Home / Odisha / ଓଡିଶା ବାସୀ ଏକ ଭୁଲ ରାଜନୈତିକ ନିଷ୍ପତ୍ତି ନବାକୁ ଯାଉଛନ୍ତି କି ??

ଓଡିଶା ବାସୀ ଏକ ଭୁଲ ରାଜନୈତିକ ନିଷ୍ପତ୍ତି ନବାକୁ ଯାଉଛନ୍ତି କି ??

କିମ୍ବଦନ୍ତୀ ରହିଛି ମହାଭାରତ ଯୁଦ୍ଧରେ ସେତେବେଳର ଓଡିଶା ଭୂଖଣ୍ଡ କୌରବ ପକ୍ଷ ଧରି ଥିଲା । ବୋଧ ହୁଏ ଓଡିଶା ବାସୀଙ୍କ ସେଇ ପୁରୁଣା ଅଭ୍ୟାସ ବଳବତ୍ତର ରହିଛି । ବିଗତ ତିନି ଦଶନ୍ଧିର ରାଜନୈତିକ ଜନାଦେଶକୁ ଅନୁଧ୍ୟାନ କଲେ ବୁଝାପଡେ ଓଡିଶା ବାସୀଙ୍କ ଭୁଲ ନିଷ୍ପତ୍ତି ରାଜ୍ୟର ବିକାଶରେ ବାଧକ ସାଜିଛି ।୧୯୯୬ରେ ଯେତେବେଳେ ବିଜୁ ପଟ୍ଟନାୟକ ଜାତୀୟ ସ୍ତରରେ ଏକ ନିର୍ନାୟକ ନେତୃତ୍ଵ ନେଉଥିଲେ ଏବଂ ସେତେବେଳେ ତାଙ୍କର ପ୍ରଧାନମନ୍ତ୍ରୀ ହବାର ସୁଯୋଗ ଆସିଲା ସେତେବେଳେ ଓଡିଶାର ଜନମତ ତାଙ୍କୁ ସେଇ ସୁଯୋଗରୁ ବଞ୍ଚିତ କଲା ।1996 ନିର୍ବାଚନରେ ଓଡିଶା ଯଦି ପୂର୍ଣ ମାତ୍ରାରେ ବିଜୁଙ୍କୁ ଜିତେଇ ଥାନ୍ତା ତାହେଲେ ଦେବଗୌଡାଙ୍କ ବଦଳରେ ବିଜୁ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ହେଇଥାନ୍ତେ ।

2014ରେ ଓଡିଶା ମୋଦୀଙ୍କୁ ଭୋଟ ଦେଇଥିଲେ ହୁଏତ ଏହାକୁ ଏକ ବିଜ୍ଞ ବିଚାର ବୋଲି କୁହାଯାଇଥାନ୍ତା ।କିନ୍ତୁ ୨୦୧୯ରେ ଯେତେବେଳେ ସମଗ୍ର ଭାରତ ବର୍ଷରେ ମୋଦୀଙ୍କ ଡଙ୍ଗା ବୁଡିବା ଆକଳନ କରାଯାଉଛି ସେତେବେଳେ ଓଡିଶାରେ ଏକ ଗୁଜବ ଉଠିଛି ଯେ ଓଡିଶାବାସୀ ବିଧାନସଭା ପାଇଁ ନବୀନଙ୍କୁ ଏବଂ ଲୋକସଭା ପାଇଁ ମୋଦୀଙ୍କୁ ଭୋଟ ଦବା ପାଇଁ ମନ ବଳାଉଛନ୍ତି ।ବାସ୍ତବରେ ସତପ୍ରତିଶତ ଜନତା ଏପରି ବିଭାଜିତ ମତ ଦେବା ଏକ ଅସମ୍ଭବ ପରିକଳ୍ପନା ତେବେ ଗଣତନ୍ତ୍ରରେ ଏହି ବିଚାରଟି ଅବାସ୍ତବ ନୁହେଁ ।ହୁଏତ କିଛି ଲୋକ ଏମିତି ମତ ଦାନ କରିପାରନ୍ତି ।କିନ୍ତୁ ପ୍ରଶ୍ନ ଉଠୁଛି ଏମିତି ମତଦାନରେ ଓଡିଶାର ଲାଭ ହେବ ନା କ୍ଷତି ???

ଜାତୀୟ ସ୍ଥିତି ଯାହା ଦେଶରେ ଆଗାମୀ ସରକାର ଏବଂ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଆଞ୍ଚଳିକ ଦଳ ମାନଙ୍କର ଏକ ନିର୍ନାୟକ ଭୂମିକା ରହିବ ।ଶାରାଦେଶ ଆଶା ରଖିଛି ନବୀନ ପଟ୍ଟନାୟକ ଏବଂ BJD ଆଞ୍ଚଳିକ ଦଳ ମାନଙ୍କ ଭୂମିକା ପ୍ରସଙ୍ଗରେ ସର୍ବାଗ୍ରେ ରହିବ ଏବଂ ଏହା ଓଡିଶାର କେନ୍ଦ୍ର ସହିତ ମୂଲ-ଚାଲ କ୍ଷମତାକୁ ବୃଦ୍ଧି କରିବ ।ରାଜ୍ୟରେ କ୍ଷମତାକୁ ଆସିଲେ ମଧ୍ୟ ଯଦି BJD ତା’ର ଲୋକସଭା ଆସନ ହରାଏ ତାହେଲେ ଓଡିଶାର ବହୁତ ବଡ ରାଜନୈତିକ କ୍ଷତି ହେବ ଯାହା କେବେ ଭରଣା କରି ହେବ ନାହିଁ ।

