Home / Odisha / ଆମ୍ବ-ନିଦ ଏବଂ ମୋଦୀ !!!!

ଆମ୍ବ-ନିଦ ଏବଂ ମୋଦୀ !!!!

ଲାଗେ କ୍ଷମତାର କ୍ଷୋଭ ଏବଂ ଲୋଭର ବିପକ୍ଷରେ ବିଶ୍ଵର କୌଣସି ଔଚିତ୍ୟ ପ୍ରତି ମୋଦୀଙ୍କ ପ୍ରତିବଦ୍ଧତା ନାହିଁ ।ଦେଶର ବୁଦ୍ଧିଜୀବୀ ତଥା ରାଜନୈତିକ ଦଳ ମାନେ ନିର୍ବାଚନ ଆୟୋଗ କୁ ମୋଦୀଙ୍କର ଧାରାବାହିକ ଆଚରଣ ବିଧି ଉଲଂଘନ ପାଇଁ ଦାୟୀ କରୁଛନ୍ତି,କିନ୍ତୁ ମୋ ମତରେ ଯେତେ ନିରପେକ୍ଷ ବ୍ୟକ୍ତି ହେଲେ ମଧ୍ୟ ମୋଦୀଙ୍କୁ ଦମନ କରି ପାରି ନଥାନ୍ତା କାରଣ କାରଣ ନିର୍ବାଚନର ଦୁଇ ମାସର ବ୍ୟବଧାନରେ କେମିତି ଧାରାବାହିକ ଭାବରେ ଆଚରଣ ବିଧିକୁ ଉଲଂଘନ କରାଯିବ ତାହାର ଏକ ସୁଚିନ୍ତିତ ନୀଳ ନକ୍ସା ମୋଦୀ ଏବଂ BJP ଆଗରୁ ପ୍ରସ୍ତୁତ କରି ରଖିଥିଲେ ।

ଔଚିତ୍ୟ ଏକ ବିବାଦୀୟ ପ୍ରସଙ୍ଗ,ଏହାକୁ ତର୍ଜମା କରିବାକୁ ସମୟ ଲାଗେ ଏବଂ ଏହି ସମୟ ଗଡି ଗଲା ପରେ ପ୍ରସଙ୍ଗ ତାର ପ୍ରାସଙ୍ଗିକତା ହରାଏ ।ଧରାଯାଉ ନିର୍ବାଚନ ଦିନ ଗୁଜରାଟରେ ଭୋଟ ଦେଲା ପରେ ଅମିତ ଶାହ ଏବଂ ମୋଦୀ ଯେଉଁ ରୋଡ ସୋ କଲେ,ତାହା ପରିପାର୍ଶ୍ଵିକ ପରିବେଶରୁ ଜଣା ପଡୁଥିଲା ଯେ ଏହା ପୂର୍ବ ପ୍ରସ୍ତୁତ ଥିଲା,କିନ୍ତୁ ଏହାକୁ ଅନୁମତି ଦେଲା କିଏ ??ସ୍ଥାନୀୟ ଅଧିକାରୀ ମାନେ ଏହାକୁ ରୋକିଲେ ନାହିଁ କାହିଁକି,ଏମିତି ଅନେକ ପ୍ରଶ୍ନ ଆସିପାରେ,କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ଯଦି ଖୋଦ ପ୍ରଶାସନକୁ ଧୋକା ଦେଇ ଆଇନର ଉଲଂଘନ କରିବେ ତାହେଲେ  ଏହା ଦେଶର ଅରାଜକତାର ପ୍ରାକସୂଚନା ବୋଲି କୁହାଯିବ ଯାହାକୁ ନିର୍ବାଚନ କମିଶନ ନାମକ କେବଳ ଗୋଟିଏ ଅନୁଷ୍ଠାନ ସମାଧାନ କରିପାରିବ ନାହିଁ ।ଦେଶର ଅଦାଲତ ଗୁଡିକ ମଧ୍ୟ ଏହି ଅରାଜକତା ଗୁଡିକୁ ଗୁରୁତ୍ଵର ନବା ଉଚିତ । ଜଣେ କର୍ତବ୍ୟରତ ନିର୍ବାଚନ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ହେଲିକେପ୍ଟର ଯାଞ୍ଚ କଲେ ବୋଲି ତାଙ୍କୁ ନିଲମ୍ବିତ କରାଗଲା ,ପ୍ରଧାନମନ୍ତ୍ରୀ ଭାବରେ ଦେଶ ମୋଦୀଙ୍କୁ ଯେଉଁ ସୁବିଧା ଦେଇଛି ତାହାକୁ ସମ୍ମାନ କରିବା ତାଙ୍କର ଉତ୍ତରଦାୟିତ୍ଵ ।କିନ୍ତୁ ଦେଖାଯାଉଛି ଏହି ଉତ୍ତରଦାୟିତ୍ଵକୁ ପାଳନ ବଦଳରେ ସେ ସୁବିଧା ଗୁଡିକୁ ଅପବ୍ୟବହାର କରି ଚାଲିଛନ୍ତି ।

