Home / National / ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ କକ୍ଷରେ କମ୍ପାନୀର ବିଶ୍ବାସନୀୟତାର ପ୍ରମାଣ ସ୍ୱରୂପ ISO-ISI ଇତ୍ୟାଦିର ପ୍ରମାଣପତ୍ର ସବୁ କାନ୍ଥରେ ଟଙ୍ଗା ହେଇଥାଏ ।ବିଗତ ପାଞ୍ଚବର୍ଷ ଧରି BJPର ବିଶ୍ଵସନୀୟତାର ISO ଏବଂ ISI  ପ୍ରମାଣପତ୍ର ହେଉଛି ମୋଦୀ ପରିବାରର ଗରିବୀ ।ମୋଦୀ ତାଙ୍କ ପରିବାରକୁ ଗରିବ କରି ରଖିଛନ୍ତି କାରଣ ସମବେଦନା ସାଉଁଟିବା ପାଇଁ ସେମାନଙ୍କୁ ନମୁନା ଭାବରେ ବ୍ୟବହାର କରାଯାଇପାରିବ ।

ବୁଝାପଡେ ନାହିଁଏହା ମୋଦୀଙ୍କ ନକରାତ୍ମକ ଚରିତ୍ର ନା ସକାରାତ୍ମକ ଚରିତ୍ର ? ମୋଦୀଙ୍କ ପରିବାର ଗରିବ !!! ଏହି ପଦେ କଥା ଶୁଣି ଆମେ ଦେଶବାସୀ ମଧ୍ୟ କେତେ ଆତ୍ମତୃପ୍ତି ପାଉଛୁ !!!!! କାଲି ଏକ whatsapp ଭିଡିଓ ଆସିଲା,ଭିଡିଓର ସାରାଂଶ ଥିଲା ମୋଦୀଙ୍କ ମାଁ 8×6 ର ଏକ ଘରେ ରୁହନ୍ତି ତାଙ୍କ ଭାଇ କିରଣା ଦୁକାନ ଚଲାନ୍ତି,କେହି ଜଣେ ପେଟ୍ରୋଲ ପମ୍ପରେ ତେଲ ଭରନ୍ତି ଏବଂ ଜଣେ ଭାଇ ଗୁଡି ତିଆରି କରନ୍ତି,ଅର୍ଥାତ ସେମାନେ କେତେ ଗରିବ !! ତେଣୁ ମୋଦୀଙ୍କୁ ଭୋଟ ଦିଅନ୍ତୁ ।ମୋଦୀଙ୍କ ମୁଦ୍ରା ଯୋଜନା କଣ ଆଜିଯାଏ ଦେଶର ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଲାଭାର୍ଥୀ ଭାବରେ ଆବିଷ୍କାର କରି ପାରି ନାହିଁ !!!! ଦେଶର ବିଚାରଧାରା ଏବେ ଏକ ଅଦ୍ଭୁତ ତର୍କ ଆଡକୁ ଗତି କରୁଛି । ହୁଏତ କଥାଟି ସତ ହେଇଥାଇ ପାରେ ।ତେବେ ଯେଉଁ ବ୍ୟକ୍ତି Making of Developed India (Modi) ର ମହାନାୟକ ବୋଲି ନିଜକୁ ପ୍ରଚାରିତ କରୁଛନ୍ତି,ସେ 13 ବର୍ଷ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପାଞ୍ଚବର୍ଷ ଭାରତର ପ୍ରଧାନମନ୍ତ୍ରୀ ହେଇସାରିଲା ପରେ ମଧ୍ୟ କାହିଁକି ନିଜ ପରିବାରକୁ  BPL ବର୍ଗରୁ ଆର୍ଥିକ ସ୍ଵଛଳ ବର୍ଗକୁ ଆଣିପାରି ନାହାନ୍ତି ??? ଏଥିପାଇଁ କୌଣସି ଦୁର୍ନୀତି କରିବାର ଆବଶ୍ୟକତା ନାହିଁ ।ଆଜି ଦେଶର ନିର୍ବାଚନ ଏବଂ ରାଜନୈତିକ ଦଳ ଗୁଡିକର ପରିଚାଳନା ଏକ ବିଶାଳ ଶିଳ୍ପରେ ପରିଣତ ହେଇସାରିଛି ଏବଂ ଏହି ଶିଳ୍ପର ଆକାରକୁ ମୋଦୀ ଆସିବା ପରେ ବହୁଗୁଣିତ କରି ଦେଇଛନ୍ତି । କେବଳ ଗୁଜରାଟ ରାଜ୍ୟରେ BJP ଦଳ ବର୍ଷକୁ flex ଏବଂ ପୋଷ୍ଟର ତିଆରି କରିବାକୁ ଯେତିକି ଟଙ୍କା ଖର୍ଚ କରେ ସେତିକି କାମ ଯଦି ଗରିବ ମୋଦୀ ପରିବାରକୁ ଦେଇଦିଆଯାଏ ତାହେଲେ ସେମାନେ  ଆର୍ଥିକ କ୍ଷେତ୍ରରେ ସକ୍ଷମ ହେଇ ସାରନ୍ତେଣି ।କେବଳ ସକ୍ଷମ ନୁହନ୍ତି ସେମାନେ ଗୁଜରାଟର ବିତ୍ତଶାଳି ପରିବାର ହେଇ ସାରନ୍ତେଣି । BJP କଣ ଦଳୀୟ ପ୍ରଚାର ପ୍ରସାର କାମକୁ Global Tendar ବା e-tendar କରେକି ?? ଆମେ ଜାଣିବାରେ ଓଡିଶାର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଚେଲାଚାମୁଣ୍ଡା ମାନେ ଗତ ପାଞ୍ଚ ବର୍ଷରେ BJP ଦଳର flex ତିଆରି କରି ରୋଡ-ପତିରୁ କରୋଡପତି ବନି ସାରିଛନ୍ତି ।ଆହୁରି ଅନେକ ବ୍ୟକ୍ତି ମନ୍ତ୍ରୀଙ୍କ ଅନୁକମ୍ପା ପାଇ ବହୁଶହ କୋଟି ଟଙ୍କାର ମାଲିକ ବନିପାରିଛନ୍ତି ।ଆଶ୍ଚର୍ଯ୍ୟକୁ ମୋଦୀ ପରିବାର ଏହିପରି ଏକ ମହା ସୁଯୋଗରୁ ବଞ୍ଚିତ ହେଲେ କେମିତି ???

