍ୟ ସଭାପତି ଏବଂ ରାଜ୍ୟର ହେଭିୱେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଜିଲ୍ଲା ମାନଙ୍କରେ ନିର୍ବାଚନରେ ହାରିଥିଲେ ।

ଆଉ ଦୁଇ ଦିନ ପରେ ଓଡିଶାରେ ହବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ,ଏହି ପର୍ଯ୍ୟାୟରେ ଲୋକସଭା ପାଇଁ ପ୍ରାର୍ଥୀ ଅଛନ୍ତି BJPର ହେଭିୱେଟ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।ସୁନ୍ଦରଗଡରେ ଏଥର ତ୍ରିମୂଖୀ ଲଢାଇ ଚାଲିଥିଲା ବେଳେ ଦିଲ୍ଲୀପ ରାଏଙ୍କ ଅନୁପସ୍ଥିତିରେ BJP ଶକ୍ତିହୀନ ମନେ ହଉଛି ।ଆଶ୍ଚର୍ଯ୍ୟଜନକ ଭାବରେ ଜୁଏଲ ପାଞ୍ଚବର୍ଷ କ୍ଷମତାରେ ରହିଲା ପରେ ମଧ୍ୟ ନିଜର ଘରୋଇ ବିଧାନସଭା କ୍ଷେତ୍ର ବଣେଇରେ ନିଜର ଲୋକପ୍ରିୟତା ସୃଷ୍ଟି କରିପାରିନାହାନ୍ତି ।ଏଥର ମଧ୍ୟ ବଣେଇ ଜୁଏଲଙ୍କ ବିପକ୍ଷରେ ଯିବ ।ବଣେଇରେ ଲଢେଇ କମ୍ୟୁନିଷ୍ଟ-BJD ଏବଂ କଂଗ୍ରେସ ମଧ୍ୟରେ, BJP ଏଠି  ତୃତୀୟ ବା ଚତୁର୍ଥ ସ୍ଥାନରେ ରହିବାକୁ ଯାଉଛି । ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ଭୂୟାଁ , ଖ୍ରୀଷ୍ଟିୟାନ ଏବଂ  ମୁସଲମାନ  ସମ୍ପ୍ରଦାୟର ଏକ ନିର୍ନାୟକ ଭୋଟ ରହୁଥିବାରୁ ଖ୍ରୀଷ୍ଟିୟାନ  ଏବଂ ମୁସଲମାନ ଭୋଟ BJD-କଂଗ୍ରେସ  ମଧ୍ୟରେ ବିଭାଜିତ  ହେବ କିନ୍ତୁ  ଭୂୟାଁ ଭୋଟ  ଏକତରଫା ଭାବରେ BJD ଆଡକୁ   ଯାଉଛି ।

ଯେଉଁ କିଛି ଆଶା କରାଯାଉଥିଲା ସହରାଞ୍ଚଳର ମୋଦୀ ଅନୁଗତ BJPକୁ ଭୋଟ ଦେବେ,ନବୀନଙ୍କ ବିଗତ ସପ୍ତାହର ରୋଡ ସୋ ଏବଂ ଆଜିର ରୋଡ ସୋ ରାଉରକେଲା ଏବଂ ରଘୁନାଥପାଲିର ଭୋଟର ମାନଙ୍କୁ ପ୍ରଭାବିତ କରିବା ନିଶ୍ଚିତ ।ତେଣୁ ଦୁଇ ସପ୍ତାହ ତଳେ ଓଡିଶାର ଯେଉଁ ଅଞ୍ଚଳ ଗୁଡିକରେ BJPର ସାମାନ୍ୟ ସମ୍ଭାବନା ଥିଲା ନବୀନଙ୍କ ରୋଡ ସୋ ପରେ ଅବସ୍ଥା ପୁରା ବଦଳି ଯାଉଥିବାର ଅନୁମାନ କରାଯାଉଛି ।ଦକ୍ଷିଣ ଓଡିଶାରେ ଯାହା 11 ତାରିଖ ଭୋଟରେ ଘଟିଲା ୧୮ ତାରିଖ ଦିନ ଏହାର ପୁନରାବୃତ୍ତି ଘଟିବାକୁ ଯାଉଛି ବୋଲି ସମୀକ୍ଷକ ମାନେ ସ୍ପଷ୍ଟ ମତ ରଖୁଛନ୍ତି ।

ଆଉ ଏକ ବଡ ଗଣିତ BJDକୁ ଏଥର ମଧ୍ୟ ସହାୟକ ହେଉଛି ବୋଲି ସୂଚନା ସ୍ପଷ୍ଟ ହେଇଗଲାଣି ।ମହିଳା ଭୋଟକୁ ଅନେକ ଚେଷ୍ଟା କରି ମଧ୍ୟ ନା କଂଗ୍ରେସ ନା BJP ଓଡିଶାରେ ଦଖଲ କରି ପାରିଲେ ।ଗତାନୁଗତିକ ଭାବରେ ରାଜ୍ୟର ମହିଳା ଭୋଟ BJD ସପକ୍ଷରେ ଯାଉଥିବାର ଆଭାସ ମିଳିଲାଣି ।

ଓଡିଶାରେ ଏଥର BJP ଆଶାତୀତ ସଫଳତା ପାଇବ ବୋଲି ଦାବୀ କରୁଥିବା ବେଳେ ଅତିକମରେ ଦ୍ଵିତୀୟ ପର୍ଯ୍ୟାୟରେ ଥିବା ଆସନ ଗୁଡିକରେ ଏହି ସମ୍ଭାବନା କ୍ଷୀଣ ବୋଲି ଅନୁମାନ କରାଯାଉଛି ।

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help