Home / Odisha / ବିକାଶର ଡବଲ ଇଞ୍ଜିନ କଣ ପାଇଁ ପ୍ରଥମେ ଲାଇନଚ୍ୟୁତ ହେଲା ତିନି BJP ଶାସିତ ରାଜ୍ୟରେ ??

ବିକାଶର ଡବଲ ଇଞ୍ଜିନ କଣ ପାଇଁ ପ୍ରଥମେ ଲାଇନଚ୍ୟୁତ ହେଲା ତିନି BJP ଶାସିତ ରାଜ୍ୟରେ ??

ମୋଦୀ ଓଡିଶାର ବିକାଶ ପାଇଁ ଡବଲ ଇଞ୍ଜିନ ଦାବୀ କରୁଛନ୍ତି,ଅର୍ଥାତ କେନ୍ଦ୍ର ଏବଂ ରାଜ୍ୟରେ BJP ସରକାର ।ମୋଦୀ ଜଣେ ଭଲ ମାର୍କେଟିଅର ବୋଲି ବିଶାରଦ ମାନେ କୁହନ୍ତି । ତେବେ ଗଣତନ୍ତ୍ରରେ ସର୍ବଦା ରାଜ୍ୟ ଏବଂ କେନ୍ଦ୍ରରେ ଗୋଟିଏ ସରକାର ରହିବ ବୋଲି ଚିନ୍ତା କରିବା ଅଜତାର୍ଥ ।ଯଦି ସତରେ ବିକାଶ ପାଇଁ ଡବଲ ଇଞ୍ଜିନ ଦରକାର,ଏବଂ ମୋଦୀଙ୍କ ଦାବୀ ଅନୁସାରେ ଡବଲ ଇଞ୍ଜିନରେ ବିକାଶ ହୁଏ ତାହେଲେ  ବିକାଶର ଡବଲ ଇଞ୍ଜିନ କଣ ପାଇଁ ପ୍ରଥମେ ଲାଇନଚ୍ୟୁତ ହେଲା ତିନି BJP ଶାସିତ ରାଜ୍ୟରେ ?? ଆଜି ମୋଦୀଙ୍କ BJP ଉତ୍ତରପ୍ରଦେଶରେ ମଧ୍ୟ ପରାଜିତ ହବାକୁ  ଯାଉଛି,ଗୋଟିଏ ବର୍ଷ ତଳେ ତାଙ୍କ  ନିଜ    ରାଜ୍ୟ  ଗୁଜୁରାଟରେ  ବିପର୍ଯ୍ୟୟରୁ  ଅଳ୍ପକେ   ବଞ୍ଚିଯାଇ  ଥିଲା BJP  ସରକାର ।

ତେଣୁ ମୋଦୀଙ୍କ ଡବଲ ଇଞ୍ଜିନ ଏକ ଧୂଆଁବାଣ ।କ୍ଷମତାରେ ଥିବା ପ୍ରତ୍ୟେକ ରାଜ୍ୟରେ BJP ସରକାର ଗୁଡିକ କେନ୍ଦ୍ରର ମୋଦୀ ସରକାର ପରି କେବଳ ପ୍ରଚାର କୈନ୍ଦ୍ରିକ ହେଇଯାଇଛନ୍ତି ।ମୋଦୀଙ୍କ ଯେତିକି ପ୍ରଚାର ଉପଯୋଗୀ ପ୍ରକଳ୍ପ ଯଥା ସର୍ଜିକାଲ-ସ୍ଟ୍ରାଇକ,ସ୍ମାର୍ଟ ସିଟି,ସ୍ଵଛଭାରତ,ବିମୁଦ୍ରାକରଣ,ଉଜ୍ଜ୍ଵଳା ଯୋଜନା,ଏଗୁଡିକ ଗୋଟିଏବି ବିକାଶ ସମ୍ବନ୍ଧିତ ପ୍ରକଳ୍ପ ନୁହେଁ ।

