Home / National / ଦୁଇ ଶହ ଟଙ୍କାରେ ବନ୍ଧା ପଡିଛି ବିଶ୍ଵର ବୃହତ ଗଣତନ୍ତ୍ର !!!!

ଦୁଇ ଶହ ଟଙ୍କାରେ ବନ୍ଧା ପଡିଛି ବିଶ୍ଵର ବୃହତ ଗଣତନ୍ତ୍ର !!!!

ସ୍ଥାନ ଦେବଗଡ ବିଧାନସଭା କ୍ଷେତ୍ରର ରିଆମାଳ ବ୍ଲକ । ରାତ୍ର ଦଶଟା,ଗୋଟିଏ ରାଜନୈତିକ ଦଳର ଇଲେକଶନ ମ୍ୟାନେଜର ମାନଙ୍କ ଭିତରେ ହାହାକାର ବ୍ୟାପିଗଲା କାରଣ ସବୁ ପଂଚାୟତ ପାଇଁ ପଇସା ବଣ୍ଟା ହେଇ ପାରିଲା ନାହିଁ । ଆଠଟି ପଂଚାୟତ ବାକି ରହିଗଲା !! ସକାଳ ସୁଦ୍ଧା ଭୋଟ ପିଛା ଦୁଇଶହ ଟଙ୍କା ନଦେଲେ ଭୋଟ ସବୁ ବିରୋଧୀ ଦଳକୁ ଚାଲିଯିବ । ବିରୋଧୀ ଗୋଷ୍ଠୀ ଗତ କାଲିଠାରୁ ଦୁଇଶହ ଟଙ୍କା ଭୋଟ ପିଛା ଦେଇସାରିଛନ୍ତି ।ଦଳର କରିତକର୍ମା ନେତା ମାନେ ଡେରା ପକେଇଛନ୍ତି ଦେବଗଡରେ ହୁଏତ ସେମାନଙ୍କ ଦୁର୍ବଳ ସ୍ଥିତିକୁ ଦେଖି ଆଜି ରାତିରେ ଆଉ ଗୋଟିଏ ରାଉଣ୍ଡ ଟଙ୍କା ବଣ୍ଟା ହେଇପାରେ !! ଲୋକ ମାନେ ମଧ୍ୟ ବେଶ ସହଯୋଗ କରୁଛନ୍ତି,ସମସ୍ତେ ଉଜାଗର ଅଛନ୍ତି!! ଯେତେ ରାତିରେ କବାଟ ବାଡେଇଲେବି ସମସ୍ତେ ଟଙ୍କା ଗ୍ରହଣ କରି ମନ ସ୍ଥିର କରିବେ ଆସନ୍ତା କାଲି ଭୋଟ ଦବା ପାଇଁ ।

ଏଥର ଓଡିଶାରେ ଏକ ବିଚିତ୍ର ନିର୍ବାଚନ ହଉଛି ।କୋଡିଏ ବର୍ଷ ହେଲାଣି କେବଳ ଗୋଟିଏ ଦଳ ପାଖରେ ଆର୍ଥିକ କ୍ଷମତା ଥିଲା,ଯେଉଁ ଦଳଟି ନୂଆଁ ଓଡିଶାର ସ୍ଵପ୍ନ ଦେଖାଉଛି ଓଡିଶା ବାସୀଙ୍କୁ,ଯିଏ କହୁଛି କ୍ଷମତାକୁ ଆସିଲେ ଖଣି ମାଫିଆ ମାନଙ୍କୁ ବାନ୍ଧିବ ସେଇ ଦଳ ବର୍ତମାନ ଓଡିଶାର ସବୁଠୁ ଧନୀ ରାଜନୈତିକ ଦଳ ।2014 ମସିହାରେ ଯେଉଁ ଦଳ ପାଖରେ ପୋଷ୍ଟର ଛାପିବାକୁ ଟଙ୍କା ନଥିଲା ସେହି ଦଳ ଆଜି ଭୋଟ ପିଛା ଦୁଇଶହ ଟଙ୍କା ଦେଇପାରୁଛି !!ଏହା ବାଦ ଆହୁରି ଶହ ଶହ କୋଟି ଟଙ୍କାର ଖର୍ଚ ରହିଛି ।