ପାଞ୍ଚ ବର୍ଷ ଭିତରେ ଗୋଟିଏ ଥରବି ପ୍ରଧାନମନ୍ତ୍ରୀ ମୋଦୀ ସଂବାଦଦାତା ସମ୍ମିଳନୀଟିଏ କୁ ସାମ୍ନା କରିନାହାନ୍ତି କାରଣ ତାଙ୍କ ବିଫଳତା ସମ୍ପର୍କରେ ସ୍ପଷ୍ଟୀକରଣ ଦବାକୁ ସେ ଭୟ କରୁଛନ୍ତି କିନ୍ତୁ ଠିକ ନିର୍ବାଚନ ସମୟରେ ଅନେକ ପ୍ରୟୋଜିତ ସାକ୍ଷାତକାର,ନିଜ ଜୀବନୀ ସମ୍ପର୍କରେ ଏକ ଅତିରଞ୍ଜିତ ଏବଂ କପୋଳକଳ୍ପିତ ସିନେମା,ନମୋ TV ଏବଂ ଏକ ୱେବ-ସିରିଜ ମାଧ୍ୟମରେ ନିଜର ଆତ୍ମପ୍ରଚାର ଜାରି ରଖିଛନ୍ତି .। ଏହି ସବୁ ପ୍ରଚେଷ୍ଟା  ସିଧାସଳଖ ଆଇନ ଅନୁସାରେ ଅବା ଔଚିତ୍ୟ ଦ୍ରୁଷ୍ଟି କୋଣରୁ ନିର୍ବାଚନ ଆଚରଣ ବିଧିକୁ  ଉଲଂଘନ କରୁଛି ।

ସିଧାସଳଖ ଆସିବା ଫିଲିମ ହିରୋ ଅକ୍ଷୟ କୁମାରଙ୍କୁ ମୋଦୀ ଦେଇଥିବା ସାକ୍ଷାତକାର ।ଅଭିଯୋଗ ହୁଏ ଏହି ସାକ୍ଷାତକାରରେ ମୋଦୀ ନିଜର ମିଥ୍ୟା ବାହାସ୍ଫୋଟ ପାଇଁ ଅନେକ ମିଛ କହିଛନ୍ତି,ଯଥା ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ସହିତ ତାଙ୍କର ସମ୍ବୋଧନ “ତୁ” “ତା” ସ୍ତରର ବୋଲି ସେ ଦାବୀ କରିଛନ୍ତି ।ଏହା ଅବଶ୍ୟ ମିଥ୍ୟା ହେଇପାରେ କାରଣ ଅନ୍ତର୍ଜାତିକ ସମ୍ପର୍କ ଅନୁସାରେ ଜଣେ ରାଷ୍ଟ୍ରମୁଖ୍ୟଙ୍କ  ଅନ୍ୟ ରାଷ୍ଟ୍ରମୁଖ୍ୟ ପ୍ରତି ସମ୍ବୋଧନ ର ଏକ ପ୍ରଚଳିତ ବ୍ୟବସ୍ଥା ରହିଛି  ।ପ୍ରଭାବଶାଳି ରାଷ୍ଟ୍ରମୁଖ୍ୟ ତାଲିକାରେ ନିଜକୁ ଆମେରିକା ରାଷ୍ଟ୍ରପତି ସହିତ ସମକକ୍ଷ  ବୋଲି ସାଧାରଣରେ ଧାରଣା  ସୃଷ୍ଟି କରିବା ପାଇଁ ମୋଦୀ  ବୋଧ  ହୁଏ ଏହି  ମିଛ ଟି ଯୋଜନା ବଦ୍ଧ ଭାବରେ କହିଲେ ।

