Satyabrata Dwibedy
ଏକ ପାଞ୍ଚ ବର୍ଷର ବାଳିକାକୁ ଚାରିମାସ ତଳେ କଥିତ ଭାବରେ ହତ୍ୟା ଏବଂ ଦୁଷ୍କର୍ମ କରାଗଲା । କୁହାଯାଏ ଶିଶୁଟିର କିଡନୀ ମଧ୍ୟ କାଢି ନିଆ ଯାଇଥିଲା ।ଆଜି SIT ମୁଖ୍ୟ ଅରୁଣ ବୋଥରା କହିଲେ ଆମେ ପେଷାଦାର ଢଙ୍ଗରେ ଏହାର ତଦନ୍ତ କରୁଛୁ !!! ଚାରିମାସ ପରେ !!ଏପରି ଲୋମଟାଙ୍କୁରା ବିଭଶ୍ଚ ଅପରାଧ ଘଟିଥିବା ରାଜ୍ୟର ମୁଖିଆ ବିଳାପ କରିବା କଥା ।କିନ୍ତୁ ନବୀନ ପଟ୍ଟନାଏକ ନୀରବତାକୁ ନିଜର ଆୟୁଧ ବୋଲି ଭାବନ୍ତି ।
ଆଜି ରାଜଭବନ ଥିଲା ଲୋକାରଣ୍ୟ । ଜଣାଗଲା 22 ଜଣ BJP ବିଧାୟକ ରାଜ୍ୟ ସରକାର ବିରୋଧରେ ଫେରାଦ ହେବାକୁ ଆସିଥିଲେ ।ରାଜଭବନ ସାମ୍ନାରେ କୋଡିଏଟି ଗଣମାଧ୍ୟମର କ୍ୟାମେରା ଲାଗିଥିଲା ।ନିଜର ପରିଚୟ ଗୋପନ ରଖି ଜଣେ BJP ବିଧାୟକ କହିଲେ ରାଜ୍ୟପାଳ କରୋନା ସଂକ୍ରମଣ ପରର ଅସୁସ୍ଥତାରୁ ଏବେବି ମୁକ୍ତି ପାଇ ନାହାନ୍ତି ତାଙ୍କ ଦେହରେ ଏବେବି ପାଇପ ଲାଗିଛି,ତେଣୁ ସେ ସାକ୍ଷାତ ଦେଲେ ନାହିଁ ।ଅବଶ୍ୟ ଭେଟିବାକୁ ଯିବା ପୂର୍ବରୁ ରାଜ୍ୟପାଳଙ୍କ ଅସୁସ୍ଥତା ସମ୍ପର୍କରେ BJP ବିଧାୟକ ମାନେ ନିଶ୍ଚୟ ସୂଚନା ପାଇଥିବେ ।ଏଇ କିଛିଦିନ ତଳେ କରୋନାରେ ନିଜର ପତ୍ନୀଙ୍କୁ ହରେଇ ରାଜ୍ୟପାଳ ଶୋକଗ୍ରସ୍ତ ଅବସ୍ଥାରେ ଅଛନ୍ତି ।କିନ୍ତୁ ରାଜନୈତିକ ପ୍ରହସନକୁ ଭଲ ଭାବରେ ପରିଚାଳନା କରୁଥିବା BJP ପାଇଁ ରାଜ୍ୟପାଳ ଙ୍କୁ ସାକ୍ଷାତ କରିବା ଯେତିକି ଗୁରୁତ୍ଵପୂର୍ଣ ନଥିଲା ରାଜଭବନ ସାମ୍ନାରେ ମିଡିଆରେ ସର୍କସ ସୃଷ୍ଟି କରିବା ଅଧିକ ଗୁରୁତ୍ବପୂର୍ଣ ଥିଲା ।
ଅରୁଣ ସାହୁ ଯଦି ଅପରାଧୀ ମାନଙ୍କୁ ସୁରକ୍ଷା ଦେଇଥିବେ ତେବେ ତାଙ୍କୁ ଉତ୍ତରଦାୟୀ କରାଯାଉ କିନ୍ତୁ ଏହା ରାଜ୍ୟର ରାଜନେତା-ଅପରାଧୀ ମହାମେଣ୍ଟର ଏକକ ଘଟଣା ନୁହେଁ,ଅରୁଣ ବୋଥରା ମହାଶୟ ଯେଉଁ ପେଷାଦାର ତଦନ୍ତର ପ୍ରସଙ୍ଗ ଉଠେଇଲେ ତାହାକୁ ସମଗ୍ର ରାଜ୍ୟକୁ ସମ୍ପ୍ରସାରିତ କରି ରାଜନେତା-ଅପରାଧୀ ସମ୍ପର୍କ ଗୁଡିକୁ ଲୋକଲୋଚନକୁ ଆଣନ୍ତୁ ।ସମଗ୍ର ରାଜ୍ୟରେ ଏବେ ଥାନା ଗୁଡିକ ଦଳୀୟ ଅଫିସରେ ବଦଳି ଯାଇଛି ।ନିର୍ବାଚନ ସମୟରେ କେଉଁ ସରକାରୀ ଅଫିସ ଏବଂ କର୍ମଚାରୀ ମାନେ ଟଙ୍କା ବାଣ୍ଟିବାର ଦାୟିତ୍ଵରେ ରୁହନ୍ତି ତାହା ପେଷାଦାର ଢଙ୍ଗରେ SIT ତାର ତଦନ୍ତ ପରିସରଭୁକ୍ତ କରୁ ।
Add Comment