Sports

ବାଙ୍ଗଲାଦେଶ ଜିତିଲା ମହିଳା ଏସିଆକପ

ଜଗଦୀଶ ବାରିକ,ନୂଆଦିଲ୍ଲୀ: 10-06-18 ବାଲାଂଦେଶ ଜିତିଲା ମହିଳା ଏସିଆକପ।ବାଂଙ୍ଗଲାଦେଶର ନିଗର ସୁଲତାନାଙ୍କ ଧୈର୍ଯ୍ୟପୁର୍ଣ୍ଣ ବ୍ୟାଟିଂ ଓ ରୁମନା ଅହମ୍ମଦଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ହାର ମାନିଗଲା ଭାରତ। ଶେଷରେ ଏସିଆ କପ ଫାଇନାଲକୁ ୩ ୱିକେଟରେ ଜିତି ନେଇଛି ବାଲାଂଦେଶ ।

ଆଜି ଖେଳା ଯାଇଥିବା ମହିଳା ଏସିଆ କପ କ୍ରିକେଟ ଫାଇନାଲରେ ଟସ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା ବାଲାଂଦେଶ।ପ୍ରଥମେ  ବ୍ୟାଟିଂର ଆମନ୍ତ୍ରଣ ପାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୨ ରନ କରିବା ପାଇଁ ସକ୍ଷମ ହୋଇଥିଲା ଭାରତ।ହେଲେ ୧୧୨ ରନର ବିଜୟ ଲକ୍ଷକୁ ପିଛା କରି ଶେଷ ବଲରେ ଜିତିନେଲା ବାଲାଂଦେଶ । ଦଳ ତରଫରୁ ନିଗର ସୁଲତାନା ସର୍ବାଧିକ ୨୭ ରନ କରିଥିବା ବେଳେ ରୁମାନା ଅହମ୍ମଦ ୨୩, ସମ୍ମିମା ସୁଲତାନା ୧୬, ଓ ଆୟେଷା ରେହେମାନ ୧୭ ରହନ କରିଥିଲେ ।

ଟସ ହାରି ବ୍ୟାଟିଂ ଆରମ୍ଭ କରିଥିବା ଭାରତ ପକ୍ଷରୁ ଦଳ ପକ୍ଷରୁ ଓପନିଂ କରିବା ପାଇଁ ଆସିଥିବା ମିତାଲି ରାଜ ଓ ସ୍ମୃତିମନ୍ଧନା । ଦଳ ମାତ୍ର ୧୨ ରନରେ ପ୍ରଥମ ୱିକେଟ ହରାଇଥିଲା । ସ୍ମୃତି ମନ୍ଧନା ୭ ରନ କରି ପାଭିଲିୟନ ଫେରିଯାଇଥିଲେ । ପରେପରେ ଦିପ୍ତି ଶର୍ମା ମଧ୍ୟ ୪ ରନ କରି ଜହରାନା ଆଲମଙ୍କ ଶିକାର ହୋଇଥିଲେ ।

କେବଳ ଅଧିନାୟକ ହରମନପ୍ରିତ ସିଂ କୌର ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ବଲରେ ୫୬ ରନ କରି ଆଉଟ ହୋଇଥିଲେ।କିନ୍ତୁ ଅନ୍ୟ ଭାରତୀୟବ୍ୟାଟ୍ସମ୍ୟାନମାନେ ବାଲାଂଦେଶୀ ବୋଲରଙ୍କୁ ଖେଳିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସଂକ୍ଷିପ୍ତ ସ୍କୋର:ଭାରତ ୧୧୨/୯ (୨୦ ଓଭର),ବାଙ୍ଗଲାଦେଶ୧୧୩/୭(୨୦ ଓଭର)

About the author

ajirakhabar

Add Comment

Click here to post a comment

Video

Pabitra Promo

Yoga & its benefits