ଅକ୍ଷୟ କୁମାରଙ୍କ ସବୁଠାରୁ ଗୁରୁତ୍ଵପୂର୍ଣ ପ୍ରଶ୍ନ ଥିଲା ମୋଦୀ ଦିନରେ କେତେ ଘଣ୍ଟା ନିଦରେ ସୁଅନ୍ତି ।ବାସ୍ତବରେ ଦୁଇ ବର୍ଷ ତଳେ ଜଣେ ସାଧାରଣ ଲୋକ ମତେ ସାକ୍ଷାତକାର ବେଳେ କହିଥିଲେ ମୋଦୀ ଆଜି ଯାଏ ଦେଶର ଶ୍ରେଷ୍ଟ ପ୍ରଧାନମନ୍ତ୍ରୀ କାରଣ ସେ ରାତିରେ ମାତ୍ର ତିନି ଘଣ୍ଟା ସୁଅନ୍ତି ଏବଂ ଦିନେ ମଧ୍ୟ ଛୁଟି ନେଇ ନାହାନ୍ତି ।ଏହି ଭ୍ରମାତ୍ମକ ବିଚାରଧାରାଟି ଅତି ଚତୁରତାର ସହିତ ମୋଦୀ କିଛି ବର୍ଷ ଭିତରେ ଭାରତୀୟଙ୍କ ମନରେ ସଂଚାର କରିଛନ୍ତି ।କାରଣ ମୋଦୀ ଜାଣନ୍ତି ସଂଖ୍ୟାଧିକ ଭାରତୀୟ ପ୍ରଧାନମନ୍ତ୍ରୀ ପଦର କାର୍ଯ୍ୟପ୍ରଣାଳୀ ଜାଣନ୍ତି ନାହିଁ । କୌଣସି ଦେଶର ରାଷ୍ଟ୍ରମୁଖ୍ୟ କେବେ ଛୁଟି ନବାର ବ୍ୟବସ୍ଥା  ନାହିଁ  । ନିର୍ଦିଷ୍ଟ  ଭାବରେ ପରମାଣୁ ଶକ୍ତି ସମ୍ପର୍ଣ ରାଷ୍ଟ୍ରମୁଖ୍ୟ   ଦିନର ଚବିଶ ଘଣ୍ଟା  ଦେଶ ପାଇଁ ନିଷ୍ପତ୍ତି  ନବା ପାଇଁ ପ୍ରସ୍ତୁତ ଥାନ୍ତି,ଏହି  ପରିସ୍ଥିତିରେ ମୋଦୀ କେବେ ଛୁଟି ନେଇନାହାନ୍ତି ?? ରାତିରେ ତିନିଘଣ୍ଟା ନିଦ୍ରା ଯା’ନ୍ତି ??ଏହା ସବୁ ହାସ୍ୟାସ୍ପଦ ଗୁଜବ ଯାହା ମୋଦୀ ପ୍ରଧାନମନ୍ତ୍ରୀ ହେଲାପରେ ଦେଶରେ ଏକ ଯୋଜନାବଦ୍ଧ ଭାବରେ ପ୍ରଚାରିତ କରାଯାଉଛି !!!!!

ଦେଶର ପ୍ରଧାନମନ୍ତ୍ରୀ କେତେ ସମୟ ବିଶ୍ରାମ ନେଲେ,ଏହା ତାଙ୍କର  କାର୍ଯ୍ୟଶୈଳୀ,ବୟସ ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିର୍ଭର କରେ,କିନ୍ତୁ ଦେଶ କିପରି ପରିଚାଳିତ ହେଲା ତାହା ତାଙ୍କର ବୁଦ୍ଧିମତ୍ତା ଉପରେ ନିର୍ଭର କରେ ।ଏବେ ସମୟ ଆସିଛି ମୋଦୀ ତାଙ୍କର ସଫଳତାର ହିସାବ ଦିଅନ୍ତୁ ।ଦୁଇ କୋଟି ରୋଜଗାର,GDP,ପେଟ୍ରୋଲ ଦର,ଚାଷୀଙ୍କ ଆୟ ଦୁଇଗୁଣ,ସ୍ମାର୍ଟ ସିଟି  ଏପରି ଅନେକ କ୍ଷେତ୍ର ରହିଛି ଯେଉଁଥିରେ ମୋଦୀ ବିଫଳ ହୋଇ ଦେଶର ଦ୍ରୁଷ୍ଟି ପାକିସ୍ଥାନ ଏବଂ ରାଷ୍ଟ୍ରୀୟସୁରକ୍ଷା ଆଡକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି ।