ଯଦି ରାଜ୍ୟର ଆଞ୍ଚଳିକ ଦଳକୁ ରାଜ୍ୟବାସୀ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି ତାହେଲେ ବିଧାନସଭା ପରି ଏହି ଦଳକୁ ଲୋକସଭାରେ ମଧ୍ୟ ଶକ୍ତିଶାଳୀ କରାଯିବା ଉଚିତ ।କେନ୍ଦ୍ରରେ ଦୁର୍ବଳ ପ୍ରତିନିଧିତ୍ଵ ଥିବା କୌଣସି ଆଞ୍ଚଳିକ ଦଳ ରାଜ୍ୟରେ ବିନା ବାଧାରେ ଶାସନ କରିବା ମୁସ୍କିଲ ।ଆଜି କର୍ଣାଟକ ସରକାରକୁ ଭାଙ୍ଗିବା ପାଇଁ ବିଗତ ଛ’ ମାସ ହେଲାଣି ଯେମିତି ଷଡଯନ୍ତ୍ର ଚାଲିଛି,ଆଗକୁ ଜଦିବା ଓଡିଶାରେ BJD ସରକାର ଆସେ ତାହେଲେ ସମାନ ପ୍ରକାରର ଷଡଯନ୍ତ୍ର ଓଡିଶାରେ ଦାନା ବାନ୍ଧି ପାରେ । ତେଣୁ ଯଦି ଓଡିଶା ବାସୀ ଏକ ଆଞ୍ଚଳିକ ଦଳକୁ ରାଜ୍ୟ ପାଇଁ ନିର୍ବାଚିତ କରୁଛତି ତାହେଲେ ସମପରିମାଣ ସମର୍ଥନ ଏହି ଦଳକୁ ଲୋକସଭା ପାଇଁ ମଧ୍ୟ ଦିଆଯିବା ଉଚିତ ।ନୋଚେତ ଓଡିଶା ଅନେକ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇ ଅରାଜକତା ଆଡକୁ ଚାଲିଯିବ ।

ଓଡିଶାରେ କେନ୍ଦ୍ରାପଡା,ବାଲେଶ୍ଵର ଏବଂ ଭୁବନେଶ୍ବର ଆସନରେ ମୁଖ୍ୟତଃ ଏହି ଗୁଜବ ଦାନା ବାନ୍ଧିଛି ।ତେବେ ଏହି ତିନି ଆସନରେ BJPର ପ୍ରାର୍ଥୀ ଦ୍ଵୟଙ୍କ ବ୍ୟକ୍ତିତ୍ଵ ମଧ୍ୟ ଗୁରୁତ୍ଵପୂର୍ଣ ଭୂମିକା ନେଇପାରେ ,କିନ୍ତୁ ତୃଣମୂଳ ସ୍ତରରେ ଦେଖିବାକୁ ଗଲେ ଏହି ଲୋକସଭା କ୍ଷେତ୍ର ଗୁଡିକରେ BJDର ବିଧାୟକ ପ୍ରାର୍ଥୀ ମାନେ ପ୍ରଭାବଶାଳି ରହିଛନ୍ତି,ତେଣୁ ଲୋକସଭା ପ୍ରାର୍ଥୀ ଏଠି ମୋଦୀ ଲହରରେ ଜିତିବା ଆଶା ରଖିଛନ୍ତି ।

ସମ୍ବଲପୁର ଲୋକସଭା କ୍ଷେତ୍ର ମୋଦୀ ହାୱା ପାଇଁ ନୁହଁ ବରଂ  BJDର ଭୁଲ ପ୍ରାର୍ଥୀ ଚୟନ ପାଇଁ BJP ସପକ୍ଷରେ ଯାଇପାରେ,ଏପରି ହେଲେ ଏଠାରେ ତିନୋଟି ବିଧାନସଭା କ୍ଷେତ୍ର ମଧ୍ୟ BJP କବଜାକୁ ଯିବ ।ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାଶଙ୍କ ଆକଳନ ଅନୁସାରେ BJPର ସାଂସଦ ପ୍ରାର୍ଥୀ ଏଠାରେ ସାତରୁ ଛ’ ଟି ବିଧାନସଭା କ୍ଷେତ୍ରରେ ଆଗୁଆ ରହିବ । ଓଡିଶାରେ ଏହି ଚାରୋଟି ଲୋକସଭା କ୍ଷେତ୍ରକୁ ବାଦଦେଲେ ଯଦି BJP ରାଜ୍ୟରେ ଅଧିକ ଲୋକସଭା ଆସନ ପାଏ ଏବଂ ଓଡିଶାରେ BJD ସରକାର ଗଠିତ ହୁଏ ତାହେଲେ ଏହି ଜନାଦେଶ ଓଡିଶା ବାସୀଙ୍କ ରାଜନୈତିକ ଅପରିପକ୍ଵତା ବୋଲି ଧରିନିଆଯିବ ଯାହା  ସୁଶାସନଏବଂ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଆଗାମୀ ପାଞ୍ଚବର୍ଷ ପାଇଁ ପ୍ରଭାବିତ କରିବ,ଏପରିକି ଦିଲ୍ଲୀରୁ ରାଜନୈତିକ ଷଡଯନ୍ତ୍ରର ଶୀକାର ହୋଇ ଓଡିଶା ମଧ୍ୟବର୍ତିକାଳୀନ ନିର୍ବାଚନ ଆଡକୁ ମଧ୍ୟ ଯାଇପାରେ ।

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help