ତେବେ ଏହି ରହସ୍ୟ ବୁଝାପଡୁ ନାହିଁ,ଯେତେବେଳେ BJP ରାଷ୍ଟ୍ରୀୟ ସଭାପତିଙ୍କ ପୁଅ ଗୋଟିଏ ବର୍ଷରେ 50,000 ରୁ 80,00,00,000 ଟଙ୍କା ଅର୍ଥାତ ଗୋଟିଏ ବର୍ଷରେ 16000 ଗୁଣ ଅଧିକ ଆୟ କରିପାରନ୍ତି ସେତେବେଳେ  ଗୁଜରାଟର ମୋଦୀ ପରିବାରକୁ ନମୁନା ଭାବରେ ପ୍ରଦର୍ଶନ କରିବା ପାଇଁ କାହିଁକି ଗରିବ ରଖାଯାଇଛି ???କଣ ବାର ଲକ୍ଷ ଟଙ୍କାର ଡ୍ରେସ ପିନ୍ଧୁଥିବା ମୋଦୀଙ୍କ BPL ପ୍ରମାଣପତ୍ରକୁ କାୟମ ରଖିବା ପାଇଁ ମୋଦୀ ପରିବାରକୁ  ଏହି  ବଳିଦାନ ଦବାକୁ ପଡୁଛି ।