ବିକାଶର ଗୋଲାପୀଚିତ୍ର ଦେଇ ମୋଦୀ କେମିତି ଦେଶକୁ ହରିଲୁଟ କରୁଛନ୍ତି ତାହାର ଏକ ନମୁନା ଆମେ ନିକଟରେ ପଶ୍ଚିମ ଓଡିଶାରେ ଦେଖିଲୁ ।ଆମେ ନିର୍ବାଚନ ଖବର ପାଇଁ ଯାଇଥିଲୁ ସୁନ୍ଦରଗଡ,ଫେରିଲୁ ଓଡିଶା ସରକାରଙ୍କ ବିଜୁ-ଏକ୍ସପ୍ରେସ ୱେରେ ଚାରିଥାକିୟା(Four Lane)ର ଏହି ରାସ୍ତା ପାଇଁ ଆମେ ଝାରସୁଗୁଡାରେ toll ଫି ଦେଲୁ ପ୍ରାୟ ପଚାଶ ଟଙ୍କା,କିଛି ବାଟ ଗଲା ପରେ ଭାରତ ସରକାରଙ୍କ ଜାତୀୟରାଜପଥ ଆସିଲା,ବରଗଡ ନିକଟରେ ଆମେ ଟୋଲ-ଫି ଦେଲୁ ୧୨୫ ଟଙ୍କା !!!!ଏହା ହେଉଛି ମୋଦୀ ସରକାର ଏବଂ ନବୀନ ସରକାରର ବିକାଶ ନୀତି ମଧ୍ୟରେ ତଫାତ ।ଅନେକ ଲୋକ ବା ସମୀକ୍ଷକ ବାରମ୍ବାର ପଚାରନ୍ତି ନବୀନଙ୍କ ବାରମ୍ବାର ସଫଳତା ପଛର ରହସ୍ୟ କଣ ?ଏହାହିଁ ରହସ୍ୟ ।ନବୀନଙ୍କ ବିକାଶ ଚେଷ୍ଟା ପଛରେ ଆନ୍ତରିକତା ଅଛି ହେଲେ ମୋଦୀଙ୍କ ବିକାଶ ପରିକଳ୍ପନା ପଛରେ ଅନେକ ନ୍ୟସ୍ତସ୍ଵାର୍ଥ ରହିଛି ।କେବଳ ଟୋଲ-ଫି ନୁହେଁ,ବିଗତ ପାଞ୍ଚ ବର୍ଷର ପେଟ୍ରୋଲ ଦର,ଗ୍ୟାସ ଦର ରେଲଭଡା ଏସବୁକୁ ବିଚାର କଲେ ବୁଝା ଯାଏ ବିକାଶର ପ୍ରାଥମିକତା କଣ ସେକଥା ମଧ୍ୟ ମୋଦୀ ବୁଝି ନାହାନ୍ତି ।

ଯଦି ଦେଶର ନିର୍ବାଚନୀ ଚାନ୍ଦାର ସଠିକ ପର୍ଦାଫାସ ହୁଏ ମୋର ସ୍ପଷ୍ଟ ଅନୁମାନ ଦେଶର ନିର୍ମାଣଶିଳ୍ପ ସହିତ ସମ୍ପୃକ୍ତ କମ୍ପାନୀ ମାନେ ନିଶ୍ଚୟ ପ୍ରକାଶ୍ୟରେ ଏବଂ ଗୋପନ ଭାବରେ ସର୍ବାଧିକ ଚାନ୍ଦା ମୋଦୀ ସରକାରକୁ ଦେଉଥିବେ ।ଯେଉଁ ଗାଁରେ ପାନୀୟ ଜଳ ନାହିଁ ସେହି ଗାଁ’ରେ ପାଇଖାନା କରିବାର ପ୍ରାଥମିକତା ମୋଦୀଙ୍କୁ ଏଥିପାଇଁ ଜରୁରୀ କାରଣ ଯେତିକି ପାଇଖାନା ହେବ ସେତିକି ଘରେ ମୋଦୀଙ୍କ ଫଟୋ ଲାଗିବ ।BJPର ଚାଟୁକାର ମନ୍ତ୍ରୀମାନେ ଏବେ କହିବା ଶୁଣିବାକୁ ମିଳୁଛି ମୋଦୀ ଦେଲେ-ମୋଦୀ କଲେ ।ଅର୍ଥାତ ଭାରତ ସରକାରଙ୍କ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଲୋକଙ୍କୁ ଯାହା ମିଳୁଛି ତାହା ମୋଦୀ ତାଙ୍କ ଧନରୁ ଦଉଛନ୍ତି ଏବଂ ସୀମାନ୍ତରେ ସର୍ଜିକାଳ ସ୍ଟ୍ରାଇକ ହେଲେ ତାହା ମୋଦୀ କରୁଛନ୍ତି ।

