Home / Odisha / ବରଗଡରେ BJP ବିଭାଜିତ ଏବଂ RSS ନିଖୋଜ !!!!

ବରଗଡରେ BJP ବିଭାଜିତ ଏବଂ RSS ନିଖୋଜ !!!!

ନିର୍ବାଚନ ଯେତେବେଳେ ଘୋଷଣା ହେଲା  ଓଡିଶାରେ BJPର ଏକ ସ୍ପଷ୍ଟ ଆସନ ଥିଲା ବରଗଡ ଲୋକସଭା ।ପାଞ୍ଚବର୍ଷ ସଂଗଠନକୁ ଅତି ସଫଳତାର ସହିତ ସମ୍ଭାଳି ଥିଲେ ସୁବାସ ଚୌହାନ । ଭୟରେ BJD ଦଳର ଶ୍ରେଷ୍ଟ ଯୋଦ୍ଧା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଲୋକସଭା ପ୍ରାର୍ଥୀ କଲା ଏବଂ ଖୋଦ ମୁଖ୍ୟମନ୍ତ୍ରୀ ବରଗଡ ଲୋକ ସଭାରୁ ବିଧାନସଭା ପ୍ରାର୍ଥୀ ହେଲେ । ତଥାପି BJPର ସ୍ଥିତି ଉତ୍ତମ ଥିଲା ।ଲଢାଇ ଜୋରଦାର ହେଇଥାନ୍ତା,କିନ୍ତୁ BJP ବା ଧର୍ମେନ୍ଦ୍ର ପ୍ରଧାନଙ୍କ ଆତ୍ମଘାତି ଗୋଲ BJPର ସମ୍ଭାବନାକୁ ବରଗଡରେ ନଷ୍ଟ କରିଦେଲା,ସବୁଠାରୁ ସ୍ପଷ୍ଟ ବିଜୟ ସମ୍ଭାବନା ଥିବା ଆସନ BJP ପାଇଁ ସ୍ପଷ୍ଟ ପରାଜୟ ଆସନରେ ବଦଳି ଗଲା ।

ଜିଲ୍ଲା ବିଭାଜନ ହେବାଦିନ ଠାରୁ ବରଗଡ ଏବଂ ସମ୍ବଲପୁର ମଧ୍ୟରେ ଗୋଟିଏ ସାମାଜିକ ବିରୋଧଭାସ ରହିଛି,ବରଗଡ ଉପରେ ସମ୍ବଲପୁରର ପ୍ରଭାବକୁ ବରଗଡ ବାସୀ ବିରୋଧ କରନ୍ତି ।ଏପରି ଏକ ସଂବେଦନଶୀଳ ସ୍ଥିତିରେ BJP ପରି ଏକ ପ୍ରଭାବଶାଳି ଦଳ ବରଗଡର ଜଣେ ହେଭିୱେଟ ନେତାଙ୍କୁ ପଛରୁ ଛୁରା ମାରି ବରଗଡ ଲୋକଙ୍କ ମତାମତ ନ ନେଇ ଭୁବନେଶ୍ବରର BJP ଅଫିସରେ ଯେତେବେଳେ ବରଗଡ ଉପରେ ସମ୍ବଲପୁରର ଜଣେ ନେତାଙ୍କୁ ଥୋପି ଦିଆଗଲା ସେତେବେଳେ ବରଗଡର ସାଧାରଣ ଜନତା ଏବଂ BJP କର୍ମକର୍ତା ଏହାକୁ ନାପସନ୍ଦ କଲେ ଏବଂ BJP ଉପରୁ ନିଜର ଆସ୍ଥା ହରେଇଲେ ।ଆସନ୍ତା କାଲି ନିର୍ବାଚନ,ହେଲେ ବରଗଡରେ BJP ସମ୍ପୂର୍ଣ ବିଭାଜିତ ।ସ୍ଥାନୀୟ ନେତା ମାନଙ୍କ କୌଣସି ସହଯୋଗ ମିଳୁ ନାହିଁ ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ । ଯେଉଁ ମାନେ ବିଧାୟକ ପ୍ରାର୍ଥୀ ହେଇଛନ୍ତି ସେମାନେ ଯେତେବେଳେ ଜନତାଙ୍କ ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି ସେମାନେ ବାଧ୍ୟ ହେଇ କହୁଛନ୍ତି ବିଧାନସଭା ପାଇଁ ଆମକୁ ଭୋଟ ଦିଅ ଏବଂ ଲୋକସଭା ନିଜର ଇଚ୍ଛା ଅନୁସାରେ ଭୋଟ ଦିଅ ।କିନ୍ତୁ ସାରା ଓଡିଶାରେ ଯେଉଁ ନୂଆଁ ଟ୍ରେଣ୍ଡ ଦେଖା ଦେଇଛି,କିଛି ଲୋକ ବିଧାନସଭା ପାଇଁ BJD ଏବଂ ଲୋକସଭା ପାଇଁ BJPକୁ ଭୋଟ ଦବାକୁ ଇଚ୍ଛା କରୁଛନ୍ତି ସେଥିରୁ ବରଗଡ ବଞ୍ଚିତ ହେବାକୁ ଯାଉଛି ।