ଏହି ନାଟକର ଜବନିକା କେବଳ ଏତିକିରେ ପଡୁ ନାହିଁ ।ଆଶ୍ଚର୍ଯ୍ୟ ଜନକ ଭାବରେ ଆମ ଦେଶର ଲୋକ ମାନେ ଖୁସି ହେଉଛନ୍ତି ଏହି ଖବର ଶୁଣି ଯେ ମୋଦୀଙ୍କ ମାଁ 8×6ର ଘରେ ରୁହନ୍ତି ବା ନୋଟ ବନ୍ଦୀ ସମୟରେ ମୋଦୀଙ୍କ ମାଁ ଧାଡିରେ ଛିଡା ହେଇ ATMରୁ ଟଙ୍କା ବାହାର କଲେ । ଓଡିଶାର ପ୍ରଖ୍ୟାତ କଥାକାର ଫକିର ମୋହନ ସେନାପତିଙ୍କ “ଡାକମୁନସି” ଗଳ୍ପ କଥା ମୋଦୀ ଏବଂ ତାଙ୍କ ମାଁଙ୍କ ବିଷୟରେ ଜାଣିଲେ ମନେପଡେ । ଦେଶ ଏକଥା କେବେ ମୋଦୀଙ୍କୁ ପଚାରିବା ପାଇଁ ଉଚିତ ମନେ କରି ନାହିଁ ଯେ ଦିଲ୍ଲୀରେ 7 ଲୋକକଲ୍ୟାଣ ମାର୍ଗରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ପାଇଁ ଏତେ ବଡ ବଙ୍ଗଳା ଯୋଗେଇ ଦିଆ ଯାଇଥିବା ବେଳେ ତାଙ୍କର ବୃଦ୍ଧା ମାତା କାହିଁକି 8×6 ର ଏକ ଘରେ ରହୁଛନ୍ତି ଏବଂ ଯଦିବା ସେହି ଘରେ ତାଙ୍କର ଆତ୍ମତୃପ୍ତି ଅଛି ତାହେଲେ ଏହାକୁ ମୋଦୀ ଏବଂ BJP ଏତେ ପ୍ରଚାର କାହିଁକି କରୁଛି ???ପ୍ରଧାନମନ୍ତ୍ରୀଙ୍କ ମାଁ SPG ସୁରକ୍ଷାର ଅଧିକାରୀ,ପୁଣି ସେ ଅତିବରିଷ୍ଠ ନାଗରିକ ,ତାଙ୍କୁ ATMରେ ଧାଡିରେ ଛିଡା ହବାକୁ ଦେଲା କିଏ ?? ଏହାତ ସୁରକ୍ଷା ଉଲଂଘନ,ଏହି ଘଟଣାକୁ ତଦନ୍ତ ପରିସରକୁ ଅଣା ନ ଯାଇ ଏହାକୁ ରାଜନୈତିକ ଉଦେଶ୍ୟରେ ପ୍ରଚାର କରାଗଲା କେମିତି ???ଏହି ଘଟଣାକୁ ସମଗ୍ର ଦେଶ ବାଃ-ବାଃ କହି ତାଳି ମାରିବା ପରିବର୍ତେ ପ୍ରଶ୍ନ କରିବା ଉଚିତ ଥିଲା ।

ମୋଦୀ ଏବଂ ତାଙ୍କ ପରିବାରର ବ୍ୟକ୍ତିଗତ ଜୀବନଶୈଳୀ ବିଷୟରେ କୌଣସି ଟିପ୍ପଣୀ ଦେବାର ଅଧିକାର ଆମର ନାହିଁ,କିନ୍ତୁ ତାଙ୍କ ପରିବାରର ଗରିବୀକୁ BJP ଏବଂ ମୋଦୀ ଯେପରି ନମୁନା ଭାବରେ ପ୍ରଚାରିତ ଏବଂ ବିଗ୍ନ୍ୟାପିତ  କରୁଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଲଜ୍ୟାଜନକ ।ଅତୀତରେ ଭାରତର ପ୍ରଧାନମନ୍ତ୍ରୀ ବନିଥିବା ଶାସ୍ତ୍ରୀଜୀ,ମନମୋହନ ସିଂ,ନରସିଂହ ରାଓ,ବାଜପେୟୀଜୀ ଏପରି ହିସାବ ନେଲେ ପ୍ରାୟ ଅନେକ ପ୍ରଧାନମନ୍ତ୍ରୀ ଗରିବ ପରିବାରରୁ ଆସିଥିଲେ, ହେଲେ ଦେଶର କୌଣସି ପ୍ରଧାନମନ୍ତ୍ରୀଙ୍କ ପୃଷ୍ଠଭୂମି ଚା’ ବାଲା,ଚୌକିଦାର,ଗରିବ ଏସବୁର ଆଧାରରେ ବିଚାର କରାଯାଇ ନଥିଲା ।

About Ajirakhabar

Check Also

ଓଡିଶା ବାସୀ ଏକ ଭୁଲ ରାଜନୈତିକ ନିଷ୍ପତ୍ତି ନବାକୁ ଯାଉଛନ୍ତି କି ??

କିମ୍ବଦନ୍ତୀ ରହିଛି ମହାଭାରତ ଯୁଦ୍ଧରେ ସେତେବେଳର ଓଡିଶା ଭୂଖଣ୍ଡ କୌରବ ପକ୍ଷ ଧରି ଥିଲା । ବୋଧ ହୁଏ ଓଡିଶା …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help