ହେଲେ ଗୁଇନ୍ଦା ବିଭାଗର ବିଫଳତା ପାଇଁ ବିସ୍ଫୋରଣ ବୋଝେଇ ଗାଡି ଆମ ସୈନିକ ମାନଙ୍କୁ ହତ୍ୟା କଲା ଅଥଚ ଏହା ମୋଦୀଙ୍କ ବିଫଳତା ନୁହେଁ 1!!! କି ଚମତ୍କାର ଚାଟୁକାରିତାରେ ଆମ ଦେଶ ଏବେ ଚାଲିଛି ।ଏପରିକି ପୁଲବାମା ବିଫଳତା ପାଇଁ ମୋଦୀ ଭୋଟ ମାଗୁଛନ୍ତି । ଜନ ଆକ୍ରୋଶକୁ ମୋଦୀ ପ୍ରଚାର ମାଧ୍ୟମରେ ଦମନ କରିବାକୁ ଚାହୁଁଛନ୍ତି ।ମୋଦୀ ଚାହିଁଥିଲେ ଭାରତର କୃଷି ଏବଂ ଗ୍ରାମୀଣ ଦୁର୍ଗତିକୁ ସଜାଡିବା ପାଇଁ କାମ କରିପାରିଥାନ୍ତେ,କିନ୍ତୁ ସକାରାତ୍ମକ ଯୋଜନା ପରିବର୍ତେ ଗୁଡାଏ ନକରାତ୍ମକ କାର୍ଯ୍ୟକ୍ରମରେ ତାଙ୍କର ବିଶାଳ ବହୁମତର ସରକାରର ପାଞ୍ଚବର୍ଷ ସେ ନଷ୍ଟ କରିଦେଲେ ଏବଂ ସହରାଞ୍ଚଳରେ ଯାହା ସର୍ବାଧିକ ପ୍ରଚାର ହେଇପାରିବ ସେହିପରି ଯୋଜନାରେ ସର୍ବାଧିକ ସରକାରୀ ସମ୍ବଳ ନଷ୍ଟ କଲେ ।ମୋଦୀ ସରକାରଙ୍କ ପାଇଁ ବିକାଶ ଏକ ପ୍ରଚାରସର୍ବସ୍ଵ ଶବ୍ଦ ହେଇଯାଇଛି ।ଏଇଥିପାଇଁ ଦଳ ମଧ୍ୟପ୍ରଦେଶ,ଛତିଶଗଡ ଏବଂ ରାଜସ୍ଥାନରେ ହାରିଲା ।ଦେଖିବାକୁ ଗଲେ ମୋଦୀ ତାଙ୍କର 2014 ନିର୍ବାଚନର କୌଣସି ପ୍ରତିଶ୍ରୁତି ପାଳନ କରିନାହାନ୍ତି,ତେଣୁ ଲୋକଙ୍କ ଲକ୍ଷଭ୍ରଷ୍ଟ କରିବା ପାଇଁ ମୋଦୀ ଏବେ ଦେଶର ଜନମତକୁ ପାକିସ୍ଥାନ କୈନ୍ଦ୍ରିକ କରିଛନ୍ତି ।ଏହା ପ୍ରମାଣ କରୁଛି ଯେ ମୋଦୀଙ୍କ ବିକାଶ ଏକ ନାରା ଏବଂ ଏବେ ଏହା ବାସ୍ତବରେ ପଥଭ୍ରଷ୍ଟ,ତେଣୁ ଓଡିଶାରେ ବିକାଶ ନାଁରେ ଭୋଟ ମାଗିବା ଏକ ପ୍ରହସନ ପରି ମନେ ହୁଏ ।

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help