Sports

ଵଟଲର ନିଜ ଟେଷ୍ଟ କ୍ରିକେଟ ସଫଳତା ପାଇଁ IPL କୁ ଶ୍ରେୟ ଦେଲେ।

ଲଣ୍ଡନ:ପାକିସ୍ତାନ ବିପକ୍ଷରେ ଖଳାଯାଇଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ର ଉଇକେଟ କୀପର- ବ୍ୟାଟ୍ସମାନ ଜୋଶ ଵଟଲର ମ୍ୟାନ ଅଫ ଦି ମ୍ୟାଚ ରେ ସମ୍ମାନ୍ନିତ ହୋଇଛନ୍ତି।ନିଜର ଏହି ସଫଳତା ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ଆଇପିଏଲ(IPL)କୁ ଶ୍ରେୟ ଦେଇଛନ୍ତି।ଆଇପିଲରେ ଦମଦାର ପଦର୍ଶନ ଯୋଗୁଁ ସେ ଇଂଲଣ୍ଡର ଜାତୀୟ ଟେଷ୍ଟ ଦଳକୁ ମନୋନୀତ ହୋଇଥିଲେ ବୋଲି କହିଛନ୍ତି।ନିଜର ଖରାପ ପଦର୍ଶନ ଯୋଗୁଁ ତାଙ୍କୁ ୨୦୧୬ ମସିହାରେ ରେ ତାଙ୍କୁ ଜାତୀୟ ଦଳରୁ ବାହାରିବାକୁ ପଡ଼ିଥିଲା।

ଏହି ୨୭ ବର୍ଷୀୟ ଇଂଲଣ୍ଡ ଖେଳାଳୀ ଆଇପିଲ-2018 ରେ ରାଜସ୍ଥାନ ରୋୟାଲ ପକ୍ଷରୁ ଖେଳି ସେ ଶେଷ ୬ଟି ମ୍ୟାଚ ରୁ ପାଞ୍ଚଟିରେ ଅର୍ଦ୍ଧସତକ ହାସଲ କରିଥିଲେ।ଏବଂ ପାକିସ୍ତାନ ବିପକ୍ଷରେ ଖେଳିଥିବା ଦୁଇଟି ଟେଷ୍ଟ ମ୍ୟାଚରୁ ପ୍ରଥମ ମ୍ୟାଚରେ କ୍ରମାଗତ ୬୭ ଓ ୮୦ ର ପ୍ରଭାବଶାଳୀ ସ୍କୋର କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୫୫ ବିଜୟୀ ଉପଯୋଗୀ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।

ଇଂଲଣ୍ଡ ର ଏକ ଘରୋଇ ମିଡ଼ିଆ ଚେନ୍ନାଲ କୁ ନିଜର ଇଣ୍ଟରଭିଓ ଦେବାକୁ ଯାଇ ଵଟଲର ଆଇପିଲକୁ ନିଜର ସବୁ ସଫଳତାର ଶ୍ରେୟ ଆଇପିଲ କୁ ଦେଇଛନ୍ତି।ଏକ ବିଦେଶୀ ଖେଳାଳୀ ଭାବେ ଆଇପିଲ ମ୍ୟାଚରେ ଷ୍ଟାଡିୟମ ଭରପୁର ଦର୍ଶକଙ୍କ ମଧ୍ୟରେ ଖେଳିବାର ଅନୁଭୂତି ତାଙ୍କୁ ବହୁତ ଉତ୍ସାହିତ ପ୍ରଦାନ କରିଥିଲା ବୋଲି ମଧ୍ୟ ସେ କହିଛନ୍ତି।

About the author

ajirakhabar

Add Comment

Click here to post a comment

Video

Pabitra Promo

Yoga & its benefits