ଏସବୁ ଭିତରେ ମୋଦୀଙ୍କ କ୍ଷମତା ଲାଳସା ଅତ୍ୟନ୍ତ ସ୍ପଷ୍ଟ ।କ୍ଷମତା ପାଇବା ପାଇଁ ଯେ କୌଣସି ଆଦର୍ଶକୁ ଜଳାଞ୍ଜଳି ଦେବାକୁ ସେ ପ୍ରସ୍ତୁତ । ଫଳସ୍ୱରୂପ ଦେଶର ଗଣତନ୍ତ୍ର ଆଜି ମିଥ୍ୟାତନ୍ତ୍ର ଆଡକୁ ଗତି କରୁଛି ।ମୋଦୀଙ୍କ ଦ୍ଵାରା ପ୍ରଚାର କରାଯାଇଥିବା ଅନେକ ମିଥ୍ୟା ଆମ ଜାତୀୟ ଜୀବନରେ  ଗୁଜବ  ରୂପରେ ଆଜି ଏପରି ବ୍ୟାପୀ ଯାଇଛି ଯେ ସତ୍ୟକୁ ପୁନଃ ସ୍ଥାପିତ କରିବା ପାଇଁ ହୁଏତ କିଛି ବର୍ଷ ଲାଗି ଯାଇପାରେ ।ତେବେ ମୋଦୀ ପୁଣି କ୍ଷମତାକୁ ଆସିଲେ ଏହି ଗୁଜବ ସବୁ ଆମ ଦେଶର ଲୋକକଥା ହେଇଯିବ । KG ରୁ PG ଯାଏ ପିଲା ମୋଦୀଙ୍କ ମିଛ ଜୀବନ କାହାଣୀ ପଢିବାକୁ ବାଧ୍ୟ ହେବେ ।ଶକ୍ତିମାନ ପରିବର୍ତେ ପିଲା ମୋଦୀଙ୍କ suparman କାହାଣୀ ଦେଖିବେ,ହେଇପାରେ ମୋଦୀ ନିଜେ ବଲିଉଡ ସିନେମାରେ ଅଭିନୟ ମଧ୍ୟ କରିପାରନ୍ତି,ଏହା ହେଲେ PMO ବଲିଉଡର ବର୍ତମାନର ହିରୋ ମାନଙ୍କୁ ଜୁନିଅର ଆର୍ଟିସ୍ଟ ହବାକୁ ମଧ୍ୟ ବାଧ୍ୟ କରିପାରେ,ଏହା ଏକ କଲ୍ପନା ହେଲେବି “ମୋଦୀ ଅଛନ୍ତି ତ ସବୁ ସମ୍ଭବ” ।ଏପରି ଅନେକ ଅବ୍ୟବସ୍ଥା ମାଧ୍ୟମରେ ଦେଶରେ ଏକ ଅରାଜକତା ଏବଂ ସ୍ଵେଚ୍ଛାଚାରିତାର  ପରିବେଶ ସୃଷ୍ଟି ହେଇ ପାରେ ।

About Ajirakhabar

Check Also

ଓଡିଶା ବାସୀ ଏକ ଭୁଲ ରାଜନୈତିକ ନିଷ୍ପତ୍ତି ନବାକୁ ଯାଉଛନ୍ତି କି ??

କିମ୍ବଦନ୍ତୀ ରହିଛି ମହାଭାରତ ଯୁଦ୍ଧରେ ସେତେବେଳର ଓଡିଶା ଭୂଖଣ୍ଡ କୌରବ ପକ୍ଷ ଧରି ଥିଲା । ବୋଧ ହୁଏ ଓଡିଶା …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help