ଗୋଟିଏ ଦୁର୍ନୀତି ଗ୍ରସ୍ତ ଦଳକୁ କ୍ଷମତାଚ୍ୟୁତ କରି ଆଉ ଗୋଟିଏ ଅଧିକ ଭ୍ରଷ୍ଟାଚାରୀ ଦଳ ଓଡିଶାରେ ନାରା ସୃଷ୍ଟି କରିଛନ୍ତି “ରାଜ୍ୟ ସରକାର ବଦଳିବା ଦରକାର ” । ଯେହେତୁ ଦୁଇ ପକ୍ଷ ଭୋଟରଙ୍କୁ ସମାନ ଟଙ୍କା ଦେଇଛନ୍ତି ତେଣୁ ବିଚରା ସଚୋଟ ଭୋଟର ମାନେ ଦୁଇ ଭ୍ରଷ୍ଟାଚାରୀ ଦଳକୁ ସନ୍ତୁଷ୍ଟ କରିବା ପାଇଁ ଗୋଟିଏ ଦଳକୁ ଲୋକସଭା ପାଇଁ ଏବଂ ଆଉ ଗୋଟିଏ ଦଳକୁ ବିଧାନସଭା ପାଇଁ ଭୋଟ ଦବା ପାଇଁ ସାରା ଓଡିଶା ମନସ୍ଥିର କରିଛି ବୋଲି ଗୁଜବ ସୃଷ୍ଟି ହେଇଛି,ଏହାର ସତ୍ୟତା 23 ମେ ରେ ଜଣାପଡିବ ।

ଦୁଇ ଶହ ଟଙ୍କା ଭାରତର ସବୁଠାରୁ ଦରିଦ୍ରତମ ପରିବାରର ତିନି ଦିନର ଗୁଜୁରାଣ !! ଏହି ତିନିଦିନର ଲୋଭରେ ଆମ ଦେଶ ଆଜି ଅଠରଶହ ପଚିଶ(1825) ଦିନର ଦେଶର ଭବିଷ୍ୟତକୁ ବିକ୍ରି କରି ଦଉଛି କ୍ଷମତାର ଦଲାଲ ମାନଙ୍କ ହାତରେ ।ସେଥିପାଇଁ ଡ୍ରଗସ ମାଫିଆ,ସେକ୍ସ ମାଫିଆ,ଖଣି ମାଫିଆ ଓ ଜମି ମାଫିଆ ଏମାନେ ହେଲେ ଦେଶର ଆଗଧାଡିର ରାଜନେତା ।ରାଜ୍ୟସଭା ତ କ୍ଷମତା ଦଲାଲ ମାନଙ୍କ ଅମରାବତୀ ପାଲୋଟି ଯାଇଛି ।ଅତୀତରେ ଭାରତର ବହୁ ଚର୍ଚିତ ପଳାତକ ବିଜୟ ମାଲ୍ୟା ମଧ୍ୟ ବହୁବାର ରାଜ୍ୟସଭାର ସଦସ୍ୟ ଥିଲେ ।

ଏହି ନିର୍ବାଚନରେ ଅନେକ ହାରିବେ ଅନେକ ଜିତିବେ ହେଲେ ଆସନ୍ତା 2024 ନିର୍ବାଚନ ପାଇଁ ପ୍ରସଙ୍ଗ ରହିବ ଏଥର ଭୋଟ ପିଛା ବେଞ୍ଚମାର୍କ ଦର କେତେ ଥିଲା,ଅନୁଭବି ବିଧାୟକ ମାନେ କୁହନ୍ତି 2009ରେ ଓଡିଶାରେ ଭୋଟର ଦର ଥିଲା 50 ଟଙ୍କା । ତାକୁ ଆଖିରେ ରଖି ଲୁଟ ର ନୀଳନକ୍ସା ପ୍ରସ୍ତୁତ କରାଯିବ ।ଯେହେତୁ ନିର୍ବାଚନ ଦିନର ପୂର୍ବ ରାତିର ଦୁଇଶହ ଟଙ୍କାରେ ଭାରତରେ ନିର୍ବାଚନ ଯିତାଯାଇପାରେ ତେଣୁ ଶିକ୍ଷା,ସ୍ୱାସ୍ଥ୍ୟ ଓ GDP ଆମ ଦେଶରେ ଏକ ପ୍ରହସନ ।

About Ajirakhabar

Check Also

ଓଡିଶା ବାସୀ ଏକ ଭୁଲ ରାଜନୈତିକ ନିଷ୍ପତ୍ତି ନବାକୁ ଯାଉଛନ୍ତି କି ??

କିମ୍ବଦନ୍ତୀ ରହିଛି ମହାଭାରତ ଯୁଦ୍ଧରେ ସେତେବେଳର ଓଡିଶା ଭୂଖଣ୍ଡ କୌରବ ପକ୍ଷ ଧରି ଥିଲା । ବୋଧ ହୁଏ ଓଡିଶା …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help