ସବୁଠାରୁ ଗୁରୁତ୍ଵପୂର୍ଣ କଥା ହେଲା ବରଗଡରେ BJPର ସଂଗଠନ ଏବେ ବିଦ୍ରୋହ କରି ପ୍ରଚାରରୁ ଦୂରେଇ ଯାଇଛି,ଏଠାକାର RSS କର୍ମୀ ମାନେ ଯେଉଁ ମାନେ ମୋର୍ଚା ସମ୍ଭାଳନ୍ତି ସେମାନେ ଆରମ୍ଭରୁ ନିଖୋଜ ଅଛନ୍ତି,ଏହି କାରଣରୁ ସୁରେଶ ପୁଝାରି ପ୍ରଚାର ଦୌଡରେ ମଧ୍ୟ ନାହାନ୍ତି । କୁହାଯାଉଛି ସୁରେଶ ପୁଝାରି ମଧ୍ୟ ନିଜେ ଅନୁଭବ କରିଛନ୍ତି ଯେ ତାଙ୍କର ଆସନ ବଦଳେଇବା ପଛରେ BJPର କୁଚକ୍ରୀ ଗୋଷ୍ଠୀର ଷଡଯନ୍ତ୍ର ରହିଛି,ତାଙ୍କର ଲମ୍ବା ପରାଜୟ ଇତିହାସରେ ଆଉ ଗୋଟିଏ ଫର୍ଦ ଯୋଡି ହେଇଗଲେ ତାଙ୍କ ରାଜନୈତିକ କ୍ୟାରିଅର ଖତମ ହେଇଯିବ ବୋଲି ଗୋଟିଏ ସୁଚିନ୍ତିତ ଯୋଜନା କରାଯାଇଛି ।କେବଳ ଏହି କାରଣରୁ ଦେବଗଡର ବିଧାୟକ ନୀତିଶ ଗଙ୍ଗଦେବ ବାରମ୍ବାର ବିଧାୟକ ଟିକଟ ପାଇଁ ଅନୁରୋଧ କଲେ ମଧ୍ୟ ତାଙ୍କୁ ଲୋକସଭା ଟିକଟ ପାଇଁ ବାଧ୍ୟ କରାଗଲା ।ଏପରିକି ଲୋକସଭା ଟିକଟ ନ ନେଲେ ତାଙ୍କୁ ଦଳ ଛାଡିବାକୁ ବାଧ୍ୟ କରାଗଲା ।

BJP ପାଇଁ ଆଉ ଏକ ଅଡୁଆ ହେଉଛି ଦଳର ପ୍ରମୁଖ ଭୋଟ ବ୍ୟାଙ୍କ ମାରୁଆଡି ଏବଂ ବ୍ୟବସାୟୀ ଗୋଷ୍ଠୀ ଏବେ ସୁରେଶଙ୍କୁ ଖୋଲା ବିରୋଧ କରୁଛି,କାରଣ ସୁରେଶ ପୁଝାରିଙ୍କ 1980 ମସିହାର ମାରୁଆଡି ବିରୋଧୀ ଆନ୍ଦୋଳନ ।ବରଗଡ ଲୋକସଭାର ଝାରସୁଗୁଡା,ବରଗଡ ଇତ୍ୟାଦି କ୍ଷେତ୍ର ଗୁଡିକରେ ଅଣ ଓଡିଆ ଏବଂ ବିଶେଷ କରି ମାରୁଆଡି ସମ୍ପ୍ରଦାୟ ବିଶେଷ ପ୍ରଭାବ ରହିଥିଲା ବେଳେ ସେମାନେ ଖୋଲାଖୋଲି ଭାବରେ ସୁରେଶଙ୍କୁ ବିରୋଧ କରୁଛନ୍ତି ।ଗତ କାଲି ଠାରୁ ସୁବାସ ଚୌହାନଙ୍କ ଏକ ଭିଡ଼ିଓ ବରଗଡରେ ଭାଇରାଲ ହେଇ ଆଲୋଡନ ସୃଷ୍ଟି କରିଛି ଏବଂ ଆଶା କରାଯାଉଛି ଏହା BJPକୁ ଖୁବ କ୍ଷ୍ୟତିଗ୍ରସ୍ତ କରିବ ।

 

ଏପରି ସ୍ଥିତିରେ BJP ଲୋକସଭାତ ଦୂରର କଥା ନିଜର ଦୁଇଟି ବିଧାନସଭା କ୍ଷେତ୍ର ପଦ୍ମପୁର ଏବଂ ବ୍ରଜରାଜନଗରକୁ ପୁଣିଥରେ ନିଜ କବଜାରେ ରଖିପାରିବ କି ହାତରୁ ଯିବ ଏହା ସମୀକ୍ଷାଯୋଗ୍ୟ ।

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help